୨୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କାମାକ୍ଷାନଗର, ୬।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ୨୦୦ରୁ ଊର୍ଦ୍ଧ୍ୱ ଛତିଶଗଡ଼ ଶ୍ରମିକଙ୍କ ସୋମବାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏଥିସହ ସେମାନଙ୍କୁ ସାବୁନ ବଣ୍ଟନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଲକ୍‌ଡାଉନ୍‌ ପରେ ସମ୍ପୃକ୍ତ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରି ଆଳତୁମା ହାଇସ୍କୁଲ ଏବଂ ପ୍ରାଥମିକ ବିଦ୍ୟାଳୟରେ ଥଇଥାନ କରାଯାଇଛି। ସେଠାରେ ସେମାନଙ୍କ ଖାଇବାପିଇବା ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ଯାଞ୍ଚ ବେଳେ ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ, ଉପଖଣ୍ଡ ମେଡିକାଲ ଅଧିକାରୀ ଡ. ରତ୍ନାକର ସାମଲ, ଡା. ସିଦ୍ଧାର୍ଥ ଶଙ୍କର ବେଉରା, ଫର୍ମାସିଷ୍ଟ ବିପିନ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୧୬୫ ପଜିଟିଭ୍‌; ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୧୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଥିବା ରାଜ୍ୟ...

ମହାରାଷ୍ଟ୍ରରେ କରୋନା ନେଲାଣି ୩୦୧ ମୁଣ୍ଡ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏବେ ଏହା ଏକ ପ୍ରକାର ଅଣାୟତ୍ତ ହୋଇ ପଡିଲାଣି ବୋଲି କୁହାଯାଉଛି। ପ୍ରତିଦିନ ଏଠାରେ...

ବେଜିଂରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସତର୍କ ସୂଚନା ଜାରି…

ବେଜିଂ, ୧୨।୬ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷ କରି ଅଧିକାରୀମାନେ ରାଜଧାନୀ ବେଜିଂ ଏବଂ ସାଂଘାଇକୁ...

କରୋନା ତାଣ୍ଡବ ଜାରି: ୪୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨ ଦିନ ଧରି ଲଗାତାର...

ମିଛ ସୂଚନା ପୋଷ୍ଟ କରି ଅଡୁଆରେ ନାରୀନେତ୍ରୀ

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁରରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ମିଛ ସୂଚନା ଦେଇ ଏବେ ଜଣେ ମହିଳା ନେତ୍ରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ହେଲେ ଭାରତୀ...

ଖୁସି ଖବର: ମାସ୍କ୍‌ ପିନ୍ଧିବାକୁ ମନା କଲେ ସରକାର…

ଜେରୁଜେଲମ୍‌,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ୍‌...

କରୋନା ଭାଇରସକୁ ସବୁଦିନ ପାଇଁ ହଟାଇ ଦେବି: ଟ୍ରମ୍ପ

ୱାଶିଂଟନ,୧୧ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନାରେ ପୀଡ଼ିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି । ଏତିବି ବେଳେ ସେ...

ଶେରଗଡ଼କୁ ଆସିଲା ୨ କରୋନା ଆମ୍ବୁଲାନ୍ସ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼କୁ କରୋନା ରୋଗୀଙ୍କ ପାଇଁ ଦୁଇଟା ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଶେରଗଡ଼ ବିଡିଓଙ୍କ ତତ୍ତ୍ୱାବଧାନରେ ଏହି ଦୁଇଟି ଆମ୍ବୁଲାନ୍ସ ରହିଛି।...

Advertisement
Archives

Model This Week