Posted inରାଜ୍ୟ

୧୨୦ ଟଙ୍କାରେ କରିଥିଲି ଦୋକାନ

ଆର୍ଥିକ ଦୁରବସ୍ଥା ଯୋଗୁ ଅଧାରୁ ଛାଡ଼ିବାକୁ ପଡ଼ିଲା ପାଠ। ପରିବାରକୁ ସହଯୋଗ କରିବାକୁ ପାନ ଦୋକାନଟିଏ କଲି। ପାଖରେ ଥିଲା ୭୦ ଟଙ୍କା। ବାପା ଆଉ ୫୦ ଟଙ୍କା ଦେବା ପରେ ୧୨୦ ଟଙ୍କାରେ ଗଁା ଛକରେ ଦୋକାନ ଖୋଲିଲି। ସେହି ଦୋକାନରୁ ଆଜି ପରିବାର ଚଳାଉଛି। ଦୁଇ ପୁଅଙ୍କୁ ପାଠ ପଢ଼ାଉଛି। ଘର ଖଣ୍ଡିଏ ମଧ୍ୟ କରିପାରିଛି। ଅନୁଗୋଳ ବ୍ଲକ ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଗିରିଶ ଚନ୍ଦ୍ର ସାହୁ (୪୮)ଙ୍କ ଏ ହେଉଛି ଜୀବନ ସଂଘର୍ଷର କଥା। ବାପା ବେଣୁଧରଙ୍କ ୫ ପିଲାଙ୍କ ମଧ୍ୟରୁ ଗିରିଶ ହେଉଛନ୍ତି ବଡ଼। ବନ୍ତଳା ସରକାରୀ ହାଇସ୍କୁଲରୁ ସେ ଅଷ୍ଟମ ଶ୍ରେଣୀରେ ପାସ କରିବା ପରେ ବାପା ଆଉ ତାଙ୍କୁ ପଢ଼ାଇପାରି ନ ଥିଲେ। ପରିବାର ଚଳିବା କଷ୍ଟକର ହେଉଥିବାରୁ ଗିରିଶ ଗାଁ ଛକରେ ୧୯୯୩ରେ ଏକ ଦୋକାନ ଖୋଲିଲେ। ପ୍ରଥମେ ଗୋଟିଏ କଡା ପାନ ପତ୍ର ଓ କିଛି ମସଲା ସହ ବିସ୍କୁଟ, ଚକୋଲେଟରେ ବ୍ୟବସାୟ ଆରମ୍ଭ କଲେ। ତାଙ୍କ ହାତ ପ୍ରସ୍ତୁତ ପାନ ଲୋକଙ୍କ ପସନ୍ଦ ଆସିବାରୁ ଦୁଇ ମାସ ପରେ ଦିନକୁ ୩୦ କଡା ପାନ ବିକ୍ରି କଲେ। ଏବେ ବ୍ୟବସାୟ ଢେର ବଢ଼ିଛି। ଦୈନିକ ଲାଗୁଆ ଗ୍ରାହକଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଛି। ସେମାନଙ୍କ ପାଇଁ ଆଗୁଆ ପାନ ତିଆରି କରିବା ଦୈନିକ ଗିରିଶଙ୍କ ଏକ ମୁଖ୍ୟ କାମ ହୋଇଯାଇଛି। ଦୀର୍ଘ ୨୭ ବର୍ଷର ଏହି ବ୍ୟବସାୟରୁ ସେ ପରିବାର ପାଇଁ ବେଶ୍‌ କିଛି କରିପାରିଛନ୍ତି। ନିଜେ ବିବାହ କରିବା ସହ ଦୁଇ ଭାଇଙ୍କ ବାହାଘର କରାଇଛନ୍ତି। ତିନି ଗୁଣ୍ଠ ଘରଡିହ କିଣି ଘର ନିର୍ମାଣ କରିଛନ୍ତି। ବଡ଼ ପୁଅ ସୋନସ୍କ ପ୍ରସାଦ ସାହୁ ଏବେ ରେଭେନ୍‌ଶାରେ ଯୁକ୍ତ ତିନି ବିଜ୍ଞାନ ଛାତ୍ର। ଆଇଏଏସ୍‌ ପରୀକ୍ଷା ପାଇଁ ମଧ୍ୟ ପୁଅ ପ୍ରସ୍ତୁତି କରୁଛି। ସାନ ପୁଅ ଦେବ ପ୍ରସାଦ ଅଷ୍ଟମ ଶ୍ରେଣୀରେ ପଢୁଛି। ପାନ ଦୋକାନ ତାଙ୍କୁ ସମାଜରେ ପରିଚୟ ଦେଇଥିବା ଗିରିଶ କହିଛନ୍ତି।
– ରିପୋର୍ଟ- ଦୀନେଶ ଦେହୁରୀ


Enter your email to get our daily news in your inbox.

All Right Reserved By Dharitri.Com

କେବିଏନ୍‌ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ପୁଣି ଗିରଫ

ଭୁବନେଶ୍ୱର,୪।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏମ୍ବାସି ବାର୍‌ ଭଙ୍ଗାରୁଜା ଏବଂ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତ ତଥା କେବିଏନ ଗ୍ୟାଙ୍ଗର ମୁଖ୍ୟଙ୍କୁ...

ଜଳଭଣ୍ଡାର ୧୪% ଶୁଖିଛି

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଗତ ସପ୍ତାହରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଦେଶର ୧୩୦ ଜଳଭଣ୍ଡାରରେ ଜଳ ଧାରଣ କ୍ଷମତା ୨୫୭.୮୧୨ ବିଲିୟନ...

ପ୍ରବଳ ବର୍ଷିବ: ୧୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେରଖି ଯାଜପୁର, କେନ୍ଦ୍ରାପଡ଼ା ଗଜପତି,...

ଭୁବନେଶ୍ୱରକୁ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ଚାଲିଛି ପ୍ରୟାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ୭୩ ବର୍ଷରେ ପାଦ ଦେଇଛି। ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ମନ୍ଦିରମାଳିନୀ...

ବିଜେଡି ଦଳ ନୁହେଁ, ଆନ୍ଦୋଳନ: ନବୀନ

ଭୁବନେଶ୍ୱର,୨୭-୧୨(ବ୍ୟୁରୋ):ବିଜେଡି ଏକ ରାଜନୈତିକ ଦଳ ନୁହେଁ, ବରଂ ଏକ ଆନ୍ଦୋଳନ। ରାଜଧାନୀରେ ଥିବା ଦଳୀୟ ମୁଖ୍ୟାଳୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ବକ୍ତବ୍ୟ ରଖି ଗୁରୁବାର...

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକ ସଭା, ୩୫ ବିଧାନସଭା ଆସନ ଲାଗି ମତଦାନ ଜାରି; ଜାଣନ୍ତୁ LIVE UPDATES

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ...

ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା...

ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଖବରଦାତା ସମ୍ମିଳନୀ: ରାଜ୍ୟରେ ବଢ଼ିବ କି ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୫: ରବିବାର ସଂଧ୍ୟା ୬.୩୦ରେ କରୋନା ଜନିତ କିଛି ବଡ଼ ଘୋଷଣା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିପାରନ୍ତି । ତେବେ ରାଜ୍ୟରେ ଲାଗୁ...

Advertisement
Archives

Model This Week