୧୭ରୁ ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା: ୭ ଦିନ ଧରି ଚାଲିବ, ପଡ଼ିବ ୨୪୦ ଷ୍ଟଲ

ଅନୁଗୋଳ ଅଫିସ, ୧୩।୯-ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳ ଜିଲାର ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ୨୩ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ମୋଟ ୨୪୦ଟି ଷ୍ଟଲ ପଡ଼ିବ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏବଂ ଓରମାସ୍‌ର ମିଳିତ ସହଯୋଗରେ ଏହି ମେଳାର ବ୍ୟବସ୍ଥା ହୋଇଛି ବୋଲି ଜିଲା କୋର୍ଟ ରୁମ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଜିଲାପାଳ କହିଛନ୍ତି ଯେ, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ନାଟକ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ହରିୟାଣା, ତେଲେଙ୍ଗାନା ଆଦି ରାଜ୍ୟର କାରିଗର ଓ ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହି ମେଳାରେ ଭାଗ ନେବେ। ଏଥିସହିତ ୧୦ଟି ଖାଦ୍ୟ ଷ୍ଟଲ୍‌ ବ୍ୟବସ୍ଥା ହୋଇଛି। ସରକାରଙ୍କ ବିଭିନ୍ନ ବିଭାଗ ଯଥା କୃଷି, ହସ୍ତ ଓ କୂଟୀର ଶିଳ୍ପ, ଖଦି ଓ ଗ୍ରାମୋଦ୍ୟୋଗ, ନାବାର୍ଡ, ମତ୍ସ୍ୟ, ଉଦ୍ୟାନ, ହସ୍ତତନ୍ତ ଆଦି ବିଭାଗ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନୁଗୋଳ ଜିଲାରେ ଉପତ୍ାଦନ ହେଉଥିବା ସାମଗ୍ରୀ ଉପରେ ଚଳିତବର୍ଷ ପଲ୍ଲିଶ୍ରୀ ମେଳାରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଜିଲାପାଳ ମହାନ୍ତି କହିଛନ୍ତି। ଏହି ମେଳାରେ ସ୍ବାସ୍ଥ୍ୟ, ପାନୀୟ ଜଳ, ପରିମଳ, ଆଇନ ଶୃଙ୍ଖଳା ଆଦି ପାଇଁ ଯଥାକ୍ରମେ ଜିଲା ଚିକିତ୍ସା ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗ, ନାଲକୋ, ଅନୁଗୋଳ ପୌରପାଳିକା, ଜିଲା ପୋଲିସ ଓ ଅଗ୍ନିଶମ ବିଭାଗ ସହଯୋଗ ଜିଲା ପ୍ରଶାସନ ଲୋଡ଼ିଛି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଓରମାସର ନିରୋଦ ଜେନା, ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିମେଳାରେ କାର୍‌ଗିଲ ବିଜୟ ଦିବସ: ଚିତାପରି ଗ୍ରାମଠାରୁ ବାଲିମେଳା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ମିନି ମାରାଥନ

କୋରୁକୋଣ୍ଡା,୨୧।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳାରେ ସୀମା ସୁରକ୍ଷା ବାହିନୀ ୧୪୪ ବାଟାଲିୟନ ପକ୍ଷରୁ ରବିବାର ସକାଳେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଇଛି। ଚିତାପରି-୩ ଗ୍ରାମ...

୧୮ରୁ ଚନ୍ଦ୍ରଭାଗା ପଡ଼ିଆରେ ୧୪୪ ଧାରା

ପୁରୀ ଅଫିସ, ୧୭।୨:ଚଳିତବର୍ଷ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ୍‌ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମାଘ ମେଳା ଆୟୋଜନ ହେବ। ଜନସମାଗମ ଯୋଗୁ କରୋନା ସଂକ୍ରମଣର...

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ...

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଉତ୍ତେଜନା

ଜହ୍ନାପଙ୍କ,୧୯।୮(ଡି.ଏନ.ଏ.) – ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରରେ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ...

ଅବକାରୀ ଚଢ଼ାଉ, ୩ ଗିରଫ

ବାଲିକୁଦା,୮ା୧(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଭୋର ସମୟରେ ଏରସମା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୮ଲିଟରରୁ ଊର୍ଦ୍ଧ୍ୱ ଦେଶୀ...

ସରକାରୀ ମଦଭାଟି ସିଲ୍‌ କଲା ପ୍ରଶାସନ: ସିଲ୍‌ ପରେ ପଛପଟ ଖୋଲି ଚାଲିଥିଲା ମଦ ପ୍ରସ୍ତୁତ, ୩ ଅଟକ

ଦିଗପହଣ୍ଡି,୨୭ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ନିକଟରେ ଥିବା ସରକାରୀ ବାହାର ଦେଶୀମଦ ଭାଟିରେ ସୋମବାର ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର...

ମାଓବାଦୀଙ୍କ ବର୍ବର କାଣ୍ଡ: ଇନ୍‌ଫର୍ମର ସନ୍ଦେହରେ ଗଳା କାଟି ହତ୍ୟା

ଚିତ୍ରକୋଣ୍ଡା, ୨୧।୧୦(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ୩୦ରୁ...

ଆଦର୍ଶ ହୁଡ଼ିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ପଟ୍ଟାଙ୍ଗି,୨୦ା୯(ଡି.ଏନ୍‌.ଏ.): ପଟ୍ଟାଙ୍ଗି ବ୍ଲକ ଶିଶାଗୁଡ଼ା ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଶୁକ୍ରବାର ବିଡିଓ କରୁଣାକର ପ୍ରଧାନଙ୍କୁ ଦାବିପତ୍ର...

Advertisement
Archives

Model This Week