ବ୍ରହ୍ମପୁର ଅଫିସ,୨୧ା୫-ବ୍ରହ୍ମପୁର ସହରରେ ଥିବା ୫ ଥାନାଧିକାରୀଙ୍କୁ ନେଇ ଅପରାଧ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏସ୍ପି ମିଶ୍ର ରବିବାର ଅପରାଧ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଧାରଣ ନିର୍ବାଚନର ଫଳାଫଳ ଆସନ୍ତା ୨୩ରେ ଘୋଷଣା ହେବ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଏବେଠୁ ପ୍ରସ୍ତୁତ ହେବାକୁ ଏସ୍ଡିପିଓ ଓ ସମସ୍ତ ଥାନାଧିକାରୀମାନଙ୍କୁ ଏସ୍ପି ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ-ଗୋଷ୍ଠୀ ଓ ବ୍ୟକ୍ତି-ବ୍ୟକ୍ତିଙ୍କ ଭିତରେ ଶତ୍ରୁତା ଓ ବିବାଦ ରହିଥିଲା। କଁା ଭଁା ଛୋଟ ଗଣ୍ଡଗୋଳକୁ ଛାଡ଼ିଦେଲେ ମୋଟାମୋଟି ସହରରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସରିଛି । ତେବେ ସମସ୍ତ ପ୍ରାର୍ଥୀ ବିଜୟୀ ହେବା ଆଶା ରଖିଥିବା ବେଳେ ଫଳାଫଳ ଘୋଷଣା ପରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ଯେପରି କିଛି ଅଭାବନୀୟ କାଣ୍ଡ ନ ଘଟାଇବେ, ସେଥିପ୍ରତି ସତର୍କ ଦୃଷ୍ଟି ଦେବା ସହ ସେମାନଙ୍କ ଗତିିବିଧି ଉପରେ ନଜର ରଖିବାକୁ ସମସ୍ତ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳାଫଳ ଘୋଷଣା ପୂର୍ବରୁ ଓ ପରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କୁ ଗିରଫ କରିବାକୁ କୁହାଯାଇଛି । ପୁରୁଣା ମାମଲାର ତଦନ୍ତ ସାରିବା ସହ ସମସ୍ତ ମାମଲାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାକୁ କୁହାଯାଇଛି। ଯଥାଶୀଘ୍ର ପୁରୁଣା ମାମଲାଗୁଡ଼ିକର ତଦନ୍ତ ସାରି ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଥାନାଧିକାରୀମାନଙ୍କୁ ଏସ୍ପି କହିଛନ୍ତି । ଥାନା ରେଜିଷ୍ଟର ଅପଟୁଡେଟ୍ ରଖିବାକୁ କୁହାଯାଇଛି। କେତେଜଣ ଅପରାଧୀଙ୍କ ନଁାରେ ୱାରେଣ୍ଟ ରହିଛି। ତା’ର ତାଲିକା ପ୍ରସ୍ତୁତ କରିବା ସହ ପ୍ରତି ମାସରେ କେତେଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଉଛି। ସାଧାରଣ ଜନତା ଓ ମହିଳାଙ୍କୁ ସୁରକ୍ଷା ଦେବା ସହ ଅପରାଧୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ସେ କହିଛନ୍ତି । ମହିଳା ଓ ଶିଶୁଙ୍କ ସମ୍ପର୍କିତ ମାମଲାଗୁଡ଼ିକୁ ଅଗ୍ରାଧିକାର ଦେଇ ଯଥାଶୀଘ୍ର ସମାଧାନ କରିବାକୁ କୁହାଯାଇଥିଲା। ସହରର ବିଭିନ୍ନ ହୋଟେଲ, ଲଜ୍ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରିବା ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସେ କହିଛନ୍ତି। ସହରରେ ପୋଲିସ ଏବେ ହେଲମେଟ ଚେକିଂ ଦିଗରେ ଧିମେଇ ଯାଇଛି । ଆଗକୁ ଏହା କଡ଼ାକଡ଼ି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ସପ୍ତାହରେ ଦିନେ ପ୍ରତି ଥାନା ପକ୍ଷରୁ ଜିରୋ ଟଲରାନ୍ସ ପାଳନ କରାଯିବ ବୋଲି ଏସ୍ପି କହିଛନ୍ତି। ଦୁର୍ଘଟଣା ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶକୁ ପାଳନ କରିବା ସହ ଯେପରି ଦୁର୍ଘଟଣା ସଂଖ୍ୟା କମିବ ସେଥିପ୍ରତି ଦୃଷ୍ଟି ଦେବାକୁ ଟ୍ରାଫିକ ଥାନାଧିକାରୀ ସୁମିତ କୁମାର କିଶାନଙ୍କୁ କୁହାଯାଇଛି। ଅନ୍ୟପଟେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପୋଲିସ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଦୁର୍ଘଟଣା କମାଇବାକୁ ଉଦ୍ୟମ କରିବା ସହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। ସହରସାରା ଗାଡ଼ି ମୋଟର ଯାଞ୍ଚ ହେବ । ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ । ସହରର ସବୁ ଥାନାରେ ଏହି ଅଭିଯାନ କରାଯିବ ବୋଲି ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ମାୟାଧର ସେଠୀ, ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ସମେତ ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ ।
ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ
ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…
ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ
ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…
ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…
ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…
କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ
କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…
ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ
ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…
ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ
ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…
ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ
ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…
Archives

