Posted inଖେଳ

୨ଟି ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି ଏହି ୫ କ୍ରିକେଟର୍‌

ପ୍ରତ୍ୟେକ କ୍ରିକେଟର ନିଜ ଦେଶ ପାଇଁ ଖେଳିବାର ସ୍ବପ୍ନ ଦେଖନ୍ତି। ତେବେ ଖୁବ୍‌ କମ୍‌ ଖେଳାଳି ଥାନ୍ତି ଯେଉଁମାନେ ଏହି ସ୍ବପ୍ନ ପୂରଣ କରିପାରନ୍ତି। ତେବେ କ୍ରିକେଟ ଇତିହାସରେ ଏପରି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ନୁହେଁ ୨ଟି ଭିନ୍ନ ଦେଶ ପାଇଁ ମ୍ୟାଚ ଖେଳିବାର ମଉକା ମିଳିଛି।

ଇଏନ୍‌ ମୋର୍ଗାନ୍‌
ଡବଲିନ୍‌ରେ ଜନ୍ମଗ୍ରହଣ କରିଥିବା ଇଏନ ମୋର୍ଗାନଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ନିଜ ଦେଶ ଆୟରଲାଣ୍ଡ ପାଇଁ ଆରମ୍ଭ ହୋଇଥିଲା। ମୋର୍ଗାନ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଆୟରଲାଣ୍ଡ ପାଇଁ ୨୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ ଏବଂ ୨୦୦୭ ବିଶ୍ୱକପରେ ଆୟାରଲାଣ୍ଡ ଦଳର ଅଂଶ ହୋଇଥିଲେ। ପରେ ମୋର୍ଗାନ ଇଂଲଣ୍ଡ ପାଇଁ ୧୬ଟି ଟେଷ୍ଟ ମ୍ୟାଚ ଏବଂ ୨୩୬ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୧୯ରେ ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିଶ୍ୱକପ ଜିତିଥିଲା। ସେ ୮୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। କ୍ରିକେଟ ଇତିହାସରେ ୨ଟି ଦେଶରୁ ଖେଳିଥିବା ଇଏନ ମୋର୍ଗାନ ସବୁଠାରୁ ସଫଳ ଖେଳାଳି ହୋଇଛନ୍ତି।

ବୋଏଡ ର଼୍ୟାନ୍‌କିନ୍‌
ବୋଏଡ ର଼୍ୟାନ୍‌କିନ୍‌ ହେଉଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ଏକମାତ୍ର ଖେଳାଳି ଯିଏ କ୍ରିକେଟର ତିନୋଟି ଫର୍ମାଟରେ ୨ଟି ଦେଶ ପାଇଁ ଖେଳିଛନ୍ତି। ଆୟର୍ଲାଣ୍ଡ ପାଇଁ ସେ ୨ଟି ଟେଷ୍ଟ, ୬୮ଟି ଏକଦିବସୀୟ ଏବଂ ୪୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଇଂଲଣ୍ଡ ପାଇଁ ସେ ଗୋଟିଏ ଟେଷ୍ଟ, ୭ଟି ଏକଦିବସୀୟ ଏବଂ ୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ଲ୍ୟୁକ୍‌ ରୋଞ୍ଚି
୨୦୦୮ରେ ଅଷ୍ଟ୍ରେଲିଆ ପାଇଁ ଏକଦିବସୀୟ ମ୍ୟାଚ୍‌ ଡେବ୍ୟୁ କରିଥିବା ଲ୍ୟୁକ ରୋଞ୍ଚି ଦଳ ପାଇଁ ମାତ୍ର ୪ଟି ମ୍ୟାଚ ପାଇଥିଲେ। ପରେ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ୨୦୧୩ରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ। ସେ କିୱି ଦଳ ପାଇଁ ୮୧ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ।

ଡର୍କ ନୈନିସ୍‌
୨୦୦୯ରେ ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ ପାଇଁ ଡେବ୍ୟୁ କରିଥିବା ଡର୍କ ନୈନିସ ୨୦୧୦ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ଖେଳିବାର ସୁଯୋଗ ପାଇଥିଲେ।

ରୁଡୋଲଫ୍‌ ଭାନ୍‌ ଡେର୍‌ ମେରୱେ
ଅଲରାଉଣ୍ଡର ରୁଡୋଲୋଫ ଭାନ ଡେର୍‌ ମେରୱେ ଜୋହାନ୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକା ପାଇଁ ଅଧିକାଂଶ ଘରୋଇ କ୍ରିକେଟ ଖେଳିଥିଲେ। ୨୦୦୯ ଭ୍ୟାନ ଡେର୍‌ ମେରୱେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଏବଂ କିଛି ଦିନ ପରେ ସେ ମଧ୍ୟ ଏକଦିବସୀୟ ଦଳର ଅଂଶ ହୋଇଥିଲେ। ପରେ ସେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ୧୩ଟି ଏକଦିବସୀୟ ଏବଂ ୧୩ଟି ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୫ରେ ଦକ୍ଷିଣ ଆଫ୍ରିକା ପାଇଁ ଶେଷ ମ୍ୟାଚ ଖେଳିଥିଲେ। ପାଞ୍ଚ ବର୍ଷ ପରେ ଭାନ ଡେର୍‌ ମେରୱେ ନେଦରଲ୍ୟାଣ୍ଡରେ ରହିବାକୁ ଯାଇଥିେଏ। ସେ ବର୍ତ୍ତମାନ ନେଦରଲ୍ୟାଣ୍ଡ ଦଳ ପାଇଁ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?