Posted inଖେଳ

୧୫ରେ ଫିଟ୍‌ନେସ ଟେଷ୍ଟ ଦେବେ ଈଶାନ୍ତ

ନୂଆଦିଲ୍ଲୀ,୧୨।୨- ଭାରତୀୟ ଦଳର ଆସନ୍ତା ୧୪ ତାରିଖରୁ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାର ଗୋଟିଏ ଦିନ ପରେ ଟିମ୍‌ ଇଣ୍ଡିଆର ସିନିୟର ପେସର ଈଶାନ୍ତ ଶର୍ମା ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବେ। ଏଥିରେ ସଫଳ ହେଲେ ହିଁ ସେ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ୩୧ ବର୍ଷୀୟ ପେସର ଗତ ୨୧ ତାରିଖରେ ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଆହତ ହୋଇଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ତାଙ୍କୁ ୬ ସପ୍ତାହ ବିଶ୍ରାମ ଦରକାର। ଏବେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଏହି ପେସରଙ୍କ ଚିକିତ୍ସା କରାଯାଉଛି। ଚୟନ କମିଟି ଈଶାନ୍ତଙ୍କ ନାମ ଟେଷ୍ଟ ଦଳରେ ସାମିଲ କରିଛି। ପୂର୍ବରୁ ସେ ଉମେଶ ଯାଦବଙ୍କ ସହ ଗତ ୬ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର ଥିଲା। କିନ୍ତୁ ଆହତ ସମସ୍ୟା ଯୋଗୁ ବିଳମ୍ବ ହୋଇଛି। ଉଲ୍ଲେଖଯୋଗ୍ୟ, ୯୬ ଟେଷ୍ଟ ଖେଳିଥିବା ଡାହାଣହାତୀ ପେସରଙ୍କ ନାମରେ ୨୯୨ ଉଇକେଟ ରହିଛି। ଏହାବାଦ୍‌ ୮୦ ଦିନିକିଆରେ ୧୧୫ ଉଇକେଟ ଓ ୧୪ ଟି୨୦ରୁ ୮ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ନାତି ମୁଣ୍ଡ ଉଚ୍ଚା କରିଦେଲା’

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ଏହାପରେ ନୀରଜଙ୍କ ଜେଜେ ଧର୍ମ...

ଇଂଲଣ୍ଡ ଦଳରେ ୯ ନୂଆ ଚେହେରା

ଲଣ୍ଡନ,୬।୭: ପାକିସ୍ତାନ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)। ନିୟମିତ ଦଳର ୩ ଖେଳାଳି...

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ...

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ପାଇଁ ନିଶାନ୍ତ ଜଜ୍‌

ଭୁବନେଶ୍ୱର, ୧୬।୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତୀୟ ଦଳ ଆସନ୍ତା ୨୧ ଓ ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି ମ୍ୟାଚ୍‌...

ଭୋ ଭୋ ହୋଇ କାନ୍ଦିଥିଲେ ଧୋନୀ

ଭାରତକୁ ଦୁଇ ଦୁଇଥର ବିଶ୍ୱକପ୍‌ ବିଜୟୀ କରାଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ ଅବସର ନେଇଛନ୍ତି। ଅଗଷ୍ଟ ୧୫...

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେମିରେ ଥିମ, ଜେଭରେଭ, ହାଲେପ୍‌

ମେଲବୋର୍ନ, ୩୦।୧(ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୧୦ ଦିବସ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭ,...

ସିନ୍ଧୁ ହାରିଲେ, ସେମିରେ ପ୍ରଣୀଥ

ଟୋକିଓ,୨୬।୭- ଚଳିତ ସିଜନରେ ଭଲ ଫର୍ମରେ ଥିବା ଭାରତୀୟ ଶଟଲର ବି. ସାଇ ପ୍ରଣୀଥ ସହଜ ବିଜୟ ସହ ଏଠାରେ ଚାଲିଥିବା ଜାପାନ ଓପନ ବ୍ୟାଡ୍‌ମିଣ୍ଟନ...

ଜୋକୋଭିଚ୍‌ ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ

ରୋମ, ୨୩ା୯ (ଏପି)-ସର୍ବୀୟାର ନୋଭାକ୍‌ ଜୋକୋଭିଚ୍‌ ଇଟାଲିଆନ ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୭-୫, ୬-୩ ସେଟ୍‌ରେ...

Advertisement
Archives

Model This Week