Posted inରାଜ୍ୟ

୧୨୦ ଟଙ୍କାରେ କରିଥିଲି ଦୋକାନ

ଆର୍ଥିକ ଦୁରବସ୍ଥା ଯୋଗୁ ଅଧାରୁ ଛାଡ଼ିବାକୁ ପଡ଼ିଲା ପାଠ। ପରିବାରକୁ ସହଯୋଗ କରିବାକୁ ପାନ ଦୋକାନଟିଏ କଲି। ପାଖରେ ଥିଲା ୭୦ ଟଙ୍କା। ବାପା ଆଉ ୫୦ ଟଙ୍କା ଦେବା ପରେ ୧୨୦ ଟଙ୍କାରେ ଗଁା ଛକରେ ଦୋକାନ ଖୋଲିଲି। ସେହି ଦୋକାନରୁ ଆଜି ପରିବାର ଚଳାଉଛି। ଦୁଇ ପୁଅଙ୍କୁ ପାଠ ପଢ଼ାଉଛି। ଘର ଖଣ୍ଡିଏ ମଧ୍ୟ କରିପାରିଛି। ଅନୁଗୋଳ ବ୍ଲକ ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଗିରିଶ ଚନ୍ଦ୍ର ସାହୁ (୪୮)ଙ୍କ ଏ ହେଉଛି ଜୀବନ ସଂଘର୍ଷର କଥା। ବାପା ବେଣୁଧରଙ୍କ ୫ ପିଲାଙ୍କ ମଧ୍ୟରୁ ଗିରିଶ ହେଉଛନ୍ତି ବଡ଼। ବନ୍ତଳା ସରକାରୀ ହାଇସ୍କୁଲରୁ ସେ ଅଷ୍ଟମ ଶ୍ରେଣୀରେ ପାସ କରିବା ପରେ ବାପା ଆଉ ତାଙ୍କୁ ପଢ଼ାଇପାରି ନ ଥିଲେ। ପରିବାର ଚଳିବା କଷ୍ଟକର ହେଉଥିବାରୁ ଗିରିଶ ଗାଁ ଛକରେ ୧୯୯୩ରେ ଏକ ଦୋକାନ ଖୋଲିଲେ। ପ୍ରଥମେ ଗୋଟିଏ କଡା ପାନ ପତ୍ର ଓ କିଛି ମସଲା ସହ ବିସ୍କୁଟ, ଚକୋଲେଟରେ ବ୍ୟବସାୟ ଆରମ୍ଭ କଲେ। ତାଙ୍କ ହାତ ପ୍ରସ୍ତୁତ ପାନ ଲୋକଙ୍କ ପସନ୍ଦ ଆସିବାରୁ ଦୁଇ ମାସ ପରେ ଦିନକୁ ୩୦ କଡା ପାନ ବିକ୍ରି କଲେ। ଏବେ ବ୍ୟବସାୟ ଢେର ବଢ଼ିଛି। ଦୈନିକ ଲାଗୁଆ ଗ୍ରାହକଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଛି। ସେମାନଙ୍କ ପାଇଁ ଆଗୁଆ ପାନ ତିଆରି କରିବା ଦୈନିକ ଗିରିଶଙ୍କ ଏକ ମୁଖ୍ୟ କାମ ହୋଇଯାଇଛି। ଦୀର୍ଘ ୨୭ ବର୍ଷର ଏହି ବ୍ୟବସାୟରୁ ସେ ପରିବାର ପାଇଁ ବେଶ୍‌ କିଛି କରିପାରିଛନ୍ତି। ନିଜେ ବିବାହ କରିବା ସହ ଦୁଇ ଭାଇଙ୍କ ବାହାଘର କରାଇଛନ୍ତି। ତିନି ଗୁଣ୍ଠ ଘରଡିହ କିଣି ଘର ନିର୍ମାଣ କରିଛନ୍ତି। ବଡ଼ ପୁଅ ସୋନସ୍କ ପ୍ରସାଦ ସାହୁ ଏବେ ରେଭେନ୍‌ଶାରେ ଯୁକ୍ତ ତିନି ବିଜ୍ଞାନ ଛାତ୍ର। ଆଇଏଏସ୍‌ ପରୀକ୍ଷା ପାଇଁ ମଧ୍ୟ ପୁଅ ପ୍ରସ୍ତୁତି କରୁଛି। ସାନ ପୁଅ ଦେବ ପ୍ରସାଦ ଅଷ୍ଟମ ଶ୍ରେଣୀରେ ପଢୁଛି। ପାନ ଦୋକାନ ତାଙ୍କୁ ସମାଜରେ ପରିଚୟ ଦେଇଥିବା ଗିରିଶ କହିଛନ୍ତି।
– ରିପୋର୍ଟ- ଦୀନେଶ ଦେହୁରୀ


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri