Posted inଜାତୀୟ

୧୦ କୋଟିଙ୍କ ଜୀବନ ନେବ ଆଣବିକ ଯୁଦ୍ଧ

ନୂଆଦିଲ୍ଲୀ,୩ା୧୦: ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ୧୦ କୋଟି ଲୋକ ପ୍ରାଣ ହରାଇବେ। ଆଣବିକ ଅସ୍ତ୍ର ପ୍ରୟୋଗର କୁପରିଣାମ ଯୋଗୁ ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବାରେ ବାଧାସୃଷ୍ଟି ହେବ। ଫଳରେ ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ମଧ୍ୟ ହ୍ରାସ ପାଇବ ବୋଲି ପରିବେଶ ସମ୍ପର୍କିତ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ୟୁନିଭର୍ସିଟି-ନ୍ୟୁ ବ୍ରୁନ୍ସଓ୍ବିକ୍‌ର ପ୍ରଖ୍ୟାତ୍‌ ପ୍ରଫେସର ଆଲନ୍‌ ରୋବୋକ୍‌ ଓ ଅନ୍ୟ ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଜର୍ନାଲ ସାଇନ୍ସ ଆଡ୍‌ଭାନ୍ସରେ ପ୍ରକାଶ ପାଇଛି। ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ତା’ର କୁପରିଣାମ କ’ଣ ହୋଇପାରେ ତାହା ଏଥିରେ ଦର୍ଶାଯାଇଛି। ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଦୁଇ ପଡ଼ୋଶୀ ଦେଶ ପାଖରେ ମୋଟ ୪୦୦ରୁ ୫୦୦ ଆଣବିକ ଅସ୍ତ୍ର ରହିଛି। ସେଗୁଡ଼ିକୁ ବ୍ୟବହାର କରାଗଲେ ଏହାର ପ୍ରଭାବ କେବଳ ଦକ୍ଷିଣ ଏସିଆରେ ସୀମିତ ହୋଇ ରହିବନାହିଁ, ବରଂ ବିଶ୍ୱବ୍ୟାପୀ ଅନୁଭୂତ ହେବ। ଏହା ବିଶ୍ୱ ପରିବେଶକୁ ନଷ୍ଟ କରିଦେବା ସହ ୧୦ କୋଟି ଲୋକଙ୍କ ଜୀବନ ନେବ। ପରମାଣୁ ବୋମା ଯେଉଁ ସ୍ଥାନକୁ ଟାର୍ଗେଟ କରି ନିକ୍ଷେପ କରାଯିବ ସେଠାରେ କେତେଶହ ବର୍ଷ ଧରି ଘାସ ବି ଉଠିବ ନାହିଁ। ଏହାବାଦ ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକୁ ମଧ୍ୟ ଏହା ପ୍ରଭାବିତ କରିବ। ପ୍ରଥମରେ ଆଣବିକ ବିସ୍ଫୋରଣ ଯୋଗୁ ଧୂଆଁରେ ୧୬ରୁ ୩୬ ନିୟୁତ ଟନ୍‌ ବ୍ଲାକ୍‌ କାର୍ବନ ନିର୍ଗତ ହେବ। ଏହା ଉପରକୁ ଉଠି ସପ୍ତାହେ ମଧ୍ୟରେ ସାରା ବିଶ୍ୱକୁ ବ୍ୟାପିଯିବ। ଦ୍ୱିତୀୟତଃ ସୌର ବିକିରଣକୁ ମଧ୍ୟ ଏହି ଧୂଆ ଶୋଷିନେବ। ଫଳରେ ବାୟୁ ମଧ୍ୟ ଶୁଷ୍କ ହୋଇଯିବ। ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବା ୨୦ରୁ ୩୫% ହ୍ରାସ ପାଇବ। ଏଥିଯୋଗୁ ପୃଥିବୀର ତାପମାତ୍ରା ୨ରୁ ୫ ଡିଗ୍ରୀ କମିଯିବ। ପୃଥିବୀର ୧୫ରୁ ୩୦% ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ୫ରୁ ୧୫% ହ୍ରାସ ପାଇବ। ଏହି ପ୍ରଭାବରୁ ମୁକ୍ତ ହେବା ପାଇଁ ବିଶ୍ୱକୁ ଅନୂ୍ୟନ ୧୦ ବର୍ଷ ଲାଗିବ ବୋଲି ଏଥିରେ ଦର୍ଶାଯାଇଛି।
୩୭୦କୁ ହଟାଯିବା ପରେ ଭାରତ-ପାକିସ୍ତାନ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ଭାରତକୁ ପାକିସ୍ତାନ ଏକାଧିକ ଥର ଆଣବିକ ଅସ୍ତ୍ର ପ୍ରୟୋଗ ଓ ଯୁଦ୍ଧ ଧମକ ଦେଇସାରିଲାଣି। ବର୍ତ୍ତମାନ ୯ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି। କିନ୍ତୁ ଦ୍ରୁତଗତିରେ ଆଣବିକ ଯୁଦ୍ଧାସ୍ତ୍ର ବୃଦ୍ଧି କରୁଥିବା ଦେଶ ହେଉଛନ୍ତି ଭାରତ ଓ ପାକିସ୍ତାନ। ୧୯୪୫ରେ ଜାପାନର ହିରୋଶିମାରେ ଆମେରିକା ପରମାଣୁ ବୋମା ପକାଇଥିଲା, ଯାହାର ଆକାର ଥିଲା ପ୍ରାୟ ୧୫ କିଲୋଟନ। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଏହାର ଭୟାବହତା ହିରୋଶିମାର କ୍ଷୟକ୍ଷତିକୁ ଟପିଯିବ ବୋଲି କୁହାଯାଉଛି। ତେଣୁ ଏଭଳି ଯୁଦ୍ଧର ବିପର୍ଯ୍ୟୟକୁ ଏଡ଼ାଇବା ଲାଗି ସମ୍ପୂର୍ଣ୍ଣ ବିଶ୍ୱର ନିରସ୍ତ୍ରୀକରଣ ଜରୁରୀ ବୋଲି ରୋବୋକ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଧନୀ ପ୍ରାର୍ଥୀଙ୍କ ପାଖରେ ୪ଶହ ୧୭ କୋଟି ଥିବାବେଳେ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୭।୪: ଏପ୍ରିଲ୍‌ ୧୮ରେ ହେବ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୪ଶହ ୨୩ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ...

ଜନ୍ମାଷ୍ଟମୀରେ ଲାଲୁ ନନ୍ଦନଙ୍କ ଶ୍ରୀକୃଷ୍ଣ ବେଶ ସୋସିଆଲ ମିଡିଆରେ ଭାଇରାଲ

ପାଟନା,୨୫।୮: କିଛି ନା କିଛି ଘଟଣାକୁ ନେଇ ବହୁ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଆର୍‌ଜେଡି ନେତା ତେଜପ୍ରତାପ ଯାଦବ ଜନ୍ମାଷ୍ଟମୀ ଅବସରରେ ମଧ୍ୟ ଆସିଛନ୍ତି...

ମୁମ୍ବାଇ କାରଖାନରେ ନିଆଁ

ମୁମ୍ବାଇ,୨୭।୧୨: ମହାରାଷ୍ଟ୍ର ମୁମ୍ବାଇର ଘଟକୋପାରରେ ଥିବା ଏକ କାରଖାନାରେ ଶୁକ୍ରବାର କୌଣସି କାରଣରୁ ନିଆଁ ଲାଗି ଯାଇଛି। ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୫ଟି ଦମକଳ...

ଶାହଙ୍କ ଲାଗି ମୁତୟନ ହେଲେ ସ୍ନାଇପର, ଡ୍ରୋନ୍‌, ଶାର୍ପଶୁଟର

ନୂଆଦିଲ୍ଲୀ,୨୨।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଶନିବାରଠାରୁ ୩ ଦିନିଆ ଗସ୍ତ ଜମ୍ମୁ-କଶ୍ମୀର ଗସ୍ତ କରିବେ। ୩୭୦ ଧାରା ଉଚ୍ଛେଦ ପରେ ଶାହ ପ୍ରଥମ ଥର...

ଭାଜପା ନିଜ ଲୋକ ପଠାଇ ଟିଏମ୍‌ସି ବୈଠକରେ କରୁଛି ଉପଦ୍ରବ: ମମତା

କୋଲକାତା,୧୯ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି । ରାଜନୈତିକ ପାର୍ଟି ମଧ୍ୟରେ କଥାକଟାକଟି ମଧ୍ୟ...

ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀଙ୍କ ହୃଦଘାତରେ ପରଲୋକ

ହାଇଦ୍ରାବାଦ,୨୧।୨: ହୃଦଘାତରେ ଆନ୍ଧ୍ରପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପଟି ଗୌଥମ ରେଡ୍ଡୀଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୋମବାର ଘରେ...

ଜୁନ୍‌ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ବିରୋଧ କରି ଯୁବକମାନଙ୍କ ପ୍ରଦର୍ଶନ ତୃତୀୟ ଦିନ ପାଇଁ ଜାରି ରହିଛି। ବିହାରର ଅନେକ ସ୍ଥାନରେ ଏହି ନୂତନ...

ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ

ନୂଆଦିଲ୍ଲୀ,୨୨।୧୨: ଧିରେ ଧିରେ ଅଣାୟତ ହେବାରେ ଲାଗିଛି ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ। ଆନ୍ଦୋଳନରତ କୃଷକ ଗୋଷ୍ଠୀ...

Advertisement
Archives

Model This Week