୧୫ ବର୍ଷ ବଡ ଯୁବତୀଙ୍କୁ ପ୍ରେମବିବାହ କରି ପରେ ପଶ୍ଚାତାପ କରିଥିଲେ ନସିରୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ର ନାଁ କଳା କରାକାର ନସିରୁଦ୍ଦିନ ଶାହ ତାଙ୍କ ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ। ନିଚ୍ଛକ ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ। ତାଙ୍କ ଅଭିନୀତ ଅନେକ ଫିଲ୍ମ ବକ୍ସ ଅଫିସରେ ହୋଇଛି ହିଟ୍‌। ଆଜିବି ତାଙ୍କ ଅଭିନୟ ଦେଖିବାକୁ ଦର୍ଶକେ ବେଶ୍‌ ପସନ୍ଦ କରନ୍ତି। ଏବେ ୭୦ ବର୍ଷରେ ପାଦ ଦେଇଥିବା ନସିରୁଦ୍ଦିନଙ୍କ ପର୍ସନାଲ ଲାଇଫ୍‌ କଥା ହୁଏତ ଅନେକଙ୍କୁ ଜଣା ନ ଥିବ। ନସିରୁଦ୍ଦିନଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ସେତେବେଳେ ସେ ପଡିଥିଲେ ତାଙ୍କଠାରୁ ୧୫ ବର୍ଷ ବଡ ଜଣେ ଯୁବତୀଙ୍କ ପ୍ରେମରେ। ମନାରା ସିକରି ନାମକ ସେହି ଯୁବତୀଙ୍କୁ ୩୬ ବର୍ଷ ହୋଇଥିବା ବେଳେ ନସିରୁଦ୍ଦିନଙ୍କୁ ହୋଇଥାଏ ମାତ୍ର ୨୦ ବର୍ଷ। ଏହି ସମୟରେ ଉଭୟ ବିବାହ କଲେ। ଏହାପରେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହେଲା। ହେଲେ ବିବାହ ପରେ ୧୫ ବର୍ଷ ଅଧିକ ବୟସର ଯୁବତୀଙ୍କୁ ବିବାହ କରିଥିବାରୁ ନସିରୁଦ୍ଦିନ ପଶ୍ଚାତାପ କରିବା ସହ ମନାରାଙ୍କଠାରୁ ଅଲଗା ହେବାକୁ ଚିନ୍ତା କରିଥିଲେ। ଆଉ ଶେଷରେ ଝିଅକୁ ୬ ମାସ ହୋଇଥିବା ବେଳେ ମନାରାଙ୍କଠାରୁ ଅଲଗା ହୋଇଗଲେ ନସିରୁଦ୍ଦିନ। ଏହାପରେ ଦୀର୍ଘ ୮ ବର୍ଷ ସେ ବିବାହ ନ କରି ରତନା ପାଠକଙ୍କ ସହ ରହିଥିଲେ ରିଲେସନଶିପରେ। ୧୯୮୨ରେ ମନାରାଙ୍କ ମୃତ୍ୟୁ ହେବାରୁ ନସିରୁଦ୍ଦିନ ରତନାଙ୍କୁ ଦ୍ୱିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷା ତିନିବର୍ଷର

ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ? ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

ଏହି ଭିଡିଓ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ନେହା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ନେହା କକ୍କର ୩୧ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି। ଜୁନ୍‌ ୬ରେ ଜନ୍ମ ନେଇଥିବା ଏହି ପ୍ଲେବ୍ୟାକ୍‌ ସିଙ୍ଗର ପ୍ରଥମରୁ ବହୁ...

‘ଭାରତ’ରେ ଅଭିନୟ କରିବା ପୂର୍ବରୁ ଡାଇରେକ୍ଟରଙ୍କ ନିକଟରେ ଏହି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଫିଲ୍ମ‘ଭାରତ’ରେ ସାଇନ୍‌ କରିବା ପୂର୍ବରୁ ପ୍ରଥମେ ଡାଇରେକ୍ଟର ଅବାସ ଅଲ୍ଲୀ ଖାନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ସର୍ତ୍ତଟି ହେଲା, ସେ ଅଲ୍ଲୀଙ୍କୁ କହିଥିଲେ,...

କ୍ରିତିଙ୍କୁ କ’ଣ ଭଲ ଲାଗେ

ବାହାରେ ଝିପିଝିପି ବର୍ଷା। ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା। ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ...

ମୋ ଆଚରଣ ସ୍ବାଭାବିକ: ଅନନ୍ୟା ପାଣ୍ଡେ

ମୁମ୍ବାଇ: ପ୍ରଯୋଜକ କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦି ୟର୍‌ ଟୁ’ରେ ଅଭିନୟ ସହ ବଲିଉଡ଼ରେ ପଦାର୍ପଣ କରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହାଦ୍ୱାରା ତାଙ୍କ...

ଭୁଲ ଭୁଲେୟା-୨ର ପ୍ରଥମ ପୋଷ୍ଟର ରିଲିଜ୍‌

ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ରିମେକ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ...

ସଙ୍ଗିତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *