୧୪ରୁ ଖୋଲିବ ମାଛଧରା ବନ୍ଦର, ସଜେଇ ହେଲେଣି ମତ୍ସ୍ୟଜୀବୀ

ପାରାଦୀପ,୧୨ା୬(ସ୍ବ.ପ୍ର.): ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସୁଦୃଢ କରୁଥିବା ପାରାଦୀପର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଚଳଚଞ୍ଚଳ ହୋଇଛି। ଅର୍ଥାତ ସାମୁଦ୍ରିକ ମାଛ ଧରା କ୍ଷେତ୍ରରେ ଲାଗିଥିବା କଟକଣା ଆସନ୍ତା ୧୪ ତାରିଖ ମଧ୍ୟରାତ୍ରରେ ହଟିବ। ତେଣୁ ସେହିଦିନ ରାତିରେ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀମାନେ ଏବେଠାରୁ ସଜବାଜ ହେଲେଣି। ପ୍ରତିବର୍ଷ ପରି ସେମାନେ ସମୁଦ୍ର ଦେବତା ବରୁଣଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଯଜ୍ଞ ଆରମ୍ଭ କରିଛନ୍ତି। ଏହା ଗୁରୁବାର ପୂର୍ଣ୍ଣାହୂତି ହେବ। ସେହିପରି ସମୁଦ୍ରକୁ ଯିବା ପୂର୍ବରୁ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ଟ୍ରଲରର ଛୋଟମୋଟ ମରାମତି, ତେଲ ବୋଝେଇ, ବରଫ ସଂଗ୍ରହ, ଜାଲ ମରାମତି ଓ ମାଛଧରା ସରଞ୍ଜାମ ସଜାଡ଼ିବାରେ ଲାଗିଲେଣି। ଆଉ ୨ ଦିନ ଥିବାରୁ ଏବେଠାରୁ ପ୍ରସ୍ତୁତ ନ ହେଲେ ଆବଶ୍ୟକ ଅନୁଯାୟୀ ବରଫ ମିଳିବା କଷ୍ଟକର ହେବ। ଗୋଟିଏ ପଟେ ଏଭଳି ପ୍ରସ୍ତୁତି ଚାଲିଥିବାବେଳେ ଅନ୍ୟପଟେ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକଙ୍କ ଚିନ୍ତା ବଢାଇଛି ମହାନଦୀ ମୁହାଣ। ଏହି ମୁହାଣ ଦେଇ ସେମାନେ ସମୁଦ୍ରକୁ ଯାତାୟାତ କରନ୍ତି। ଗତ ୫ ବର୍ଷ ହେଲା ମୁହାଣ ପୋତି ହୋଇଯିବା ଫଳରେ ପ୍ରତିବର୍ଷ ସେଠାରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଧନଜୀବନ ହାନୀ ହେଲାଣି। ମୁହାଣରେ ଦୁର୍ଘଟଣା ଘଟୁଥିବାରୁ ମତ୍ସ୍ୟଜୀବୀମାନେ ଅଧିକ ୨୦ କି.ମି. ବାଟ ଦେଇ ବରୁଣେଇ ବାଟେ ଯାତାୟାତ କରୁଛନ୍ତି। କିନ୍ତୁ ବରୁଣେଇ ମୁହାଣ ଭିତରକନିକା ଅଭୟାରଣ୍ୟ ଅଞ୍ଚଳ ହୋଇଥିବାରୁ ସେଠାରେ ବର୍ଷତମାମ୍‌ କଟକଣା ଥାଏ। ସେହିବାଟେ ଯାତାୟାତ କଲେ ବନବିଭାଗ ପକ୍ଷରୁ ଟ୍ରଲର ଜବତ କରାଯାଇଥାଏ। ଯେଉଁ ମହାନଦୀ ମୁହାଣ ଏପରି ଦୁଃଖର କାରଣ ସାଜିଛି, ତାହା ଖୋଳିବା ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ୫ ବର୍ଷ ହେଲା ଦାବି ହୋଇଆସୁଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ହେବା ପରେ ଗତବର୍ଷ ମୁହାଣ ଖନନ ପାଇଁ ବାଟ ଫିଟିଥିଲା। ଅର୍ଥାତ୍‌ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମତେ ପାରାଦୀପ ବନ୍ଦର ସିଏସ୍‌ଆର (କର୍ପୋରେଟ୍‌ ସୋସିଆଲ ରେସପନସିବିଲଟି) ଅର୍ଥରେ ଖନନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏପରି କି ଗତ ଜାନୁୟାରୀ ମାସରେ ବନ୍ଦର କର୍ତ୍ତୃପକ୍ଷ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଖନନ ଆରମ୍ଭ କରିଥିଲେ। କିନ୍ତୁ ମୁହାଣ ଅଞ୍ଚଳ ଅଶାନ୍ତ ରହିବା ଏବଂ ଦକ୍ଷିଣା ପବନ ପ୍ରଭାବରେ ସେଠାରେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିଲା। ମାତ୍ର ୧୦୦ରୁ ୧୫୦ ମିଟର ଖୋଳିବା ପରେ ଡ୍ରେଜର ସେଠାରୁ ଫେରାଇବାକୁ ପଡିଥିଲା ବୋଲି ବନ୍ଦର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ କୁହାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ କାମ ବନ୍ଦ କରାଯାଇଛି। ଆସନ୍ତା ଡିସେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ପୁଣି ଖନନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କାରଣ ସେହି ସମୟରେ ସମୁଦ୍ର ଅପେକ୍ଷାକୃତ ଶାନ୍ତ ଥାଏ। ମୁହାଣ ଖନନ କାମ ବନ୍ଦ ହେବା ପରେ ଯଥାପୂର୍ବ ସ୍ଥିତି ରହିଛି। ଏ ସମ୍ପର୍କରେ ଓମ୍ଫା ସଭାପତି ସୁମନ୍ତ କୁମାର ବିଶ୍ୱାଳ କୁହନ୍ତି, ସମୁଦ୍ର ଅଶାନ୍ତ ଯୋଗୁ ଖନନ ବନ୍ଦ ରହିବା କଥା ଆମେ ଜାଣିନାହୁଁ। ଆମ ଦାବି ଅନୁସାରେ ବନ୍ଦର କର୍ତ୍ତୃପକ୍ଷ ଧାର୍ଯ୍ୟ ସମୟ ମଧ୍ୟରେ ମୁହାଣ ଖନନ କରିବା କଥା। ବିଳମ୍ବରେ କାମ କରିବାରୁ ଏପରି ହୋଇଛି। ଏ ସମ୍ପର୍କରେ ପୁଣି ଆମେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଲେଖିଛୁ। ସେ କେମିତି ବଡ଼ ଡ୍ରେଜର ପକାଇ କାମ କରନ୍ତୁ ବୋଲି ଆମର ଦାବି ରହିଛି। ଦରକାର ହେଲେ ମତ୍ସ୍ୟଶିଳ୍ପ ସହ ଜଡ଼ିତ ୫୦ ହଜାର ଲୋକ ସେମାନଙ୍କ ଜୀବିକା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୭ା୧୧(ସ୍ବ.ପ୍ର.):ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ସୋମବାରଠାରୁ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୮ ଦିନ ଧରି ଚାଲିବ। ଏହାକୁ ଉଦ୍‌ଘାଟନ କରିବେ...

ତହସିଲ ପ୍ରଶାସନ, ଥାନା ମଧ୍ୟରେ ଛକାପଞ୍ଝା

ନାଉଗଁା,୧୦ା୯(ସ୍ବ.ପ୍ର.):ନାଉଗଁା ତହସିଲ ଓ ଥାନା ମଧ୍ୟରେ ଛକାପଞ୍ଝା ଚାଲିଛି। ଏହାର ଫାଇଦା ବାଲି ମାଫିଆ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ...

ଭିଜିଲାନ୍ସ ଜାଲରେ ବୈଧମାପ, ଓଜନ ବିଭାଗ ବରିଷ୍ଠ ନିରୀକ୍ଷକ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୈଧମାପ ଏବଂ ଓଜନ ବିଭାଗ ଜଗତ୍‌ସିଂହପୁର କାର୍ଯ୍ୟାଳୟ ସହକାରୀ ନିୟନ୍ତ୍ରକ ତଥା ପାରାଦୀପସ୍ଥିତ ବିଭାଗୀୟ ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ...

ପାଇପ୍‌ ଲାଇନ ବିଛା ଆଳରେ ଖୋଳାଚାଲିଛି ରାସ୍ତା

ନାଉଗାଁ,୨୬ା୯(ସ୍ବ.ପ୍ର): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାରଠାରୁ ରୋହିଆକୁ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରୁଛି। କିଛିଦିନ ତଳେ ଏହି ରାସ୍ତା ପାର୍ଶ୍ୱକୁ ଖୋଳାଯାଇଛି। ଫଳରେ...

ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ଜଗତସିଂହପୁର ଅଫିସ,୧୮ା୨: ଜଗତସିଂହପୁର ସଦର ପଟସରାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥ୍‌ରେ ଭୋଟ୍‌ ବାକ୍ସ ଭଙ୍ଗାରୁଜା...

ପିଏମ୍‌ କିଷାନ ହିତାଧିକାରୀଙ୍କୁ ୨୩ ସୁଦ୍ଧା କ୍ରେଡିଟ୍‌ କାର୍ଡ

ଜଗତ୍‌ସିଂହପୁର ଅଫିସ,୧୦ା୨: ଜଗତ୍‌ସିଂହପୁର ଜିଲାରେ ପାଖାପାଖି ୧,୧୦,୦୦୦ ଲୋକଙ୍କୁ ପ୍ରଧାନମନ୍ତ୍ରୀ (ପିଏମ୍‌) କିଷାନ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିମଧ୍ୟରେ ହିତାଧିକାରୀଙ୍କୁ ୨,୦୦୦ ଟଙ୍କା...

ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ, ସରୋଜ ମେହେର ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୬ା୬(ବ୍ୟୁରୋ): ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି। ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସରକାରୀ ଦଳ ଉପ...

ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍‌ରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍‌ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍‌ସିଂହପୁର ସହର ସମେତ ଜିଲାର...

Advertisement
Archives

Model This Week