୧୮ରେ ଆନ୍ଦୋଳନ କରିବ ଜିଲା କଂଗ୍ରେସ

କେନ୍ଦ୍ରାପଡା ଅଫିସ, ୫।୨:କେନ୍ଦ୍ରାପଡା ଜିଲା ସ୍ବାସ୍ଥ୍ୟସେବାର ବିକାଶ ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ଆବଶ୍ୟକ। ଏହି ଦାବିରେ ଆସନ୍ତା ୧୮ ତାରିଖରେ ଜିଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହେବ। ସହରର କଜଳାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନଗର ସଭାପତି ସୌମେନ୍ଦ୍ର ପୃଷ୍ଟି, ପ୍ରଫୁଲ୍ଲ ଦାସ, ଶରତ ବେହୁରା, ପ୍ରଶାନ୍ତ ବିଶ୍ୱାଳ, ପ୍ରଦ୍ୟୁମ୍ନ ଜେନା, ଶାରଦା ରାଉତ, ଭାଗୀରଥି ଜେନା ପ୍ରମୁଖ ଯୋଗଦେଇ ଡାକ୍ତର ଅଭାବଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାବାସୀଙ୍କ ପାଇଁ ମେଡିକାଲ କଲେଜ ସହ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଗୋବରୀ କେନାଲ ଓ ଗୋବରୀ ନଦୀ ପୁନରୁଦ୍ଧାର କରାଯିବା, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଆଦି ଏହି ଆନ୍ଦୋଳନର ମୁଖ୍ୟ ଦାବି ରହିବ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ଉଡାନସିଂ, ଜ୍ଞାନରଞ୍ଜନ ମହାନ୍ତି, ବ୍ରହ୍ମାନନ୍ଦ ଭଦ୍ର, ଜ୍ଞାନରଞ୍ଜନ ସାହୁ, ଆଶିଷ ମେକାପ, ଅଜୟ ଦାସ, ବରଦା ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ଆୟକର ଅଧିକାରୀ: ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ଭଦ୍ରକ, ୪।୬(ସନାତନ ରାଉତ): ଭଦ୍ରକ ଆୟକର ସୁପରିଟେଣ୍ଡେଣ୍ଟ ରମେଶ ମହାନ୍ତିଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ସିବିଆଇ। ଜଣେ ବ୍ୟକ୍ତିଙ୍କ ନକଲି ପାନ କାର୍ଡ ଡିଲିଟ…

ଉପକୂଳ ଅଞ୍ଚଳରେ ବୃଦ୍ଧିପାଉଛି ଦେଶୀ ହାଣ୍ଡିଆ ଭାଟି: ନିଶା ସେବନ କରି ଯୁବପିଢ଼ି…

ମହାକାଳପଡ଼ା,୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଦେଶୀ ହାଣ୍ଡିଆ ଭାଟି। ବିଶେଷ କରି ଏହି ଅଞ୍ଚଳର…

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri