Posted inଖେଳ

୧୪୨ ବର୍ଷ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୫।୧୧: ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଇନିଂସ ଓ ୧୩୦ ରନରେ ଜିତିଥିଲା। ଏଥିସହ ଭାରତୀୟ ଦଳ ବିଶ୍ୱ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛି। ଭାରତ ବିଶ୍ୱର ପ୍ରଥମ ଟିମ ଭାବେ ଲଗାତାର ଚାରୋଟି ଇନିଂସ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେ (ଇନିଂସ ଓ ୧୩୭ ରନ) ଓ ରାଞ୍ଚି (ଇନିଂସ ଓ ୨୦୨ ରନ) ଟେଷ୍ଟରେ ଇନିଂସ ବିଜୟ ହାସଲ କରିଥିବା ବେଳେ ବାଂଲାଦେଶ ବିପକ୍ଷ ଚଳିତ ସିରିଜର ଦୁଇଟି ଯାକ ମ୍ୟାଚରେ ମଧ୍ୟ ଇନିଂସ ବିଜୟ ଲାଭ କରିଛି। ୧୪୨ ବର୍ଷର କ୍ରିକେଟ ଇତିହାସରେ କୌଣସି ଦଳ ଏହି ରେକର୍ଡ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ

ନୂଆଦିଲ୍ଲୀ, ୩ା୭-ଟୋକିଓ ଅଲିମ୍ପିକ୍ସ କ୍ରମେ ପାଖେଇ ଆସିଥିବାବେଳେ ଉଦ୍‌ଘାଟନୀ ସମାରୋହରେ କେଉଁ ଆଥ୍‌ଲେଟ ଭାରତୀୟ ପତାକାଧାରୀ ହେବେ ତାହାକୁ ନେଇ ଉତ୍ସାହ ବଢ଼ିଛି। ଭାରତୀୟ ଅଲିମ୍ପିକ...

ଆଉ ଶ୍ରୀଲଙ୍କା ପାଇଁ ଖେଳିବେ ନାହିଁ ଏହି ୨୯ ବର୍ଷୀୟ କ୍ରିକେଟର: ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧: କ୍ରିକେଟର ଶେହାନ ଜୟସୂର୍ଯ୍ୟା ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପକ୍ଷରୁ ଆଉ କ୍ରିକେଟ ଖେଳିବେ ନାହିଁ। ୨୯ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍‌ ଆମେରିକାରେ ରହିବାର ନିଷ୍ପତ୍ତି...

ମାର୍ଚ୍ଚ ୨୯ରୁ ଆଇପିଏଲ-୧୩

ମୁମ୍ବାଇ,୩୧।୧୨- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ସଂସ୍କରଣ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସିଜନର ଉଦ୍‌ଘାଟନୀ ମ୍ୟାଚ୍‌ରେ...

ଦିବାରାତ୍ର ଟେଷ୍ଟ: ଇଡେନରେ ପ୍ରଥମ ୩ ଦିନରେ ୫୦ ହଜାର ଦର୍ଶକ

କୋଲକାତା,୧୦।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ।...

ଇଂଲଣ୍ଡ ଦଳକୁ ଫେରିଲେ ଫୋକ୍ସ, ଜେନିଙ୍ଗ୍ସ

ଲଣ୍ଡନ, ୧୨ା୨ (ଏଏଫ୍‌ପି)- ଶ୍ରୀଲଙ୍କା ଟୁର୍‌ ପାଇଁ ଇଂଲଣ୍ଡ ଟେଷ୍ଟ ଦଳକୁ ଏକ ବର୍ଷ ବ୍ୟବଧାନରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ବେନ୍‌ ଫୋକ୍ସ ଏବଂ କିଟନ ଜେନିଙ୍ଗ୍ସ।...

ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ...

ଧୋନୀଙ୍କୁ ବୋଲ୍ଡ କଲେ କଡପାର ‘ବାହୁବଳୀ’

ଚେନ୍ନାଇ,୧୮।୩: ଆଇପିଏଲ ୨୦୨୧ ପାଇଁ ପ୍ରସ୍ତୁତ ହେଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ। ଚେନ୍ନାଇରେ ଏକ ଅଭ୍ୟାସ ଶିବିରରେ ଧୋନୀ ପ୍ରସ୍ତୁତି କରୁଛନ୍ତି।...

ୟୁଏସ୍‌ ଓପନ୍‌: ଶରନ- ହୁଗୋ ଆଉଟ୍‌

ନ୍ୟୁୟର୍କ, ୩୦।୮ (ପି.ଟି.)-ଭାରତର ଡିିଭିଜ ଶରନ ଓ ତାଙ୍କ ମୋନାକୋ ପାର୍ଟନର ହୁଗୋ ନିସ୍‌ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍ସ...

Advertisement


Archives

Model This Week