Posted inଖେଳ

୧୦ ଉଇକେଟ ଏଲିଟ୍‌ କ୍ଲବରେ ଅର୍ପଣ

ଗୁଆହାଟୀ, ୧୪ା୬-ଗୋଟିଏ ଇନିଂସରେ ସମସ୍ତ ୧୦ଉଇକେଟ ଅକ୍ତିଆର କରିଥିବା ବୋଲରମାନଙ୍କ ଏଲିଟ୍‌ କ୍ଲବରେ ଯୋଗଦାନ କରିଛନ୍ତି ଆସାମର ବାମହାତି ବୋଲର ଅର୍ପଣ ଦତ୍ତ। ଆସାମ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ନୁରୁଦ୍ଦିନ ଅହମ୍ମଦ ଟ୍ରଫି ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଏଥିରେ ଶିବସାଗର ଟିମ୍‌ ତରଫରୁ ଖେଳୁଥିବା ଅର୍ପଣ ଚାରେଡିଓ ଜିଲା ଟିମ୍‌ ବିପକ୍ଷରେ ତାଙ୍କ ୧୯ ଓଭର ବୋଲିଂରେ ୪୮ରନ ବିନିମୟରେ ୧୦ ଉଇକେଟ ଅକ୍ତିଆର କରିଛନ୍ତି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶିବସାଗର ଦଳ ୫୩.୪ଓଭରରେ ୨୧୫ରନ ସ୍କୋର କରିଥିଲା। ଜବାବରେ ଚାରେଡିଓ ଦଳ ୪୯ ଓଭରରେ ୧୨୧ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ବ୍ୟାଟିଂ ବିପର୍ଯ୍ୟୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅର୍ପଣ। ଶିବ ଶାଗର ଏହାର ଦ୍ୱିତୀୟ ଇନିଂସରେ ଦ୍ରୁତ ହାରରେ ରନ ସଂଗ୍ରହ କରିବାକୁ ଯାଇ ୩୪.୨ ଓଭରରେ ୧୧୦ରନ କରି ଅଲଆଉଟ ହୋଇଯାଇଥିଲା। ମ୍ୟାଚଟି ଡ୍ର ରହିଥିଲା। ମାତ୍ର ଶିବସାଗର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ପଏଣ୍ଟ ଅର୍ଜନ କରିଥିଲା। ଅର୍ପଣ ତାଙ୍କ ପ୍ରଭାବୀ ବୋଲିଂ ଯୋଗୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ଜିତିଥିଲେ।
୧୦ ଉଇକେଟ କ୍ଲବ
ଏକ ଇଣ୍ଟରନ୍ୟାଶନାଲ ମ୍ୟାଚର ଗୋଟିଏ ଇନିଂସରେ ୧୦ ଉଇକେଟ ସଫଳତା ହାସଲ କରିବାରେ ପ୍ରଥମ ବୋଲର ହେଉଛନ୍ତି ଇଂଲଣ୍ଡର ଜେମ୍ସ ଚାର୍ଲ୍‌ସ ଲେକର। ୧୯୫୬ରେ ଓଲ୍ଡ ଟ୍ରାଫୋର୍ଡଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଡାହାଣହାତୀ ଅଫ୍‌-ବ୍ରେକ୍‌ ବୋଲର ପ୍ରଥମ ଇନିଂସରେ ୩୭ ରନ ଦେଇ ୯ଟି ଏବଂ ଦ୍ୱିତୀୟ ଇନିଂସରେ ୫୩ ରନ ବିନିମୟରେ ୧୦ ଉଇକେଟ ଅକ୍ତିଆର କରିଥିଲେ। ବୋଲରଙ୍କ ଏହି ସଫଳତା ପାଇଁ ଏହା ‘ଲେକରଙ୍କ ମ୍ୟାଚ୍‌’ ରୂପେ ପରିଚିତ। ୧୯୯୯ରେ ଭାରତର ଅନିଲ କୁମ୍ବଲେ ପାକିସ୍ତାନ ବିପକ୍ଷ ଏକ ମ୍ୟାଚର ଦ୍ୱିତୀୟ ଇନିଂସରେ ୧୦ ଉଇକେଟ ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?