Posted inଜାତୀୟ

୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ଜଲୀସ ଅନ୍‌ସାରି ପାରୋଲରେ ଆସି ନିଖୋଜ

ମୁମ୍ବାଇ,୧୭।୧: ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ଦୋଷୀ ଜଲୀସ ଅନ୍‌ସାରି ମୁମ୍ବାଇସ୍ଥିତ ତାଙ୍କ ଘରୁ ନିଖୋଜ ହୋଇ ଯାଇଛନ୍ତି। ୨୧ ଦିନ ହେବ ପାରୋଲରେ ଆସି ସେ ମୁମ୍ବାଇ ବାସଭବନରେ ରହୁଥିଲେ। ସେ ଘରେ ଥିବାବେଳେ ଗୁରୁବାର ସକାଳୁ କେଉଁଆଡେ ପଳାଇଛନ୍ତି। ତାଙ୍କ ପରିବାର ଲୋକେ ଥାନାରେ ସେ ‘ନିରୁଦ୍ଦିଷ୍ଟ’ ଥିବା ଅଭିଯୋଗ କରିଛନ୍ତି। ଫଳରେ ପୋଲିସ ତାଙ୍କୁ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ସୂଚନାଯୋଗ୍ୟ, ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଜଲୀସ ନିକଟରେ ରାଜସ୍ଥାନ ଅନ୍ତର୍ଗତ ଅଜମେର୍‌ କେନ୍ଦ୍ରୀୟ କାରାଗାରରୁ ପାରୋଲରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ନୂଆଦିଲ୍ଲୀ,୧୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ୨୪ରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ହାଇପ୍ରୋଫାଇଲ ଗସ୍ତ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ...

ଟିକା ବଦଳରେ ଦିଆଯାଇଛି ଲୁଣ ପାଣି

ମୁମ୍ବାଇ, ୨୫।୬: ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀରେ ପ୍ରାୟ ୨,୦୦୦ ଲୋକଙ୍କୁ କୋଭିଡ୍‌-୧୯ର ନକଲି ଟିକା ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ୫୦୦ ଲୋକ ଏଭଳି...

ଭାରତ, ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ରୋକିବାରେ ସକ୍ଷମ କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ...

ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ରାୟ ସାହସିକତାପୂର୍ଣ୍ଣ ଥିଲା:ସିଜେଆଇ

ନୂଆଦିଲ୍ଲୀ, ୧୨ା୯: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରି ଆଲ୍ଲାହବାଦ୍‌ ହାଇକୋର୍ଟ ୧୯୭୫ ମସିହାରେ ଦେଇଥିବା ରାୟ ସାହସିକତାପୂର୍ଣ୍ଣ ଥିଲା ବୋଲି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…

ଡେରାଡୁନ୍‌,୩୧।୧୦: ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ...

ଦୋସା ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦେଉଛନ୍ତି ପ୍ରାର୍ଥୀ

ଚେନ୍ନାଇ,୨୬।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ପ୍ରାର୍ଥୀମାନେ ପ୍ରତିଦିନ ପ୍ରଚାର...

ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର କମ୍ପନରେ ଭୁଶୁଡ଼ି ପଡ଼ିଲା ରେଳ ଷ୍ଟେଶନ…

ଭୋପାଳ,୨୭।୫: ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର ଗତି ଯୋଗୁ ସୃଷ୍ଟି ହୋଇଥିବା କମ୍ପନକୁ ମଧ୍ୟପ୍ରଦେଶର ବୁରହାନ୍‌ପୁରଠାରେ ଥିବା ଚାନ୍ଦନୀ ରେଳ ଷ୍ଟେଶନ ସହି ପାରି ନାହିଁ। କମ୍ପନରେ...

ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…

ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍‌ ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି...

Advertisement
Archives

Model This Week