ବ୍ରହ୍ମପୁର ଅଫିସ,୨୧ା୫-ବ୍ରହ୍ମପୁର ସହରରେ ଥିବା ୫ ଥାନାଧିକାରୀଙ୍କୁ ନେଇ ଅପରାଧ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏସ୍ପି ମିଶ୍ର ରବିବାର ଅପରାଧ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଧାରଣ ନିର୍ବାଚନର ଫଳାଫଳ ଆସନ୍ତା ୨୩ରେ ଘୋଷଣା ହେବ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଏବେଠୁ ପ୍ରସ୍ତୁତ ହେବାକୁ ଏସ୍ଡିପିଓ ଓ ସମସ୍ତ ଥାନାଧିକାରୀମାନଙ୍କୁ ଏସ୍ପି ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ-ଗୋଷ୍ଠୀ ଓ ବ୍ୟକ୍ତି-ବ୍ୟକ୍ତିଙ୍କ ଭିତରେ ଶତ୍ରୁତା ଓ ବିବାଦ ରହିଥିଲା। କଁା ଭଁା ଛୋଟ ଗଣ୍ଡଗୋଳକୁ ଛାଡ଼ିଦେଲେ ମୋଟାମୋଟି ସହରରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସରିଛି । ତେବେ ସମସ୍ତ ପ୍ରାର୍ଥୀ ବିଜୟୀ ହେବା ଆଶା ରଖିଥିବା ବେଳେ ଫଳାଫଳ ଘୋଷଣା ପରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ଯେପରି କିଛି ଅଭାବନୀୟ କାଣ୍ଡ ନ ଘଟାଇବେ, ସେଥିପ୍ରତି ସତର୍କ ଦୃଷ୍ଟି ଦେବା ସହ ସେମାନଙ୍କ ଗତିିବିଧି ଉପରେ ନଜର ରଖିବାକୁ ସମସ୍ତ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳାଫଳ ଘୋଷଣା ପୂର୍ବରୁ ଓ ପରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କୁ ଗିରଫ କରିବାକୁ କୁହାଯାଇଛି । ପୁରୁଣା ମାମଲାର ତଦନ୍ତ ସାରିବା ସହ ସମସ୍ତ ମାମଲାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାକୁ କୁହାଯାଇଛି। ଯଥାଶୀଘ୍ର ପୁରୁଣା ମାମଲାଗୁଡ଼ିକର ତଦନ୍ତ ସାରି ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଥାନାଧିକାରୀମାନଙ୍କୁ ଏସ୍ପି କହିଛନ୍ତି । ଥାନା ରେଜିଷ୍ଟର ଅପଟୁଡେଟ୍ ରଖିବାକୁ କୁହାଯାଇଛି। କେତେଜଣ ଅପରାଧୀଙ୍କ ନଁାରେ ୱାରେଣ୍ଟ ରହିଛି। ତା’ର ତାଲିକା ପ୍ରସ୍ତୁତ କରିବା ସହ ପ୍ରତି ମାସରେ କେତେଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଉଛି। ସାଧାରଣ ଜନତା ଓ ମହିଳାଙ୍କୁ ସୁରକ୍ଷା ଦେବା ସହ ଅପରାଧୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ସେ କହିଛନ୍ତି । ମହିଳା ଓ ଶିଶୁଙ୍କ ସମ୍ପର୍କିତ ମାମଲାଗୁଡ଼ିକୁ ଅଗ୍ରାଧିକାର ଦେଇ ଯଥାଶୀଘ୍ର ସମାଧାନ କରିବାକୁ କୁହାଯାଇଥିଲା। ସହରର ବିଭିନ୍ନ ହୋଟେଲ, ଲଜ୍ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରିବା ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସେ କହିଛନ୍ତି। ସହରରେ ପୋଲିସ ଏବେ ହେଲମେଟ ଚେକିଂ ଦିଗରେ ଧିମେଇ ଯାଇଛି । ଆଗକୁ ଏହା କଡ଼ାକଡ଼ି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ସପ୍ତାହରେ ଦିନେ ପ୍ରତି ଥାନା ପକ୍ଷରୁ ଜିରୋ ଟଲରାନ୍ସ ପାଳନ କରାଯିବ ବୋଲି ଏସ୍ପି କହିଛନ୍ତି। ଦୁର୍ଘଟଣା ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶକୁ ପାଳନ କରିବା ସହ ଯେପରି ଦୁର୍ଘଟଣା ସଂଖ୍ୟା କମିବ ସେଥିପ୍ରତି ଦୃଷ୍ଟି ଦେବାକୁ ଟ୍ରାଫିକ ଥାନାଧିକାରୀ ସୁମିତ କୁମାର କିଶାନଙ୍କୁ କୁହାଯାଇଛି। ଅନ୍ୟପଟେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପୋଲିସ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଦୁର୍ଘଟଣା କମାଇବାକୁ ଉଦ୍ୟମ କରିବା ସହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। ସହରସାରା ଗାଡ଼ି ମୋଟର ଯାଞ୍ଚ ହେବ । ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ । ସହରର ସବୁ ଥାନାରେ ଏହି ଅଭିଯାନ କରାଯିବ ବୋଲି ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ମାୟାଧର ସେଠୀ, ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ସମେତ ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ ।

