୨୦୧୯-୨୦ ଶିକ୍ଷାବର୍ଷ ସରିବାକୁ ୨ମାସ ରହିଲା: ଛାତ୍ରୀଛାତ୍ରଙ୍କୁ ମିଳିଲାନି ମାଗଣା ୟୁନିଫର୍ମ, ଜୋତା

ରସୁଲପୁର, ୨୬।୧ (ଡି.ଏନ୍‌.ଏ.): ଯାଜପୁର ଜିଲାରେ ରସୁଲପୁର ବ୍ଲକ ଏକ ଅଗ୍ରଣୀ ବ୍ଲକ ଭାବରେ ଖ୍ୟାତି ରହିଛି। ହେଲେ ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ଓ ତା’ର ଅବସ୍ଥା ସେତେଟା ସନ୍ତୋଷଜନକ ମନେ ହେଉନାହିଁ। ତେବେ ଛାତ୍ରୀଛାତ୍ରଙ୍କୁ ମଗଣା ୟୁନିଫର୍ମ ଓ ଜୋତା ବଣ୍ଟନ କ୍ଷେତ୍ରରେ ବ୍ଲକର ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ୨୦୧୯-୨୦ ଶିକ୍ଷାବର୍ଷ ସରିବାକୁ ୨ମାସ ବାକି ରହିଲା । ହେଲେ ଏବେ ବି ଅନ୍ୟୁନ ୪୦ଶତକଡ଼ା ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ପୋଷାକ, ଜୋତା ଓ ମୌଜା ମିଳିପାରି ନାହିଁ। ତେଣେ ସରକାର ଚଳିତ ଶିକ୍ଷା ବର୍ଷଠାରୁ ସମସ୍ତ ପିଲାଙ୍କୁ ମାଗଣା ପୋଷାକ ଦେବାକୁ ଘୋଷଣା କରିଥିବାରୁ ଏପିଏଲ୍‌ ବର୍ଗର ପୁଅ, ବ୍ଲକ ଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସମସ୍ତ ପିଲାଙ୍କୁ କେବେ ପୋଷାକ ମିଳିବ ତାହା ଏବେ ବି ଅନିଶ୍ଚିତା ଦେଇ ଗତି କରୁଛି।

ପ୍ରାଥମିକ ଶିକ୍ଷା ହେଉଛି ପିଲାମାନଙ୍କ ମୌଳିକ ଅଧିକାର। ୧ ରୁ ୮ମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବା ସହ ଏହି ବର୍ଗର ସବୁ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ଦିଗରେ ନିଶ୍ଚିତ କରାଯିବ। ସରକାର ୧ରୁ ୮ଶ୍ରେଣୀରେ ପଢୁଥିବା ସବୁ ବର୍ଗର ପିଲାଙ୍କୁ ମାଗଣା ବହି ଯୋଗାଇ ଦେଉଛନ୍ତି। ଏଥିସହ ପୂର୍ବରୁ ଝିଅ ଓ ବିପିଏଲ ବର୍ଗର ପୁଅଙ୍କୁ ସରକାର ପୋଷାକ ଦେଉଥିଲେ। ଏହାଛଡ଼ା ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ବିଦ୍ୟାଳୟକୁ ଛାଡ଼ିଦେଲେ ଏହିବର୍ଗର ସବୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି। ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଘୋଷଣା କରିବା ପରେ ସବୁବର୍ଗର ପିଲାଙ୍କୁ ସମାନ ଅଧିକାର ପ୍ରଦାନ ଆଧାରରେ ମଧ୍ୟାହ୍ନ ଭୋଜନ, ମାଗଣା ବହି, ୟୁନିଫର୍ମ ଓ ଜୋତା ଦେବାକୁ ଘୋଷଣା କରିଛନ୍ତି। ଏହିକ୍ରମରେ ଉକ୍ତ ବ୍ଲକ ଅଧିନସ୍ଥ ୨୨୩ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିବେଷଣ ହେଉଛି। ସେଥିମଧ୍ୟରୁ ୧୭୩ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି, ୮ଟି ଅନୁଦାନପ୍ରାପ୍ତ, ୧୬ଟି ବ୍ଲକ ଗ୍ରାଣ୍ଟ ମଧ୍ୟ ଇଂରାଜୀ ଓ ୨୯ଟି ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀ ରହିଛି । ଏ ସବୁ ବିଦ୍ୟାଳୟରେ ମୋଟ ୧୮,୭୦୨ଜଣ ପିଲା ଅଧ୍ୟୟନ କରୁଛନ୍ତି । ଚଳିତବର୍ଷଠାରୁ ପ୍ରତ୍ୟେକ ପିଲା ପିଛା ୨ହଳ ମାଗଣା ୟୁନିଫର୍ମ ବାବଦକୁ ୨୦୦ ଲେଖାଏ ୪୦୦ ଟଙ୍କା ଓ ହଳେ ଜୋତା ଆଉ ମୌଜା ପାଇଁ ୨୦୦ଟଙ୍କାକୁ ମିଶାଇ ମୋଟ ୬୦୦ଟଙ୍କା ପ୍ରଦାନ କରାଯାଉଛି। ପୋଷାକ ଓ ଜୋତା ବାବଦକୁ ଅର୍ଥ ଏବାବଦରେ ବ୍ୟାଙ୍କରେ ଖୋଲାଯାଇଥିବା ଜମାଖାତାକୁ ଆସିବ। ପରିଚାଳନା କମିଟି ସଭାପତି ଓ ପ୍ରଧାନ ଶିକ୍ଷକଙ୍କ ଯୁଗ୍ମ ଭାବରେ ଏହି ଖାତାକୁ ପରିଚାଳନା କରିବେ। ଅଦ୍ୟାବଧି ଏହି ବ୍ଲକ ଅଧିନସ୍ଥ କିଆବାଡିଆ ପ୍ରାଥମିକ ବିଦ୍ୟାଳୟ, ବନ୍ଧଡିହ, ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟ, ଚାନ୍ଦପୁର, ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ, ଗୋପାଳପୁର ସମେତ ୪ଟି ବିଦ୍ୟାଳୟରେ ଏବେ ବି ପରିଚାଳନା କମିଟି ଗଠନ ହୋଇପାରି ନାହିଁ । ଏହାଛଡା ବ୍ଲକଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଏପିଏଲ ଛାତ୍ରମାନଙ୍କୁ ପୋଷାକ ମିଳିବା ନେଇ ଅନିଶ୍ଚିତତା ଜାରି ରହିଛି। ଜିଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ଆକାଉଣ୍ଟରେ ଅର୍ଥ ପହଞ୍ଚତ୍ବାରେ ବିଳମ୍ବ ହୋଇଛି। ଫଳରେ ୟୁନିଫର୍ମ ଓ ଜୋତା ମିଳିପାରୁ ନାହିଁ ବୋଲି କୁହାଯାଉଛି ା ଅଧିକାଂଶ ଛାତ୍ରୀଛାତ୍ରଙ୍କ ଆଧାର କାର୍ଡ ଉଠିପାରି ନାହିଁ ା ଆଧାର ସଂଯୋଗ ହୋଇ ନ ଥିବା ପିଲାମାନଙ୍କ ପାଇଁ ଅର୍ଥ ଆସିପାରିବ କି ନାହିଁ ତା ଉପରେ ସଂଶୟ ଲାଗି ରହିଛି। ଏସବୁ କାରଣରୁ କେତେକ ବିଦ୍ୟାଳୟର ଉପସ୍ଥାନ ଠାରୁ କମ୍‌ ଅର୍ଥ ଆସିଛି ା ଯାହକୁ ନେଇ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି। କମ୍‌ ପରିମାଣର ଟଙ୍କା ଆସିଥିବା କାରଣରୁ କେତେକ ବିଦ୍ୟାଳୟରେ ପୋଷାକ ବଣ୍ଟନ ପ୍ରକ୍ରିୟାରେ ବାଧା ଉପୁଜୁଛି। ଏ ନେଇ ବ୍ଲକ ଶିକ୍ଷାଧିକାରୀ ସାନ୍ତନୁ କୁମାର କରଙ୍କୁ ପଚାରିବାରୁ ସେ ଏ ବାବଦରେ ଆଦୌ ଅବଗତ ନାହାନ୍ତି ା ଏ ଦିଗରେ ନାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜିଲା ପ୍ରକଳ୍ପ ସଂଯୋଜକ କେହି ତାଙ୍କୁ ସୂଚନା ଦେଉନାହାନ୍ତି ା ପଚାରିଲେ ସେମାନେ ଚିଠି ମେଲ୍‌ରେ ପଠାଇ ଦେଉଛନ୍ତି ବୋଲି କହୁଛନ୍ତି ା ତେବେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନେଟ୍‌ ଦୀର୍ଘଦିନ ୪ମାସରୁ ଊର୍ଦ୍ଧ୍ୱକାଳ ଖରାପ ରହିଥିବାରୁ ଏ ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ

ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।...

ଟିକ୍‌ଟକ୍‌ ଛାଡ଼ି ଏବେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ କରୁଛନ୍ତି ଯୋଗାଭ୍ୟାସ

ଭଦ୍ରକ ଅଫିସ,୧୧ା୫ : ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ ଭିଡିଓ କିଛି ଦିନ ତଳେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋଧିରାମପଡ଼ା ଗ୍ରାମରେରେ ଭାଲୁ ଆକ୍ରମଣରେ ବୁଧବାର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଘନଶ୍ୟାମ ମୁଣ୍ଡା। ଗୁରତର...

କରୋନା ସଚେତନତା: ସ୍ଥାନାନ୍ତର ହେଲା ଡେଲି ମାର୍କେଟ

ବିଜେପୁର, ୨୩।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାର ଔଷଧ ବାହାରି ନାହିଁ। ତେଣୁ ସତର୍କତା ହିଁ ଏକମାତ୍ର...

ପୁଣି ଆଉ ଏକ ଟାର୍ଗେଟ ମିଶାଇଲ ସମୁଦ୍ର ଭିତରୁ ଉଦ୍ଧାର

ବାହାନଗା, ୫।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁର ପଞ୍ଚାୟତର ବାଉଁଶ ଆଡିଆ ସ୍ଥିତ ମାଛ ଧରା କେନ୍ଦ୍ର(ଜେଟି)ର ସମୁଦ୍ର ଭିତରୁ ପୁଣି ଏକ ଟାର୍ଗେଟ...

ହର୍ବାଲ ମେଳାରେ କବିରାଜଙ୍କ ଆୟୁର୍ବେଦ ଚିକିତ୍ସା

ବ୍ରହ୍ମପୁର ଅଫିସ,୨୦ା୩:ଓଡ଼ିଶା ଔଷଧ ବୃକ୍ଷ ପରିଷଦ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ୧୩ତମ ହର୍ବାଲ ମେଳା...

ସିଟୁ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବୁଧବାର ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ପ୍ରତିବାଦ କରାଯାଇଛି। ସଂଗଠନ ମୁଖ୍ୟ ଦିବ୍ୟସିଂ ନାୟକଙ୍କ ନେତୃତ୍ୱରେ...

କପିଳାସ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ସୁଖଦ ବନ୍ଧନର କାହାଣୀ ‘ମାଟି ମା’

ଢେଙ୍କାନାଳ ଅଫିସ,୨୭ା୧୨-ଢେଙ୍କାନାଳ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୋଳର...

Advertisement
Archives

Model This Week