୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ପୋଚେଫ୍ସଟ୍ରୁମ୍‌, ୨୮।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍‌ର ଏହି ୧୩ତମ ସଂସ୍କରଣରେ ଭାରତ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରି ସେମି ଟିକେଟ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କରେ ଅନୁଷ୍ଠିତ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ୫୦ ଓଭରରେ ୯ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୪୩.୩ ଓଭରରେ ୧୫୯ ରନକରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ଭାରତୀୟ ଡାହାଣହାତୀ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ୭ ଓଭର ବୋଲିଂ କରି ମାତ୍ର ୨୨ ରନ ବ୍ୟୟ କରିବା ସହ ୪ ଉଇକେଟ ଅକ୍ତିଆର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୩୪ ରନ ର୍ଟାଗଟର ପିଛା କରି ଅଷ୍ଟ୍ରେଲିଆ ପ୍ରଥମ ଓଭରରେ ୩ଟି ଉଇକେଟ ହରାଇଥିଲା। ପ୍ରଥମ ବଲ୍‌ରେ ଜେମ୍‌ ଫ୍ରାସର- ମ୍ୟାକ୍‌ଗୁର୍କ (୦) ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଏହାପରେ ତ୍ୟାଗୀ ଅଧିନାୟକ ମ୍ୟାକେଞ୍ଜି ହାର୍ଭି (୪) ଓ ଲାଚଲାନ ହେଣ୍ଣେ ର୍‌(୦)ଙ୍କୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଆଉଟ ହୋଇଥିଲେ। ଦଳର ୮ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ଓପନର ସାମ ଫାନିଂକ ୭୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଏକା ଲଢେଇ କରିଥିଲେ ମଧ୍ୟ ତାଙ୍କୁ ଅନ୍ୟମାନେ ସହଯୋଗ କରି ନ ଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ପାଟ୍ରିକ ରୋଏ ୨୧ ଓ ଲିଆମ ସ୍କଟ୍‌ ୩୫ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ଆକାଶ ସିଂ ମଧ୍ୟ ୩ଟି ବଲ୍‌ରେ କ୍ରମାଗତ ୩ ଉଇକେଟ ନେଇ ହ୍ୟାଟ୍ରିକ ଅର୍ଜନ କରିବା ସହ ଭାରତର ବିଜୟକୁ ସହଜ କରିଥିଲେ। ବୋଲିଂରେ ଭାରତ ତରଫରୁ ତ୍ୟାଗୀ ସର୍ବାଧିକ ୪, ଆକାଶ ୩, ରବି ବିଷ୍ନୋଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ତରଫରୁ ଓପନର ଯଶସ୍ବୀ ଜୈସୁଆଲ ସର୍ବାଧିକ ୬୨, ଅର୍ଥବ ଅଙ୍କୋଲେକର ଅପରାଜିତ ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟାଂଶ ସାକସେନା ୧୪, ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ୧୫, ସିଦ୍ଧେଶ ବୀର ୨୫, ରବି ବିଷ୍ନୋଇ ୩୦ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କୋରେ କେଲି ଓ ଟୋଡ୍‌ ମର୍ଫି ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌: କୋହଲିଙ୍କ ଲାଗି ନେତୃତ୍ୱର ପରୀକ୍ଷା

ନୂଆଦିଲ୍ଲୀ,୧୯।୫(ପି.ଟି.)- ବିରାଟ କୋହଲି ବିଶ୍ୱ କ୍ରିକେଟରେ ସୁପରଷ୍ଟାର ମାନ୍ୟତା ପାଇଛନ୍ତି। ବ୍ୟାଟିଂରେ କ୍ରମାଗତଭାବେ ସ୍ଥିର ପ୍ରଦର୍ଶନ କରି ସେ ଜଣେ ମହାନ୍‌ ବ୍ୟାଟ୍ସମ୍ୟାନର ମାନ୍ୟତା ମଧ୍ୟ...

ମୋଟା ଘୁଷୁରୀ ଡାକିବାରୁ କାନ୍ଦିଥିଲେ ସର୍ଫରାଜଙ୍କ ସ୍ତ୍ରୀ

ବର୍ମିଂହାମ, ୨୭।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ କଡ଼ା ସମାଲୋଚନାର...

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ...

ଭାଜପାରେ ସାମିଲ ହେବେ କି ହରଭଜନ ସିଂ: ଚର୍ଚ୍ଚା ଉପରେ ପକାଇଲେ ପୂର୍ଣ୍ଣଚ୍ଛେଦ

ଚଣ୍ଡିଗଡ,୧୨।୧୨: ଗୁଗଲି ବଲ୍‌ରେ ବିଶ୍ୱର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିବା ଭାରତୀୟ ସ୍ପିନର ହରଭଜନ ସିଂ ଭାଜପାରେ ଯୋଗଦେବା ଆଲୋଚନାକୁ ଖଣ୍ଡନ କରିଛନ୍ତି। ସୋସିଆଲ...

ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଲେ ଡ୍ରାଭିଡ୍‌

କାନପୁର,୨୯।୧୧: ଭାରତୀୟ ଦଳର ମୁଖ୍ୟକୋଚ୍‌ ରାହୁଲ ଡ୍ରାଭିଡ୍‌ ଏବେ ବି ବଦଳି ନ ଥିବା ପ୍ରମାଣ କରି ଦେଇଛନ୍ତି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା...

ଛକା, ଚୌକା ବର୍ଷା କଲେ ଋତୁରାଜ-କନଓ୍ବେ

ପୁଣେ,୧।୫: ସନରାଇଜର୍ସ ହାଇଦ୍ରାବାଦ୍‌ ବୋଲରଙ୍କ ସହ କେବଳ ଛକା ଓ ଚୌକାରେ କଥାବାର୍ତ୍ତା କରିଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓପନର ଋତୁରାଜ ଗାଏକ୍ୱାଡ ଏବଂ...

ନଭେମ୍ବର ୧ରୁ ସାଇ ସେଣ୍ଟରଗୁଡ଼ିକ ପୁଣି ଖୋଲିବ

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ପୁଣି ଥରେ ଦେଶର ବିଭିନ୍ନ ସାଇ ସେଣ୍ଟରକୁ ଖୋଲିବାକୁ...

ବାରବାଟୀ ଦିନିକିଆ: ୫ ହଜାର ଟିକେଟ୍‌ କିଣିଲେ ଅନୁବନ୍ଧିତ ସଂଘ

କଟକ ଅଫିସ,୧୭ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ସୋମବାରଠାରୁ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକୁ ଟିକେଟ୍‌ ବିକ୍ରି କରାଯାଇଛି। ଦୁଇ ଦିନ...

Advertisement
Archives

Model This Week