ଛତ୍ରପୁର,୨୨ା୯(ଡି.ଏନ.ଏ)-ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଗାଡିମୋଟର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଛତ୍ରପୁରସ୍ଥିତ ପରିବହନ କାର୍ଯ୍ୟାଳୟରେ ପ୍ରବଳ ଭିଡ ହେଉଛି ା ଡ୍ରାଇଭିଂ ଲାଇସେନ୍ସ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଅଧିକାଂଶ ବ୍ୟକ୍ତି ଭିଡକୁ ଦେଖି ନିରାଶ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ କରାଯିବ ବୋଲି କହିଛନ୍ତି। ଆସନ୍ତା ୨୩ ତାରିଖରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜ ପରିସରରେ ଏହା ପରୀକ୍ଷାମୂଳକ ଭବେ ଆରମ୍ଭ କରାଯିବ। ୩ ଧରି ହେବାକୁ ଥିବା ଉକ୍ତ କ୍ୟାମ୍ପ ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ା ଏଠାରେ କେବଳ ଖଲ୍ଲିକୋଟ ସ୍ବୟଂଶାସିତ କଲେଜ ଛାତ୍ରୀଛାତ୍ରଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ା ଯେଉଁ ମାନଙ୍କ ବୟସ ଅଠର ବର୍ଷରୁ ଊର୍ଦ୍ଧ୍ୱ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଉପଯୁକ୍ତ ବିବେଚିତ ହେବେ ା ଛାତ୍ରୀଛାତ୍ର ଜନ୍ମ ତାରିଖ ପ୍ରମାଣପତ୍ର, ଆଧାରକାର୍ଡ ଏବଂ ବ୍ଲଡ ଗ୍ରୁପ୍ର ପ୍ରମାଣପତ୍ର ଆଣିବୋ ସେମାନେ ଅନ୍ଲାଇନ୍ରେ ଦରଖାସ୍ତ କରିବେ ା ଏଥିସହ ଲର୍ନିଂ ଲାଇସେନ୍ସ ପାଇଁ ଆବଶ୍ୟକୀୟ ଦେୟ ଅନଲାଇନ୍ରେ ଜମା କରାଯିବ। ଅନଲାଇନ୍ରେ କିଛି ସାଙ୍କେତିକ ପରୀକ୍ଷା କରାଯିବା ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ସେହି ସ୍ଥାନରେ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ା ଉକ୍ତ ସ୍ଥାନରେ ମୋଟରଯାନ ଗୁଡିକର ପ୍ରଦୂଷଣ ପରୀକ୍ଷା କରାଯିବା ସହ ଇନସ୍ୟୁରାନ୍ସ କରାଇବାର ବ୍ୟବସ୍ଥା ଉପଲବ୍ଧ ହେବ ା ଏହି କ୍ୟାମ୍ପକୁ ପରିଚାଳନା ପାଇଁ କନିଷ୍ଠ ଏମ୍ଭିଆଇ ପ୍ରତାପ କୁମାର ବେହେରାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ା ଏହାର ସଫଳତା ଅନୁଧ୍ୟାନ କରିବା ପରେ ପ୍ରତି ବ୍ଲକ ଏବଂ ପୌରସଂସ୍ଥାରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଆୟୋଜନ କରାଯିବ ବୋଲି ଆର୍ଟିଓ ପ୍ରକାଶ କରିଛନ୍ତି।

ତାମିଲନାଡ଼ୁରେ ଫସିଛନ୍ତି ଶତାଧିକ ଶ୍ରମିକ
ଭଞ୍ଜନଗର,୨୭ା୩(ଡି.ଏନ୍.ଏ.): ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଗ୍ରାମର ବହୁ ଯୁବକ ତାମିଲନାଡ଼ୁରେ...

ରେଶମ ସହରରେ ଉଗ୍ରରୂପ ନେଉଛି ଜଳସଙ୍କଟ: ଜେମାଦେଇ ପେଣ୍ଠବାସିନ୍ଦାଙ୍କ ବିକ୍ଷୋଭ, ରାସ୍ତା ଅବରୋଧ
ବ୍ରହ୍ମପୁର ଅଫିସ, ୨୪ା୫- ବ୍ରହ୍ମପୁରରେ ଖରାଦିନେ ଜଳସଙ୍କଟ ଉଗ୍ରରୂପ ଧାରଣ କରିବାରେ ଲାଗିଛି ା ସହରର ଜଳାଭାବ ଦୂର କରିବାକୁ ଜାନିବିଲି ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା...

ସ୍କୁଲ ଆସିଥିବା ଛାତ୍ରୀଛାତ୍ରଙ୍କୁ ସ୍ବାଗତ କଲେ ବିଧାୟକ, ବିଇଓ
ଛତ୍ରପୁର,୨୬।୭(ଡି.ଏନ୍.ଏ.): ସୋମବାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ହାଇସ୍କୁଲକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫୁଲ...

ତହସିଲଦାରଙ୍କ ଅସଦ୍ ବ୍ୟବହାର ନେଇ ବଢ଼ୁଛି ଅସନ୍ତୋଷ
ଗଞ୍ଜାମ,୨୦।୧୧(ଡି.ଏନ୍.ଏ.): ଗଞ୍ଜାମ ସହରରେ ଥିବା ଗ୍ରାସୀମ କମ୍ପାନୀର ସହ ପରିଚାଳକ (ଉତ୍ପାଦକ ) ଆଲୋକ ଦୋରାଙ୍କୁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଇସ୍ତଫା ଲେଖେଇ...
ଗାଇଡ୍ଲାଇନ ଜାରି କଲା ଜିଲା ସ୍ବାସ୍ଥ୍ୟ ବିଭାଗ
ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା...

ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ
ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ...
ବ୍ୟାଙ୍କରୁ ୭୩ ହଜାର ଟଙ୍କା ଚୋରି
ଶଙ୍କରାଖୋଲ,୨ା୭(ଡି.ଏନ୍.ଏ.)-ଚକାପାଦ ଥାନା ଚକାପାଦ ଭାରତୀୟ ଷ୍ଟେଟବ୍ୟାଙ୍କରୁ ସୋମବାର ସକାଳେ ୭୩ ହଜାର ୮୫ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର ଫିଲ୍ଡ ଅଫିସର ମନୋରଞ୍ଜନ...
ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା ଅଭିଯୋଗ: ଇଟା ବୋଝେଇ ଟ୍ରକ ଛଡ଼ାଇ ନେଲେ ମାଲିକ
ପାତ୍ରପୁର, ୨୧ା୧୨(ଡି.ଏନ୍.ଏ.): ପାତ୍ରପୁର ତହସିଲ ଅଧୀନ ଶରଧାପୁରଠାରେ ଜୟନ୍ତୀପୁର ରାଜସ୍ବ ନିରୀକ୍ଷକଙ୍କୁ ଠେଲାପେଲା କରି ବେଆଇନ୍ ଇଟାଗାଡ଼ିକୁ ଛଡ଼ାଇ ନେଇଥିବା ଗୁରୁବାର ଜରଡ଼ା ଥାନାରେ ଅଭିଯୋଗ...