Posted inଖେଳ

୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି: ସିକ୍କିମକୁ ହରାଇଲା ଓଡିଶା, ପ୍ରିତମ ମ୍ୟାନ ଅଫ୍‌ ଦ ମ୍ୟାଚ

ସମ୍ବଲପୁର, ୭।୧(ବ୍ୟୁରୋ): ସୌରଭ ଗୌଡଙ୍କ ଦ୍ୱିଶତକ ଓ ବୋଲର ପ୍ରିତମ ସିଂ ଚୌହାନଙ୍କ ଘାତକ ବୋଲିଂ ସହାୟତାରେ ଓଡିଶା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚରେ ୧ ଇନିଂସ ୯୮ ରନ୍‌ରେ ସିକ୍କିମକୁ ପରାସ୍ତ କରିଛି। ଫଳରେ ଦଳ ୭ ପଏଣ୍ଟ ପାଇଛି। ଓଡିଶା ଦଳ ପ୍ରଥମ ଇନିଂସରେ ୫୫୫/୩ରେ ଇନିଂସ ଘୋଷଣା କରିଥିଲା। ସୌରଭ ୩୫୨ଟି ବଲର ସମ୍ମୁଖୀନ ହୋଇ ୨୨୫ ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ। ଅନ୍ୟତମ ବ୍ୟାଟ୍ସମ୍ୟାନ ଅମ୍ରିତ ଖଟୁଆ ୧୨୨, ବିନିତ ମହାନ୍ତି ୬୩, ଦଳର ଅଧିନାୟକ ସ୍ବସ୍ତିକ ସାମଲ ୬୯ ରନ୍‌ କରିଥିଲେ। ଶୁଭମ ଶତ୍ରୁଜିତ ୩୭ ବଲ୍‌ରେ ଧୂଆଁଧାର ୬୩ ରନ୍‌ କରି ଅପରାଜିତ ରହିଥିଲେ। ସିକ୍କିମ ବୋଲର ସନ୍ଦୀପ, ଦିନେଶ ଓ ହରିତ ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ। ମଙ୍ଗଳବାର ଭ୍ରମଣକାରୀ ସିକ୍କିମ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ପ୍ରିତମଙ୍କ ବୋଲିଂର ସାମ୍‌ନା କରି ନ ପାରି ଦଳ ୬୧ ଓଭରରେ ୨୪୯ ରନ କରି ଅଲଆଉଟ ହୋଇ ଯାଇଥିଲା। ପି. ପାର୍ଥ ୧୩୭ ବଲରେ ୧୧୫, ମହମ୍ମଦ ସାହାବାଜ ୯୯ ବଲରେ ୮୭, ଆକାଶ ଲୁଇଟେଲ ୫୧ ବଲରେ ୧୬ ରନ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ପ୍ରିତମ ୨୧ ଓଭରରେ ୮୮ ରନ ଦେଇ ୭ଟି ଉଇକେଟ ଅକ୍ତିଆର କରିଥିଲେ। ପୂର୍ବ ଇନିଂସରେ ମଧ୍ୟ ସେ ୪ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଅନ୍ୟତମ ବୋଲର କାର୍ତ୍ତିକ ବିଶ୍ୱାଳ ୮ଓଭରରେ ୨୮ ରନ ଦେଇ ୧ଟି ଓ ଅମ୍ରିତ ଖଟୁଆ ୧ ଓଭରରେ ୧ ରନ ଦେଇ ୧ ଉଇକେଟ ନେଇଥିଲେ। ଅମ୍ପାୟର ଭାରତୀ ଭର୍ଜି, ଅରୁଣ ବାସା ମ୍ୟାଚ ପରିଚାଳନା କରିଥିଲେ। ଏସ. ସୁରେଶ ମ୍ୟାଚ ରେଫରି ଥିବା ବେଳେ ରଜତ ଦାଶ ଓ ବୀରବର ନାୟକ ଅନଲାଇନ ସ୍କୋରର ଥିଲେ। ଆୟୋଜକ ଜିଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ପରିଚାଳନା ଓ କାଉନସିଲ ସଭ୍ୟ ସୁନୀଲ ସାହୁଙ୍କ ସଂଯୋଜନାରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା। ପ୍ରିତମଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡିଶା କ୍ରିକେଟ ଆସୋସିଏଶନ୍‌ ଯୁଗ୍ମ ସମ୍ପାଦକ ମେହେତାବ ଖାନ ମୁଖ୍ୟଅତିଥି, ୧୬ ଓ ୧୯ ବର୍ଷରୁ କମ ଓଡିଶା କ୍ରିକେଟ ଚୟନ କର୍ତ୍ତା ଶୋଭନ ଦେବ, ଝାରସୁଗୁଡା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫୁଟବଲ ସମ୍ପାଦକ ଅବଦୁଲ ଗଫାର, କାଉନସିଲ ସଭ୍ୟ ସୁବୋଧ ସାହୁ, ଅଜୟ ହୋତା, ଅଭିନାଷ ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ...

୨୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କଲେ ଏହି ୧୭ ବର୍ଷୀୟା କ୍ରିକେଟର୍‌

ଲଣ୍ଡନ,୧୦।୮: ଭାରତର ଯୁବ ମହିଳା କ୍ରିକେଟର ଶେଫାଳି ବର୍ମା ଏବେ ଇଂଲଣ୍ଡର ହଣ୍ଡ୍ରେଣ୍ଡ ଲିଗରେ ଭାଗ ନେଉଛନ୍ତି। ଲିଗ୍‌ର ଏକ ମ୍ୟାଚ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ...

କୋଭିଡ୍‌-୧୯: ଟିଟିଏଫ୍‌ଆଇ ଦେଲା ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୧।୩(ପି.ଟି.)-କୋଭିଡ୍‌-୧୯ ମୁକାବିଲା ପାଇଁ ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ) ୫ଲକ୍ଷ ଟଙ୍କା ଦାନ କରିଛି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଟିଟିଏଫ୍‌ଆଇ ଏହି ଅର୍ଥ...

କୋହଲିଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌

ରାଞ୍ଚି,୪।୧୧- ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ଦେଓଧର ଟ୍ରଫିର ଫାଇନାଲରେ ଖେଳିଥିବା...

କ୍ଲିନ ସୁଇପ୍‌ ସହ ରେକର୍ଡ ସମକକ୍ଷ ହେଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା,୨୭।୨: ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ଉଇକେଟରେ ହରାଇ ଦେଇଛି ଭାରତୀୟ...

ଆଇଓସି ଦେଲା ଅତିରିକ୍ତ ୨୫ ମି. ଡଲାର

ଲାଉସେନ,୨୫।୪ (ଏପି): କୋଭିଡ୍‌ -୧୯ ମହାମାରୀ ରୂପ ନେଇଥିବା ବେଳେ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଫଳରେ ଆଥଲେଟ୍‌ ଓ ବିଭିନ୍ନ ଦଳଗୁଡିକର...

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା...

ପରାଜୟ ପରେ ଇଂଲଣ୍ଡ ଦଳରେ ବଡ଼ ପରିବର୍ତ୍ତନ

ମାଞ୍ଚେଷ୍ଟର,୭।୯: ଓଭାଲ ଟେଷ୍ଟରେ ପରାଜୟ ପରେ ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାକୁ ଥିବା ୫ମ ତଥା ଅନ୍ତିମ ଟେଷ୍ଟ ଲାଗି ଇଂଲଣ୍ଡ ଦଳ  ଦଳରେ ବଡ଼ ପରିବର୍ତ୍ତନ...

Advertisement
Archives

Model This Week