ଭାଜପା ଶାସନରେ ଦେଶର ଗଣତନ୍ତ୍ର ବିପନ୍ନ: କଂଗ୍ରେସ
ବ୍ରହ୍ମପୁର ଅଫିସ/ଫୁଲବାଣୀ ଅଫିସ, ୧ା୪: ଭାଜପା ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଶାସନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଚାଲିଛି। ପ୍ରତିବାଦ ଓ ବିରୋଧ କଲେ କେନ୍ଦ୍ରୀୟ ତଦନ୍ତ...
ଅଶ୍ଳୀଳ ମେସେଜ ପଠାଇ ଯୁବକ ଗିରଫ
ବ୍ରହ୍ମପୁର ଅଫିସ,୨୬ା୭- ଟୁର ଆଣ୍ଡ ଟ୍ରାଭେଲସ ମାଲିକଙ୍କୁ ଅଶ୍ଳୀଳ ମେସେଜ ପଠାଇବା ସହ ଧମକ ଚମକ ଦେବା ଅଭିଯୋଗରେ ଗୋଷାଣୀନୂଆଗଁା ପୋଲିସ ଜଣେ ଯୁବକଙ୍କୁ ଗିରଫ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ : ଅନୁକରଣ ନ ହୋଇ ଦକ୍ଷତା ବିନିଯୋଗ କର
ଛତ୍ରପୁର,୨ା୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲା ପରିଷଦ ଭବନରେ ଗଞ୍ଜାମ ଜିଲାସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

‘ନିର୍ବାଚନ ବାତିଲ, ଗଣତନ୍ତ୍ରର ହତ୍ୟା’
ବ୍ରହ୍ମପୁର ଅଫିସ୍,୨୪ା୮-କ୍ୟାମ୍ପସ୍ରେ ବିଶୃଙ୍ଖଳା ଆଶଙ୍କାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦକରି ଦିଆଯାଇଛି। ଏହାକୁ ଅନେକ ଛାତ୍ର ସଂଗଠନ...

ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ
ବ୍ରହ୍ମପୁର ଅଫିସ,୨୨।୨: ଗଞ୍ଜାମ ଜିଲା ଦିଗପହଣ୍ଡିରେ ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ...

ପୁଣି ଏମ୍କେସିଜିରୁ ଖସିଲା ସିଲିଂ
ବ୍ରହ୍ମପୁର ଅଫିସ,୯।୯: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ଶୁକ୍ରବାର ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି...

ବିନା ସାନିଟାଇଜରରେ ଖୋଲିଲା ଭାରତୀ ବିଦ୍ୟାପୀଠ: ଗୋଟିଏ ବେଞ୍ଚରେ ବସିଲେ ଜଣେ
ଗଞ୍ଜାମ,୮।୧(ଡି.ଏନ୍.ଏ.): କରୋନା କଟକଣା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ ମାସ ବ୍ୟବଧାନ ପରେ ଶୁକ୍ରବାର ସ୍କୁଲ...
୧୫ ଭରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଏବେ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କାଳୀଚରଣ ସାହୁ ସପରିବାର ପୁରୀରୁ ଜଗନ୍ନାଥ ଦର୍ଶନ ସାରି...