୨୦୨୦ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଆବଶ୍ୟକ ଅର୍ଥ ନାହିଁ : ଜିଲାପାଳଙ୍କୁ ଭେଟି ସହାୟତା ଲୋଡ଼ିଲେ ଆଥଲେଟ ଜଉନା ମୁର୍ମୁ

ବାରିପଦା ଅଫିସ,୩୧ା୧୦- ୨୦୨୦ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ଅନ୍ତର୍ଜାତୀୟସ୍ତରୀୟ ଆଥଲେଟ ଜଉନା ମୁର୍ମୁଙ୍କ ନିକଟରେ ସମ୍ବଳ ନାହିଁ। ଏହି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ହେଲେ ତାଙ୍କୁ କେହିି ପ୍ରୋତ୍ସାହନକାରୀ ମିଳି ନ ଥିବାରୁ ବୁଧବାର ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସେ ସାକ୍ଷାତ କରି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥା ଜରିଆରେ ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ କହିଛନ୍ତି। ଜିଲାପାଳ ଭରଦ୍ୱାଜ ମଧ୍ୟ ତାଙ୍କୁ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ କରୁଥିବା ବେଳେ ଜଣେ ଅନ୍ତର୍ଜାତୀୟସ୍ତରୀୟ କ୍ରୀଡ଼ାବିତଙ୍କ ଏଭଳି ଅବସ୍ଥା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି।
ବଣ ପାହାଡ଼ଘେରା ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅଧୀନ ବଡକୁରୁମ ଗାଁର ଏକ ଚାଷୀ ପରିବାରରେ ୧୬ ଅଗଷ୍ଟ ୧୯୯୦ରେ ଜଉନାଙ୍କ ଜନ୍ମ। ବାପା ପୁରନ୍ଦର ମୁର୍ମୁ ଓ ମା’ କାପୁରାଙ୍କ ୫ ସନ୍ତାନ ମଧ୍ୟରୁ ସେ ତୃତୀୟ। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସ୍କୁଲ ଜୀବନରୁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସରକାରୀ ପ୍ରୋତ୍ସାହନ ତଥା ପ୍ରଶିକ୍ଷଣର ଅଭାବ ସତ୍ତ୍ୱେ ସେ ତାଙ୍କ ପ୍ରୟାସ ଜାରି ରଖି ଜଣେ ସଫଳ ଆଥଲେଟ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମାତ୍ର ଅର୍ଥାଭାବ ଯୋଗୁ ଆଗକୁ ବଢ଼ିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ଜଉନା କହିଛନ୍ତି ଯେ, କିଛି ବର୍ଷ ହେବ ସ୍ପୋଟର୍‌ସ କୋଟାରେ ଓଏନଜିସି (ଅଏଲ ଆଣ୍ଡ ନେଚୁରାଲ ଗ୍ୟାସ କର୍ପୋରେଶନ)ରେ ଚାକିରି କରୁଛନ୍ତି। ତେବେ ମିଳୁଥିବା ଦରମା ତାଙ୍କ ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଡିଏସପି ର଼୍ୟାଙ୍କର ଚାକିରି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଜଉନା ଏଥିରୁ ବାଦ ପଡିଛନ୍ତି। ରାଜ୍ୟ ସରକାର ଅନ୍ୟ କ୍ରୀଡ଼ାବିତମାନଙ୍କୁ ଏହି ପଦବୀରେ ଅବସ୍ଥାପିତ କରୁୁଥିବା ବେଳେ ଜଉନା କିନ୍ତୁ ଏଥିରୁ ବାଦ୍‌ ପଡିଛନ୍ତି। ପ୍ରାୟ ୪ ବର୍ଷ ପୂର୍ବେ ତାଙ୍କୁ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଏଯାଏ ପୂରଣ କରିବାକୁ ଆନ୍ତରିକତା ପ୍ରକାଶ ପାଉନାହିଁ। ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା)ର ରାଜ୍ୟ ସଭାପତି ଶୁକଲାଲ ମାରାଣ୍ଡି ଏହି ଘଟଣାରେ ମତ ରଖି ରାଜ୍ୟ କ୍ରୀଡ଼ା ବିଭାଗ ଜଣେ ଉଦୀୟମାନ କ୍ରୀଡ଼ାବିତଙ୍କୁ ଅବହେଳା କରୁଛି ଓ ଜଉନାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ସରକାର ତଥା ଜିଲା ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ମାନ୍ୟତା ପାଇଁ ଦାବିପତ୍ର

