ଫେବୃୟାରୀ ୨ରୁ କନ୍ଧମାଳ ମହୋତ୍ସବ

ଫୁଲବାଣୀ ଅଫିସ, ୩୧ା୧୨- ବହୁ ପ୍ରତୀକ୍ଷିତ କନ୍ଧମାଳ ମହୋତ୍ସବ ଫେବୃୟାରୀ ୨ ତାରିଖରୁ ଆରମ୍ଭ ହେବ। ଏ ନେଇ ଏକ ପ୍ରଶାସନିକ ବୈଠକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ମହୋତ୍ସବ ଏବଂ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ସ୍ଥାନୀୟ କରୋନେଶନ ପଡିଆରେ ଅନୁଷ୍ଠିତ ହେବ। ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟର ଅନ୍ୟାନ୍ୟ ଜିଲା ଓ ବାହାରୁ ଆସିଥିବା ସାଂସ୍କୃତିକ ଦଳ ଏଥିରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପିଲାମାନଙ୍କ ପାଇଁ ସୁନ୍ଦର ସ୍ବାସ୍ଥ୍ୟ, କୌତୁକ ପୋଷାକ, ଏକକ ଅଭିନୟ, ମହିଳାମାନଙ୍କ ପାଇଁ ଖାଦ୍ୟ ରନ୍ଧା, ମ୍ୟୁଜିକାଲ ଚେୟାର, ରଙ୍ଗୋଲି ଆଦି ପ୍ରତିଯୋଗିତା ଆୟୋଜନ କରାଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ସୁରୁଖରୁରୁରେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଆୟୋଜନ କମିଟି, ଅଭ୍ୟର୍ଥନା କମିଟି, ଅର୍ଥ କମିଟି, କାର୍ଯ୍ୟ ପରିଚାଳନା କମିଟି, ପ୍ରଦର୍ଶନୀ ପରିଚାଳନା କମିଟି, ଷ୍ଟେଜ କମିଟି, ସାଂସ୍କୃତିକ କମିଟି, ସମ୍ବର୍ଦ୍ଧନା କମିଟି, ଭାଷା ସାହିତ୍ୟ କମିଟି, ବିଜ୍ଞାପନ ଓ ପ୍ରସାର କମିଟି ଆଦି ଗଠନ କରାଯାଇଛି। ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ପିଡି ଡିଆଆଡିଏ ବିଶ୍ୱନାଥ ବାରିକ, ପିଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସହରର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ବର୍ଷାରେ ଧୋଇଗଲା ମିନି ଷ୍ଟାଡିୟମ ମାଟି: ସ୍ଥାୟିତ୍ୱକୁ ନେଇ ଆଶଙ୍କା

ଲାଠୋର,୨୨ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ସଦର ଗ୍ରାମରେ ଏକ ମିନି ଷ୍ଟାଡିୟମ ନିର୍ମାଣ ହୋଇ ନିକଟରେ ଉଦ୍‌ଘାଟିତ ହୋଇଛି l ତେବେ ଏହି…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

ଯୁକ୍ତ ଦୁଇ ପରୀକ୍ଷା ଫଳ: ତଥ୍ୟ ମାଗିବାରୁ ସାମ୍ବାଦିକଙ୍କୁ ‘ନାଲି ଆଖି’

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri