Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌: ସ୍ବିଡେନଠାରୁ ହାରିଲା ଭାରତ

ମୁମ୍ବାଇ, ୧୪ା୧୨ (ପି.ଟି.)- ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଏହାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି। ସ୍ବିଡେନଠାରୁ ଦଳ ୦-୩ ଗୋଲରେ ହାରିଯାଇଛି। ଭାରତର ରକ୍ଷଣଭାଗ ଖେଳାଳିଙ୍କ ଦୁର୍ବଳତାର ସୁଯୋଗ ନେଇ ବିଜୟୀ ଦଳ ପକ୍ଷରୁ ମାଲ୍‌ଟିଡା ଭିନ୍‌ବର୍ଗ (୪ର୍ଥ ମିନିଟ୍‌), ଇଡା ଓ୍ବିଡେନ୍‌ବର୍ଗ (୨୫ତମ) ଏବଂ ମୋନିକା ଜୋଶୁ ବାଃ (୯୦+୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ମ୍ୟାଚରେ ଷ୍ଟ୍ରାଇକର ଏସ୍‌. ଲିଣ୍ଡାକମ୍‌ ୧୧ତମ ଓ ୨୧ତମ ମିନିଟ୍‌ରେ ଭାରତ ପାଇଁ ଗୋଲ ଦେବା ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ସାଥୀ ଖେଳାଳିଙ୍କ ସହାୟତା ଅଭାବରୁ ସେ ଅସଫଳ ରହିଥିଲେ। ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ସ୍ବିଡେନ ୨-୦ରେ ଅଗ୍ରଣୀ ରହିଥିଲା। ଭାରତ ଆହୁରି ମଧ୍ୟ ଦ୍ୱିତୀୟାର୍ଦ୍ଧ ଖେଳର ୬୪ତମ ଏବଂ ୭୫ତମ ମିନିଟ୍‌ରେ ଗୋଲ ଦେବା ସୁଯୋଗ ପାଇ ଅସଫଳ ରହିଥିଲା। ଦଳ ଏହାର ପରବର୍ତ୍ତୀ ମ୍ୟାଚ ମଙ୍ଗଳବାର ଥାଇଲାଣ୍ଡ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରଙ୍କ ସ୍ଥାନରେ ପୃଥ୍ବୀରାଜ

ଦୁବାଇ, ୭ା୧୦ (ପି.ଟି.)-ସନରାଇଜର୍ସ ହାଇଦ୍ରାବାଦର ଆଘାତପ୍ରାପ୍ତ ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପୃଥ୍ବୀରାଜ ୟାରାଙ୍କୁ ମନୋନୀତ କରାଯାଇଛି। ଅକ୍ଟୋବର...

ଓଡ଼ିଶା ୩ ବର୍ଷ ପାଇଁ ରଗ୍‌ବୀ ସହଯୋଗୀ ପ୍ରାୟୋଜକ

ଭୁବନେଶ୍ୱର,୨୯।୮(ସ୍ପୋଟର୍‌ସ ବ୍ୟୁରୋ): ଦୀର୍ଘ ୧୮ ମାସ ପରେ ରଗ୍‌ବୀ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଓ ସାରା ଦେଶରେ ଉପୁଜିଥିବା ସ୍ବାସ୍ଥ୍ୟ ସଙ୍କଟ...

ସିଙ୍ଗାପୁର ଗ୍ରାଁପ୍ରି: ଚାଲର୍‌ସଙ୍କୁ ପୋଲ ପୋଜିଶନ

ସିଙ୍ଗାପୁର, ୨୨।୯ (ଏଏଫ୍‌ପି)- ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍ଲର୍କ ସିଙ୍ଗାପୁର ଗ୍ରାଁପ୍ରି ଫର୍ମୁଲା-୧ ରେସ୍‌ରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଇଟାଲୀ ଓ ବେଲଜଜିୟମ ଗ୍ରାଣ୍ଡପ୍ରିକ୍ସ...

ସ୍କଟ୍‌ଲାଣ୍ଡର ରେକର୍ଡ ଟି୨୦ ବିଜୟ

ଲଣ୍ଡନ, ୧୭।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ...

କୋହଲିଙ୍କ ଡୁପ୍ଲିକେଟ୍‌ ହଲିଉଡ୍‌ ଷ୍ଟାର

ମୁମ୍ବାଇ,୧୯।୮: ଅନେକ ସମୟରେ ଶୁଣିବାକୁ ମିଳେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍‌ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ସେହିଭଳି ଭାରତୀୟ କ୍ରିକେଟ...

ଇତିହାସ ରଚିଲେ ଅନୁ ରାଣୀ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଜାଭେଲିନ ଥ୍ରୋ ଖେଳାଳି ଅନୁ ରାଣୀ ପୁଣି ଥରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ...

ଆଇପିଏଲ୍‌ରେ କରୋନା ମାଡ: ଚେନ୍ନାଇ ଦଳର ୩ ସଦସ୍ୟ ପଜିଟିଭ୍‌

ନୂଆଦିଲ୍ଲୀ,୩।୫: କରୋନା ଯୋଗୁ ଚଳିତବର୍ଷ ଆଇପିଏଲ୍‌ ଅଧାରୁ ପ୍ରଭାବିତ ହୋଇଛି। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ଦଳର ତିନିଜଣ ସଦସ୍ୟଙ୍କ କରୋନା...

୨୦ କି.ମି. ଚାଲିରେ ଭାଓ୍ବାନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ରାଞ୍ଚି,୧୫।୨(ପି.ଟି.)- ଭାରତୀୟ ଭାଓ୍ବାନା ଜଟ ୨୦ କିଲୋମିଟର ଚାଲି ଇଭେଣ୍ଟରେ ଜାତୀୟ ରେକର୍ଡ ଭଙ୍ଗ କରିବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି।...

Advertisement
Archives

Model This Week