୨୦ ଫୁଟ ତଳକୁ ଖସି ବି ବର୍ତ୍ତିଗଲେ

ବାରିପଦା ଅଫିସ,୩୧।୫- କଥାରେ ଅଛି ରଖେ ହରି ତ ମାରେ କିଏ। ବାରିପଦା ସହରଠାରୁ ପ୍ରାୟ ୯ କି.ମି ଦୂର ଲକ୍ଷ୍ମୀପୋଷି ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣାକୁ ଦେଖିଲେ ଏହି ଉକ୍ତି ସତ ଲାଗେ। ଏକ କାର ୨୦ ଫୁଟ ତଳକୁ ଖସି ପଡ଼ିିଥିଲେ ମଧ୍ୟ ଏଥିରେ ଥିବା ୩ ଜଣଙ୍କର ବିଶେଷ କିଛି କ୍ଷତି ହୋଇନି। ବାରିପଦା ଟାଉନ ଥାନା ଅଧୀନ ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଲକ୍ଷ୍ମୀପୋଷି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି। ଲକ୍ଷ୍ମୀପୋଷି ଅଞ୍ଚଳର ରଘୁନାଥ ମାଝୀ ତାଙ୍କ ସ୍ତ୍ରୀ ଓ ଝିଆରୀଙ୍କ ସହ ଏକ କାର (ଓଡି.୧୧କେ-୪୨୭୮) ଯୋଗେ ଗୁରୁବାର ଘରଠାରୁ ଅଳ୍ପ ଦୂର ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ଫେରିବା ବେଳେ କାରଟି ଭାରସାମ୍ୟ ହରାଇ ୨୦ ଫୁଟ ତଳ କେନାଲ ଭିତରକୁ ଖସିପଡିଥିଲା। କେନାଲରେ ପାଣି ନ ଥିବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପିଆରଏମ ମେଡିକାଲକୁ ପଠାଇଥିଲେ। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୩ ଜଣ ସୁସ୍ଥ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri