୨୦ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏଥିଯୋଗୁ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ହାଲକା ବର୍ଷା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଉପକୂଳବର୍ତ୍ତୀ ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବଲାଙ୍ଗୀର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଳାହାଣ୍ଡି, ଗଞ୍ଜାମ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଏଲୋ ଓ୍ବାର୍ନିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୮୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାରିପଦା ୪୦, ତାଳଚେର ୭ ଏବଂ ଦାରିଙ୍ଗବାଡିରେ ସର୍ବାଧିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗାଡ଼ି ଧକ୍କାରେ ଜଣେ ଗୁରୁତର: ଭଞ୍ଜନଗର-ଆସିକା ରାସ୍ତା ଅବରୋଧ

ଭଞ୍ଜନଗର,୨୧।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ଦମକଳ କେନ୍ଦ୍ର ନିକଟରେ ଶୁକ୍ରବାର ଅପରାହ୍ନରେ ପୋଲିସ ଗାଡି (କୋର୍ଟ ଭ୍ୟାନ୍‌) ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ...

ଠେଲାଗାଡ଼ି ଚାଳକଙ୍କ ଉପରେ ମାଡ଼ିଗଲା କଣ୍ଟେନର: ଉତ୍ତେଜନା

ରାୟଗଡ଼ା,୧୮।୪(ସ୍ବ.ପ୍ର.): ମଙ୍ଗଳବାର ଭୋରରେ ଜଣେ ଠେଲା ଚାଳକଙ୍କ ଉପରକୁ ଚଢ଼ିଗଲା କଣ୍ଟେନର। ରାଉରକେଲାରୁ ବିଶାଖାପାଟଣା ଯାଇଥିବା ଏକ କଣ୍ଟେନର ଭାରସାମ୍ୟ ହରାଇ ପୂର୍ତ୍ତ ବିଭାଗ ଡାକବଙ୍ଗଳା...

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ସୁନ୍ଦରଗଡ଼/କୁତ୍ରା,୨୨ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଏରବହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ନେଉଥିବା ବେଳେ...

ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ...

କ୍ଷତିପୂରଣ ବନୀକରଣ: ୨୬,୫୦୦ ଏକରର ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍‌ଏଚ୍‌ବି)ର ହାଉସିଂ ଅଞ୍ଚଳରେ ପ୍ରାୟ ୪ ଦଶନ୍ଧି ଧରି...

ଗୋଷ୍ଠୀ ସଂକ୍ରମଣ ମୁହାଁ ଭୁବନେଶ୍ୱର: ଶଟ୍‌ଡାଉନ ଅସ୍ତ୍ର ଆପଣାଇପାରେ ବିଏମ୍‌ସି

ଭୁବନେଶ୍ୱର,୬।୭(ବୁରୋ): ଆଉ ନିୟନ୍ତ୍ରଣରେ ନାହିଁ ଭୁବନେଶ୍ୱରର ସଂକ୍ରମଣ। ହୁହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷକରି ଲକ୍‌ଡାଉଡ଼୍‌ ହଟିବା ଓ କଟକଣାକୁ କୋହଳ କରାଯିବାଠାରୁ...

କେନ୍ଦୁଝରରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ, ସବୁ ହାଟଡିହୀ ବ୍ଲକ ଅଞ୍ଚଳର

କେନ୍ଦୁଝର/ହାଟଡିହୀ,୧୨।୬(ସ୍ବ.ପ୍ର./ଡି.ଏନ.ଏ. ): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ପାଞ୍ଚଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦୁଇ ଦିନରେ ୧୩ ରୋଗୀ ଚିହ୍ନଟ ହୋଇଛନ୍ତି।...

ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗିକଲେ ୩୨ ହଜାର କାଉଡ଼ିଆ

ପୁରୀ ଅଫିସ, ୨୯ା୭: ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୩୨,୩୦୦...

Advertisement
Archives

Model This Week