କପ୍ତିପଦା,୧୦ା୧୨(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଦେଇ ଟି.ଡି.ପି.ୟୁ ଏମ.ବି.ଆର(ଠାକୁରମୁଣ୍ଡା, ଡଙ୍ଗାଡିହା, ପୋଡାଡିହା,ଉଦଳା,ମାଣତ୍ରୀ,ବୈଶିଙ୍ଗା ଓ ରୂପସା) ଏମଡିଆର-୭୦ ଏକ ରାସ୍ତା ରହିଛି। ଏହି ରାସ୍ତାକୁ ଜାତୀୟ...

ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବା ନେଇ ଆଶା ସଞ୍ଚାର, ଉପଜିଲାପାଳଙ୍କୁ ମଗାଗଲା ତଥ୍ୟ

ବାରିପଦା ଅଫିସ,୧୯।୮- ଆୟତନ ଓ ଜନସଂଖ୍ୟା ହିସାବରେ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ। ଏହି ଜିଲାରେ ୨୬ ଟି ବ୍ଲକ ଥିବା ବେଳେ ଦୁଇଟି ପୌରାଞ୍ଚଳ...

ହୋଲ୍ଡିଂ ଟିକସ ବୃଦ୍ଧିକୁ ବିରୋଧ

ବାରିପଦା ଅଫିସ,୨୧।୫ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ଅଞ୍ଚଳରେ ମାତ୍ରାଧିକ ହୋଲ୍ଡିଂ ଟିକସ ବୃଦ୍ଧି ପ୍ରତିବାଦରେ ଭଞ୍ଜସେନାର ଏକ ପ୍ରତିନିଧି ଦଳ ଶୁକ୍ରବାର ପୌରାଧ୍ୟକ୍ଷଙ୍କୁ...

ରାଜାବନ୍ଧ ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର

ବାରିପଦା ଅଫିସ,୨୫।୪:ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍‌ ପୋଖରିଆ ପଞ୍ଚାୟତ ରାଜାବନ୍ଧର ପୁନରୁଦ୍ଧାର ଏବଂ ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ...

୪ ହାତୀଦାନ୍ତ ଜବତ, ଶିକାରୀ ଗିରଫ

ବାରିପଦା ଅଫିସ,୨୨।୪: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା ଦୁଇ ଦନ୍ତାହାତୀର ଦୁଇଯୋଡ଼ା ଦାନ୍ତକୁ ବନବିଭାଗ ଜବତ କରିଛି। ବନକର୍ମଚାରୀମାନେ ଗ୍ରାହକ ସାଜି ଦାନ୍ତ...

ଜିଲା ପ୍ରଶାସନର ଉପେକ୍ଷା ପ୍ରତିବାଦରେ କଂଗ୍ରେସର ଧାରଣା

ବାରିପଦା ଅଫିସ,୧୧ା୬- ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ମାସ୍କ, ଟେଷ୍ଟିଙ୍ଗ କିଟ୍‌, ପିପିଇ ଓ ର଼୍ୟାପିଡ୍‌ କୋଭିଡ୍‌ ଟେଷ୍ଟିଂ ମେଶିନ କିଣାରେ ଅନିୟମିତତା ହୋଇଥିବା...

ସମ୍ମେଟିଭ୍‌-୨ ପରୀକ୍ଷା ଫଳ ପ୍ରକାଶ ପାଉନି: ଦ୍ୱନ୍ଦ୍ୱରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର

ବାରିପଦା ଅଫିସ,୧୫।୫: ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି।...

୫୦୪ ଜମାକାରୀଙ୍କୁ ଟଙ୍କା ଫେରସ୍ତ

ବାରିପଦା ଅଫିସ, ୧୮।୨-ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଥିବା ଜମାକାରୀଙ୍କ ଟଙ୍କା ବୁଧବାରଠାରୁ ଫେରସ୍ତ ଆରମ୍ଭ ହୋଇଛି। ବ୍ୟାଙ୍କରେ ଥିବା ଜମାକାରୀଙ୍କ ତାଲିକା ମଧ୍ୟରୁ ପ୍ରାଥମିକ...

Advertisement
Archives

Model This Week