୧୩ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ରାଜ୍ୟରେ ତାତିର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇଛି। ତଥାପି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ୧୦ ସହରରେ ପାରଦ ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି। ପୂର୍ବ ଭଳି ଆଉ ଗ୍ରୀଷ୍ମ ପ୍ରବାହ ନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୨.୫, ଝାରସୁଗୁଡା ୪୨.୨, ଭବାନୀପାଟନା ୪୨, ଅନୁଗୋଳ ୪୧.୭, ସମ୍ବଲପୁର ୪୧.୩, ହୀରାକୁଦ ୪୧.୧, ସୁନ୍ଦରଗଡ ୪୧ ଏବଂ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଉପକୂଳ ଓଡିଶାରେ ତାତି ଓ ଗୁଳୁଗୁଳି ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ଆସନ୍ତା ଜୁନ ୫ ତାରିଖ ଯାଏ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। କେତେକ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲାରେ କାଳବୈଶାଖୀଜନିତ ଝଡବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲାଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ଏବଂ ସମ୍ବଲପୁର। ସେହି ଜିଲାଗୁଡିକର କେତେକ ସ୍ଥାନରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ପବନ ବହିବା ସହ ଘଡଘଡି ଜନିତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri