୨୦୨୪ ସୁଦ୍ଧା ୧୦୦ ନୂଆ ବିମାନ ବନ୍ଦର; ଯାତ୍ରା କରିବ ୧୫୦ରୁ ଅଧିକ ଟ୍ରେନ୍‌

ନୂଆଦିଲ୍ଲୀ,୧।୨: ଚଳିତ ବର୍ଷର ବଜେଟ୍‌ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଉପସ୍ଥାପନ କରିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବହୁ ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୪ ସୁଦ୍ଧା ଦେଶରେ ୧୦୦ ନୂଆ ବିମାନ ବନ୍ଦର ନର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ୧୫୦ରୁ ଅଧିକ ଟ୍ରେନ୍‌ ଚଳାଚଳ କରିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବଡ଼ ସହର ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ତେଜସ୍‌ ଭଳି ଟ୍ରେନ୍‌ ଚଳାଚଳ ଉପରେ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ୫ଟି ନୂଆ ସ୍ମାର୍ଟ ସିଟି ନିର୍ମାଣ କରାଯିବ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୁବବର୍ଗଙ୍କୁ ନୂତନ ନିଯୁକ୍ତି ଯୋଗାଇ ଦିଆଯିବ। ଦେଶରେ ୨୫୦୦ କିମି ଏକ୍ସପ୍ରେସ୍‌ ଓ୍ବେ, ୯୦୦୦ କିମି ଇକୋନୋମିକ୍‌ କରିଡର, ୨୦୦୦ କିମିର ଷ୍ଟ୍ରାଟେଜିକ୍‌ ହାଇଓ୍ବେ ନିର୍ମାଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦିଲ୍ଲୀ-ମୁମ୍ବାଇ ଏବଂ ଚେନ୍ନାଇ ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଓ୍ବେର ନିର୍ମାଣ ଶୀଘ୍ର ସମ୍ପନ୍ନ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶର ସମସ୍ତ ଜିଲାରେ ଏକ୍ସପୋର୍ଟ ଜୋନ୍‌ ସ୍ଥାପନ କରିବାକୁ କେନ୍ଦ୍ରୀୟ ବଜେଟରେ ଯୋଜନା ରହିଛି। ଏହାଦ୍ୱାରା ଛୋଟ ଏବଂ ମଧ୍ୟମ ବର୍ଗର ବ୍ୟବସାୟୀ ଉପକୃତ ହୋଇପାରିବେ। ଏଥି ପାଇଁ ୨୭,୦୦୦ କୋଟିର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ସେହିପରି ରାଷ୍ଟ୍ରୀୟ ଗ୍ୟାସ୍‌ ଗ୍ରୀଡ୍‌କୁ ୧୬,୨୦୦ କିମିରୁ ବୃଦ୍ଧି କରାଯାଇ ୨୭ ହଜାର କିମି କରାଯିବାର ଯୋଜନା ରହିଛି। ଜଳ ବିକାଶ ମାର୍ଗକୁ ବୃଦ୍ଧି କରାଯିବାର ଯୋଜନା ବଜେଟରେ ରହିଛି। ଏଥିପାଇଁ ଲକ୍ଷେ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ସଚିବାଳୟରେ ତ୍ରିରଙ୍ଗା

ଶ୍ରୀନଗର,୨୬ା୮(ପି.ଟି.):୩୭୦ ଉଚ୍ଛେଦର ତିନି ସପ୍ତାହ ପରେ ଶ୍ରୀନଗରସ୍ଥିତ ସଚିବାଳୟରୁ ଜମ୍ମୁ-କଶ୍ମୀରର ପତାକା ହଟିଛି। ଏବେ ସେଠାରେ କେବଳ ତ୍ରିରଙ୍ଗା ଉଡ଼ୁଛି। ପୂର୍ବରୁ ସଚିବାଳୟ ଶୀର୍ଷରେ ଜାତୀୟ...

ବେକାରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ ସିଂ: ୪ ଗାଈ ପାଳିଲେ ରୋଜଗାର ହେବ ୨୦ ଲକ୍ଷ ଟଙ୍କା

ମିରଟ,୧୭।୨: ନିଜର ମନ୍ତବ୍ୟ ନେଇ ବାରମ୍ବାର ବିବାଦୀୟ ହେଉଥିବା ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି। ଉତ୍ତରପ୍ରଦେଶ ସୁରଟରେ ଏକ...

ଦେଶରେ ୬୨ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୦।୫: ଦେଶରେ ରବିବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ଅତିକ୍ରମ କରିଛି। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ଥିବା କହିଛି କେନ୍ଦ୍ର...

୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦,୩୮୬

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ହେଲେ ଆଉ ଏକ ଖୁସି ଖବର ହେଉଛି ଯେ ଗତ ୨୪ ଘଣ୍ଟା...

ରାଫାଲର ଲ୍ୟାଣ୍ଡିଂ-ଟେକ୍‌ଅଫ୍‌‌କୁ ନେଇ ବଢୁଛି ଚିନ୍ତା

ନୂଆଦିଲ୍ଲୀ,୩୧।୭: ଶତ୍ରୁ ପକ୍ଷର କଡା ମୁକାବିଲା କରିବାକୁ ଭାରତରେ ପହଞ୍ଚି ସାରିଛି ଯୁଦ୍ଧ ବିମାନ ରାଫାଲ। ଏହା ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିଛି ସତ।...

କରୋନା ରିପୋର୍ଟକୁ ଅପେକ୍ଷା: ହସ୍ପିଟାଲରେ ଏପ୍ରିଲ୍‌ ୨୬ଠାରୁ ପଡ଼ି ରହିଛି ମୃତଦେହ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ଏବେ ଯେକୌଣସି କାରଣରୁ ମୃତ୍ୟୁ ଘଟିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ କରୋନା...

ବ୍ୟାଙ୍କ ପ୍ରମୋଟର ହୋଇପାରନ୍ତି ବଡ଼ କର୍ପୋରେଟ ହାଉସ

ମୁମ୍ବାଇ: ବଡ଼ ବଡ଼ କର୍ପୋରେଟ୍‌ ହାଉସ ଦେଶରେ ଥିବା ବ୍ୟାଙ୍କଗୁଡିକର ପ୍ରମୋଟର ଭାବେ ସ୍ଥାନ ପାଇବା ନେଇ ସମ୍ଭାବନା ଉପୁଜିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ...

ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ

ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

Advertisement


Archives

Model This Week