୨୦ବର୍ଷ ହେଲା ମରାମତି ହୋଇନି ନାଳ: ୪ଶହ ଏକର ଚାଷଜମିରେ ପାଣି ପଶୁଛି

ବନ୍ତ, ୨୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ବଡବର୍ଚ୍ଚିକୟାଁ ଉତ୍ତର ପାର୍ଶ୍ୱସ୍ଥ ବିଶଲକଣା, କୁସୁନନଗର ଆଦି ଅଞ୍ଚଳରୁ ଜଳ ନିଷ୍କାସନ ହେବାକୁ ଥିବା ମୁଖ୍ୟ ନାଳକୁ ମରାମତି କରାଯାଉ ନ ଥିବାରୁ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବଡବର୍ଚ୍ଚିକୟାଁ, ଜୟସିଂହପୁର ଓ କୁସୁନନଗର ଆଦି ଗ୍ରାମର ପ୍ରାୟ ୪୦୦ ଏକର ଚାଷଜମିରେ ପାଣି ପଶି ଫସଲ ନଷ୍ଟ ହେଉଥିବା ଚାଷୀମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗତ ୨୦ବର୍ଷ ତଳେ ଭଦ୍ରକ କାଡା ଡିଭିଜନ ପକ୍ଷରୁ ଉପରୋକ୍ତ ଗ୍ରାମର ଚାଷଜମି ମଧ୍ୟ ଦେଇ ଏକ ନାଳ ନିର୍ମାଣ କରାଯାଇଥିଲା । ଏହି ନାଳର ଦୈଘ୍ୟ ପ୍ରାୟ ୭କି.ମି. ହେବ। ଏହି ନାଳ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନ୍‌, ସୋସୋ ବ୍ରାଞ୍ଚ୍‌ କେନାଲ ଆପ୍ତିରା ଗ୍ରାମଠାରୁ ବାହାରି ଭଦ୍ରକ-ଆଗରପଡ଼ା ପିଡବ୍ଲ୍ୟୁଡି ରାସ୍ତାକୁ ବିଶଲକଣା ଗ୍ରାମଠାରେ ଅତିକ୍ରମ କରି ବଡବର୍ଚ୍ଚିକୟାଁ, ଜୟସିଂହପୁର, କୁସୁନନଗର ଗ୍ରାମଦେଇ କାଉପୁର ପଞ୍ଚାୟତ ସାଳନ୍ଦୀ ନଦୀରେ ମିଶିଛି । ପ୍ରତ୍ୟେକ ବର୍ଷ ବର୍ଷାଦିନେ ଏହି ନାଳ ଯୋଗୁ ୪ଶହ ଏକର ଚାଷ ଜମିର ଧାନ ଫସଲ ନଷ୍ଟ ହୋଇଥାଏ । ବହୁ ଚାଷ ଜମି ପଡିଆ ପଡିଥାଏ। ବର୍ଷାଦିନେ ଆଗରପଡ଼ାଠାରୁ ୪ କି.ମି. ଏରିଆର ବର୍ଷା ଜଳ ଏହି ନିଷ୍କାସନ ନାଳ ଦେଇ ନିଷ୍କାସିତ ହୋଇଥାଏ । ଫଳରେ ନାଳର ଉଭୟ ପାର୍ଶ୍ୱରେ ଥିବା ଚାଷ ଜମି କ୍ଷତିଗ୍ରସ୍ତ ହୋଇଥାଏ । ଆଗରପଡ଼ା-ଭଦ୍ରକ ପିଡବ୍ଲ୍ୟୁଡି ରାସ୍ତାର ବିଶଲକଣା ଗ୍ରାମଠାରେ ରାସ୍ତାର ଉଭୟ ପାର୍ଶ୍ୱରେ କେତେକ ଗ୍ରାମବାସୀ ସଡକର ନୟନଯୋରିରେ ମାଟି ପକାଇ ଘର କରିବା ଦ୍ୱାରା ନୟନଯୋରି ତଳକୁ ପାଣି ନିଷ୍କାସିତ ନ ହୋଇ ସମସ୍ତ ବର୍ଷା ଜଳ ଏହି ନାଳରେ ଯାଇ ସାଳନ୍ଦୀ ନଦୀରେ ମିଶି ଥାଏ । ଫଳରେ ଏହି ନାଳର ଆଡିବନ୍ଧ ପାଣିରେ ବୁଡ଼ି ଚାଷ ଜମିରେ ପଶିଥାଏ । ଚାଷ ଜମିରେ ଏତେ ଅଧିକ ପାଣି ହୁଏ ଯେ, ଚାଷ କରିବା ସମ୍ଭବ ହୁଏ ନାହିଁ । ପ୍ରତ୍ୟେକ ବର୍ଷ ଚାଷ ଜମିରେ ଦୁଇରୁ ତିନି ଥର ଧାନ ରୁଆଯାଇଥାଏ। ଅଧିକାଂଶ ଚାଷ ଜମିକୁ ଚାଷୀମାନେ ବାଧ୍ୟହୋଇ ପଡିଆ ରଖିଥାନ୍ତି । ଏହି ନାଳ ଦୀର୍ଘ ୨୦ବର୍ଷ ହେବ ମରାମତି କରାଯାଉ ନ ଥିବାରୁ ନାଳର ଦୁଇ ପାର୍ଶ୍ୱ ଆଡିବନ୍ଧ ଓ ପାଦଚଲା ପୋଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ଷାଦିନେ ଏହି ନାଳ ପାର ହେବା ପାଇଁ ଲୋକମାନେ ସମସ୍ୟାରେ ପଡୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଆଗରପଡ଼ା-ଭଦ୍ରକ ପିଡବ୍ଲ୍ୟୁଡି ରାସ୍ତାର ବିଶଲକଣାଠାରେ ନୟନଯୋରିକୁ ସଫା କରିବା ସହ ଭଦ୍ରକ କାଡା ଡିଭିଜନ ପକ୍ଷରୁ ଉକ୍ତ ନାଳକୁ ପୁନଃ ମରାମତି କରାଇବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଭଦ୍ରକ କାଡା ବିଭାଗର କନିଷ୍ଠଯନ୍ତ୍ରୀ ବରେନ୍ଦ୍ର କୁମାର ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି ଯେ, ଖୁବ୍‌ଶୀଘ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri