୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ ନିଆରା ମୂର୍ତ୍ତି ନିର୍ମାଣ ସହ ସୁଉଚ୍ଚ ତୋରଣ, ଆଲୋକସଜ୍ଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ରତିଯୋଗିତା ଚାଲିଛି। ଏସବୁ ଭିତରେ ଶାନ୍ତିସ୍ତୂପ ନିକଟ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରୀଛାତ୍ରୀମାନେ ବିଭିନ୍ନ ଦେଶର ୧୬୦୦ କୀର୍ତ୍ତିରାଜି ଫଟୋକୁ ନେଇ ତିଆରି କରିଛନ୍ତି ବିଶ୍ୱକର୍ମାଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି। ପେପର କୋଲାଜ ଶୈଳୀରେ ପ୍ରସ୍ତୁତ ଏହି ମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହେବା ସହ ନୂଆ ବାର୍ତ୍ତା ଦେଉଛି। ଏଥିରେ ବିଶ୍ୱର ପ୍ରମୁଖ ଐତିହ୍ୟ କୋଣାର୍କ ମନ୍ଦିର ସହ ଏହାର ଚକ୍ର, ଘୋଡ଼ା, ନର୍ତ୍ତକୀ ସ୍ଥାନ ପାଇଛି। ସେହିପରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ମୁକ୍ତେଶ୍ୱର ତୋରଣ, ବୋଇତାଳ ମନ୍ଦିର, ଶାନ୍ତିସ୍ତୂପ ଧଉଳି, ଖଣ୍ଡଗିରି ଗୁମ୍ଫା ସହ ଅନେକ କୀର୍ତ୍ତିରାଜିର ଫଟୋଚିତ୍ର ଓ ବିଶ୍ୱକର୍ମାଙ୍କ ଶ୍ଳୋକ ସ୍ଥାନିତ ହୋଇଛି।
ମହାବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ରାଜେଶ୍ୱର ମହାପାତ୍ର, ରଣଜିତ୍‌ ପାଣି, ସୁଧାଂଶୁ ବକ୍ସି, ରାକେଶ ବିଶ୍ୱାଳ, ବିଶ୍ୱଜିତ୍‌ ସାହୁ, ଅବିନାଶ ସାହୁ, ରାକେଶ ଦାସ, ନୀଳମଣି ଗୌଡ, ସୁମିତ୍‌ କୁମାର ଧାଙ୍ଗଡ଼ା ମାଝି ଓ ଗତିକୃଷ୍ଣ ନାୟକଙ୍କ ସମେତ ବହୁ ଛାତ୍ରୀଛାତ୍ର ୮ଦିନ ଧରି ଏହି ମୂର୍ତ୍ତି ତିଆରି କରିବାରେ ସଫଳ ହୋଇନ୍ତି। ଏମାନେ କୁହନ୍ତି, ଐତିହ୍ୟ, କୀର୍ତ୍ତିରାଜି, କଳା ଓ ସ୍ଥାପର୍ଯ୍ୟର ରକ୍ଷଣାବେକ୍ଷଣ ଏବଂ ସେଗୁଡିକର ପ୍ରଚାରପ୍ରସାର ପାଇଁ ଏପରି ପ୍ରୟାସ କରାଯାଇଛି। ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ସମ୍ପାଦକ ମିହିରକାନ୍ତ ପ୍ରହରାଜ, ଅଧ୍ୟାପକ ମାନସ ରଞ୍ଜନ ନାୟକ, ବିଶ୍ୱକାନ୍ତ ପଣ୍ଡା, ରାମଶଙ୍କର ସାହୁ, ସସ୍ମିତା କାମିଳା, ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲୁଛି ନଦୀଜଳ

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟର ପ୍ରମୁଖ ନଦୀରେ ବନ୍ୟାଜଳ ଫୁଲିବାରେ ଲାଗିଛି । କେତେକ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟରେ ପ୍ରବାହିତ ହେଉଥିବା ବେଳେ ଆଉ କେତେକ...

ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା, ଗଛରେ ବାନ୍ଧି ପିଟିଲେ

ଉଦଳା,୧୧ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ପରକୀୟା ପ୍ରୀତିରେ ଲିପ୍ତ ଜନୈକା ବିବାହିତା ମହିଳା ଓ ଜଣେ ଯୁବକଙ୍କୁ ଲୋକେ ଗଛରେ ବାନ୍ଧି ବହେ...

ଡ୍ୟାମପଡ଼ାକୁ ନାହିଁ ବିଦ୍ୟୁତ୍‌ ସଂଯୋଗ: ଅନ୍ଧାରରେ ବିତୁଛି ଜୀବନ

ବରଗଡ଼ ଅଫିସ୍‌,୭ା୧୦:ବିକାଶର ସ୍ଲୋଗାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। କିନ୍ତୁ ଏଭଳି ଅନେକ ଗ୍ରାମ ଆଜି ବି...

ପ୍ରଦର୍ଶନୀ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ...

ସରକାରୀ ଅଫିସରେ ଗହଳି ମନା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ କରି ସଂକ୍ରମଣ ରୋକିବା ନେଇ କଟକଣାକୁ କଡ଼ାକଡ଼ି କରାଯାଉଛି। ସରକାରୀ ଅଫିସରେ ମଧ୍ୟ ରାଜ୍ୟ...

‘ବିଜେଡି ଚାପରେ ମୋତେ ଗିରଫ କରାଯାଇଛି’

ଭୁବନେଶ୍ୱର,୨।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ରବିବାର ଗିରଫ ପରେ ରାଜନୀତି ଜୋର ଧରିଛି । ନିଜେ ବିଧାୟକ ଅଭିଯୋଗ କରିଛନ୍ତି, ବିଜେଡି ଚାପରେ ତାଙ୍କୁ...

୫୫ ଖବରଦାତାଙ୍କ ନମୁନା ନେଗେଟିଭ୍‌

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ବୁଧବାର ୫୫ ଜଣ ଖବରଦାତାଙ୍କ ନମୁନା ପରୀକ୍ଷା ହୋଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ବିଏମ୍‌ସି ସୂଚନା...

ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ) କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ...

Advertisement
Archives

Model This Week