୧୩ ବର୍ଷର ନାବଳିକା ୭ ମାସର ଗର୍ଭବତୀ:ଅଭିଯୁକ୍ତ ୨ ଛୁଆର ବାପା ନାଁରେ ଏତଲା

ଜୟପୁର,୧୪ା୫(ଡି.ଏନ୍‌.ଏ.): ଦୁଇଟି ଛୁଆର ବାପା ଜଣେ ୧୩ ବର୍ଷର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ୭ ମାସର ଗର୍ଭବତୀ କରିଛନ୍ତି। ଅଭିଯୁକ୍ତ ଜଣକ ଏବେ ବାହାର ରାଜ୍ୟରେ କାମ କରିବାକୁ ଚାଲିଯାଇଛନ୍ତି। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ତଥା ବି.ସିଙ୍ଗପୁର ଥାନା ଅଧୀନ ଏକ ଗାଁରେ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।
ମଙ୍ଗଳବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ ନେତୃତ୍ୱରେ ସିଡବ୍ଲ୍ୟୁସି ଅଧ୍ୟକ୍ଷା ଡ. ବି. ଗାୟତ୍ରୀ ଦେବୀ ଏବଂ ‘ସଖୀ’ର ପରିଚାଳିକା ଶିବାନୀ ପାତ୍ରଙ୍କ ସମେତ ଏକ ଟିମ୍‌ ନାବାଳିକାଙ୍କ ଗ୍ରାମର ପହଞ୍ଚତ୍ଥିଲେ। ସେଠାରେ ତାଙ୍କ ମା’ ବାପାଙ୍କ ସହିତ ଆଲୋଚନା କରିବା ପରେ ନାବାଳିକାଙ୍କୁ ନେଇ ଥାନାକୁ ଯାଇଥିଲା ଟିମ୍‌। ସେଠାରେ ଅଭିଯୁକ୍ତ ଉଦ୍ଧବ ସରକାରଙ୍କ ନାଁରେ ଏତଲା ଦିଆଯାଇଛି ା ଉଦ୍ଧବ ବିବାହିତ ଏବଂ ଘରେ ତାଙ୍କର ୨ଟି ସନ୍ତାନ ମଧ୍ୟ ରହିଥିବା ଜଣାପଡ଼ିଛି। ସେ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ଚାଲିଯାଇଥିବା ପୀଡ଼ିତା ନାବାଳିକାଙ୍କ ପରିବାର କହିଛନ୍ତି। ଅନ୍ୟପକ୍ଷରେ ନାବାଳିକା ଜଣକ ୭ ମାସର ଗର୍ଭବତୀ ଥିବା ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ ପ୍ରକାଶ କରିଛନ୍ତି। ଘରେ ତାଙ୍କର ଅନ୍ୟ ଦୁଇଜଣ ଦିବ୍ୟାଙ୍ଗ ବଡ଼ ଭଉଣୀ ଅଛନ୍ତି। ଏଭଳି ପରିସ୍ଥିତିରେ ୩ ଝିଅଙ୍କ ଭବିଷ୍ୟତ ଚିନ୍ତାରେ ରହିଛନ୍ତି ସେମାନଙ୍କ ମା’ ବାପା। ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ କୋରାପୁଟ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଶିଶୁ ସୁରକ୍ଷା ଅଧିକାରୀ ଦାସ ପ୍ରକାଶ କରିଛନ୍ତି। ତାଙ୍କୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯିବା ପରେ ‘ସଖୀ’ ଅନୁଷ୍ଠାନରେ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦାଦାଗିରି: ସହକାରୀ ଯନ୍ତ୍ରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଦେବଗଡ଼,୨୫ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ମାଝିଙ୍କୁ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କ ସ୍ବାମୀ...

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, ମିଳିଲା ଏତିକି ଟଙ୍କା…

ରାୟଗଡ଼ା,୨୪ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଯୁବକ

ନିରାକାରପୁର,୨୪ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ନିରାକାରପୁର ପୋଲିସ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଠିକାଦାରଙ୍କୁ ମାଗିଥିଲେ ୧ ଲକ୍ଷ ଲାଞ୍ଚ

ବଲାଙ୍ଗୀର,୨୪ା୭(ସୁନୀଲ କୁମାର ମହାନ୍ତି): ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ସୁଜିତ...

ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ମିଳିଲା ପୁଳାପୁଳା ବିଦେଶୀ ଟଙ୍କା: ଡଲାର, ପାଉଣ୍ଡ ସହ ୩୩ଟି…

ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି। ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଏହା ସହ...

ମା’ ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା

ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଯେତେ...

ହୋଟେଲରୁ ବଡ଼ ଧରଣର ଚୋରି

ରାୟଗଡ଼ା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂର ସାଇରାମ ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲରୁ ମଙ୍ଗଳବାର ଭୋର ୩ଟାରେ ଏକ ବଡ଼ଧରଣର ଚୋରି...

ଟଙ୍କା ନ ଦେଲେ ହେଉନି ନଳକୂପ ମରାମତି

ରାୟଗଡା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗଠନ ହେବାର ୩୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଜିଲାର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନାହିଁ। ପାନୀୟ ଜଳ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri