Posted inଜାତୀୟ

୧୫ ସରକାରୀ ଦସ୍ତାବିଜ୍‌ ବି ପ୍ରମାଣ କରିପାରିଲାନି ମହିଳାଙ୍କ ଭାରତୀୟ ନାଗରିକତ୍ୱ

ଗୁଆହାଟି,୧୯।୨: ଆସାମର ଜଣେ ୫୦ ବର୍ଷ ବୟସ୍କା ମହିଳା ୧୫ଟି ସରକାରୀ ଦସ୍ତାବିଜ୍‌ ଦାଖଲ କରିବା ପରେ ମଧ୍ୟ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣ କରି ପାରି ନାହାଁନ୍ତି। ଆସାମ ଫରେନ୍‌ ଟ୍ରିବ୍ୟୁନାଲ ଏବେ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିଛନ୍ତି। ସ୍ଥାନୀୟ ବକ୍ସା ଜିଲାର ଗୋୟାବାରି ଗାଁରେ ବାସ କରୁଥିବା ଜାବେଦା ବେଗମ୍‌ ଏବେ ଅସୁସ୍ଥ ସ୍ବାମୀ ଏବଂ ଝିଅ ଆସମିନାଙ୍କୁ ନେଇ କୁଆଡେ ଯିବେ ତାହା ଚିନ୍ତା କରିପାରୁ ନାହାଁନ୍ତି। ହାଇକୋର୍ଟରେ ଭୋଟର ପରିଚୟପତ୍ର ପାନ୍‌ କାର୍ଟ, ଜମିଜମା କାଗଜପତ୍ର, ବ୍ୟାଙ୍କ କାଗଜପତ୍ର ଆଦି ସରକାରୀ ଦସ୍ତାବିଜ୍‌କୁ ହାଇକୋର୍ଟ ବୈଧ ନାଗରିକତ୍ୱ ପ୍ରମାଣ ପତ୍ର ଭାବେ ଗ୍ରହଣ କରି ନାହାଁନ୍ତି। ତାଙ୍କର ଜନ୍ମପ୍ରମାଣ ପତ୍ର ନ ଥିବାରୁ ସେ ଗାଁ ମୁଖିଆ ଗୋଲକ କାଲିତାଙ୍କଠାରୁ ଲିଖିତ ଭାବେ କାଗଜ ପତ୍ର ଦାଖଲ କରିଥିଲେ। ତେବେ ଏହାକୁ ମଧ୍ୟ ହାଇକୋର୍ଟ ଗ୍ରହଣ କରି ନ ଥିବା ଗାଁ ମୁଖିଆ କହିଛନ୍ତି। ଏଥିରେ ସେ ଜାବେଦ ଅଲ୍ଲୀଙ୍କ ଝିଅ ବୋଲି ସୂଚିତ ହୋଇଛି। ଏହାସହିତ ତାଙ୍କ ପିତା ଜାବେଦଙ୍କ ୧୯୬୬, ୧୯୭୦, ୧୯୭୧ ଭୋଟର ତାଲିକାରେ ଥିବା ନାମକୁ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିବା ଗାଁ ମୁଖିଆ କହିଛନ୍ତି। ଆର୍ଥିକ ସମ୍ବଳ ନ ଥିବାରୁ ଜାବେଦା ସୁପ୍ରିମ୍‌କୋର୍ଟରେ ଆବେଦନ କରିବାକୁ ମନା କରିଛନ୍ତି। ନ୍ୟାୟ ପାଇଁ ସେ ଗୁହାରୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କୁ ଝଟ୍‌କା: ପୁଅ ପରେ ବାପା ଛାଡ଼ିଲେ ତୃଣମୂଳ

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତାର ଝଟ୍‌କା ଲାଗି ଚାଲିଛି। ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମମତା...

‘କୌଣସି ଅଢେଇ-ଅଢେଇ ବର୍ଷର ଫର୍ମୁଲା ନୁହେଁ’, କର୍ନାଟକରେ ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ସିଦ୍ଦାରାମାୟା, ମନ୍ତ୍ରୀଙ୍କ ଦାବି

ବେଙ୍କାଲୁରୁ,୨୩।୫: କର୍ନାଟକରେ ବେଶ କିଛି ସମୟ ମନ୍ଥନ ପରେ କଂଗ୍ରେସ ହାଇକମାଣ୍ଡ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଶୁଣିବାକୁ ମିଳୁଥିଲା କି ସିଦ୍ଦାରାମାୟା ଓ...

ଉଗ୍ରବାଦୀଙ୍କ ହାତରେ ଚାଇନା ବନ୍ଧୁକ

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ଉଗ୍ରବାଦୀ ସଂଗଠନଙ୍କୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗିଛି। ଭାରତରେ...

ମୋଦିଙ୍କ ସହିତ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାଁ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି। ରୁଷିଆ ଗସ୍ତ କରିବାର ଏକ...

ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌: ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୧।୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଚ୍‌ ଜବତ ହେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ...

ଯୁଗ ବଦଳିଯାଏ କିନ୍ତୁ ବିଶ୍ୱାସ ଚିରସ୍ଥାୟୀ

ଗାନ୍ଧୀନଗର,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଅଛନ୍ତି। ମା’ଙ୍କ ୧୦୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ...

ମାର୍ଚ୍ଚ ୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଲନାଥଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୋପାଳ,୧୬।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ହାଇଡ୍ରାମା ଉପରେ ରହଛି ସମସ୍ତଙ୍କର ନଜର। ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବା ବେଳେ କରୋନା ଭାଇରସ...

କର୍ମକର୍ତ୍ତାଙ୍କୁ ମାଡ଼ ମାରିଲେ କମଲନାଥଙ୍କ ମନ୍ତ୍ରୀ

ଭୋପାଳ,୩୧।୧୨: କଂଗ୍ରେସରେ କନ୍ଦଳ। ନିଜ ଦଳର କର୍ମକର୍ତ୍ତାଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। କମଲନାଥ ସରକାରରେ ଥିବା ଯୁବ ମନ୍ତ୍ରୀ ତଥା କ୍ରୀଡା...

Advertisement
Archives

Model This Week