୨୧,୭୦୦ କୋଟିର ସମ୍ପତ୍ତି ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୧୨।୭ : ଏକ ସମୟରେ ଦେଶର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଗଣା ହେଉଥିବା ରିଲାଏନ୍ସ ଏଡିଏଜି ଗ୍ରୁପ୍‌ ମାଲିକ ଅନିଲ ଅମ୍ବାନୀ ଏବେ ଋଣ ପରିଶୋଧ ପାଇଁ ନିଜର ସମ୍ପତ୍ତି ବିକିବାରେ ଲାଗିଛନ୍ତି। ସଡ଼କଠାରୁ ଆରମ୍ଭ କରି ରେଡିଓ ଷ୍ଟେଶନ ଏପରି ୭ କମ୍ପାନୀର ସମ୍ପତ୍ତି ବିକିବା ଲାଗି ସେ ଏବେ ଅଣ୍ଟାଭିଡିିଛନ୍ତି। ଏହି ବିକ୍ରିରୁ ସେ ପ୍ରାୟ ୨୧,୭୦୦କୋଟି ଟଙ୍କା(୩.୨ ବିଲିୟନ ଡଲାର) ଅର୍ଥ ଯୋଗାଡ କରିବେ ବୋଲି ଆଶାକରାଯାଉଛି। ଏହି ଅର୍ଥକୁ ନେଇ ସେ ଋଣ ପରିଶୋଧ କରିବେ। ତାଙ୍କ ଉପରେ ଏବେ ମୋଟ ୯୩,୯୦୦ କୋଟି ଟଙ୍କାର ବକେୟା ଋଣ ରହିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରିଲାଏନ୍ସ କମ୍ୟୁନିକେଶନ୍ସ ବ୍ୟତୀତ ଗ୍ରୁପ୍‌ର ୪ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଉପରେ ସର୍ବାଧିକ ୩୮,୯୦୦ କୋଟି, ରିଲାଏନ୍ସ ପାଓ୍ବାର ଉପରେ ୩ ହଜାର କୋଟି, ରିଲାଏନ୍ସ ଇନ୍‌ଫ୍ରା ଉପରେ ୧୭,୮୦୦ କୋଟି, ରିଲାଏନ୍ସ ଇଞ୍ଜିନିୟରିଂ ଉପରେ ୭ ହଜାର କୋଟି ଟଙ୍କାର ବକେୟା ଋଣ ରହିଛି। ସେହିପରି ରିଲାଏନ୍ସ କମ୍ୟୁନିକେଶନ୍ସ (ଆର୍‌କମ୍‌) ୩୫,୬୦୦ କୋଟି ଟଙ୍କା ପରିଶୋଧ କରିବାକୁ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ...

ପ୍ରଥମ ଥର କାର୍‌ କିଣୁଥିବା ଗ୍ରାହକ ବଢ଼ିଲେ

ନୂଆଦିଲ୍ଲୀ,୩।୮: କୋଭିଡ୍‌-୧୯ ଯୋଗୁ ଲୋକମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ସରକାର କହିଛନ୍ତି। ଅପରପକ୍ଷରେ ସାଧାରଣ ପରିବହନ ବ୍ୟବସ୍ଥାରେ...

ରବି ମିଶ୍ର ଆର୍‌ବିଆଇ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର

ମୁମ୍ବାଇ,୧୬-୬: ଓଡ଼ିଶାର ଡ.ରବି ଏନ. ମିଶ୍ରଙ୍କୁ ପଦନ୍ନୋତି ଦିଆଯାଇ ରିଜର୍ଭ ବ୍ୟାଙ୍କର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ରୋଜମେରୀ ସେବାଷ୍ଟିଆନଙ୍କ ଅବସର ପରେ ଏହି...

ସୁଧ ହାର କମାଇଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୬-୩: ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ(ଇପିଏଫ୍‌ଓ) ଗୁରୁବାର ଏହାର ସୁଧହାର ହ୍ରାସ କରିଛି। ଫଳରେ ଉପଭୋକ୍ତାମାନେ ଚଳିତ ଆର୍ଥତ୍କ ବର୍ଷ ଲାଗି ୮.୫% ହାରରେ ସୁଧ...

ଅଗଷ୍ଟରେ ଗୋଲ୍ଡ ଇଟିଏଫ୍‌ରେ ୧୪୫ କୋଟି ନିବେଶ

ନୂଆଦିଲ୍ଲୀ,୧୧-୯: ଗୋଲ୍ଡ ଇଟିଏଫ୍‌(ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌)ରେ ଅଗଷ୍ଟରେ ୧୪୫ କୋଟି ଟଙ୍କା ନିବେଶ କରାଯାଇଛି। ୯ମାସ ମଧ୍ୟରେ ପ୍ରଥମଥର ଗୋଲ୍ଡ ଇଟିଏଫ୍‌ରେ ସର୍ବାଧିକ ନିବେଶ ହୋଇଥିବା...

ଏମ୍‌ଏସ୍‌ଏମ୍‌ଇ ଋଣ ଗ୍ୟାରେଣ୍ଟି ସୀମାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨।୮: ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ସରକାର ଘୋଷଣା କରିଥିବା ୩ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନାରେ କିଛିଟା ପରିବର୍ତ୍ତନ କରିଛନ୍ତି।...

ଗ୍ରାହକ ସମ୍ପର୍କ ବୃଦ୍ଧି ଲାଗି ଏଲ୍‌ଜିର ପଦକ୍ଷେପ

ଭୁବନେଶ୍ୱର,୧୦-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଗ୍ରାହକ ସମ୍ପର୍କ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ଲାଗି କମ୍ପାନୀ ଇନଫୋବିପ ସହ...

ପି-ନୋଟ୍‌ସ ଜରିଆରେ ୮୨,୬୧୯ କୋଟି ନିବେଶ

ମୁମ୍ବାଇ,୨୪।୬: ଭାରତୀୟ ପୁଞ୍ଜି ବଜାରରେ ପାର୍ଟିସିପେଟରୀ ନୋଟ୍ସ(ପି-ନୋଟ୍ସ) ଜରିଆରେ ମେ’ ଶେଷ ସୁଦ୍ଧା ନିବେଶ ପ୍ରାୟ ୧୪୦୦ କୋଟି ଟଙ୍କା ବୃଦ୍ଧି ପାଇ ୮୨,୬୧୯ କୋଟି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *