Posted inଜାତୀୟ

ୟୁପିରେ ୧୫୦ ମେଡିିକାଲ ଛାତ୍ରଙ୍କୁ ର଼୍ୟାଗିଂ : ଲଣ୍ଡାକରି ରାସ୍ତାରେ ବୁଲାଇଲେ

ଲକ୍ଷ୍ନୌ, ୨୨ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ସଇଫାଇଠାରେ ଥିବା ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟରେ ନବାଗତ ୧୫୦ ମେଡିକାଲ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଛି। ବରିଷ୍ଠ ଛାତ୍ରମାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ବର୍ଷର ଏହି ଛାତ୍ରମାନେ ଲଣ୍ଡାହୋଇ ରାସ୍ତାରେ ମୁଣ୍ଡ ନୁଆଇଁ ମାର୍ଚ୍ଚ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଭିଡିଓରେ ପ୍ରଥମ ବର୍ଷର ଛାତ୍ରମାନେ ଲଣ୍ଡା ହେବା ସହ ଧଳା ପୋଷାକ ପରିଧାନ କରି ମୁଣ୍ଡ ନୁଆଁଇ ରାସ୍ତାରେ ମାର୍ଚ୍ଚ କରୁଥିବା ଦେଖାଯାଇଛି। ଦ୍ୱିତୀୟ ଭିଡିଓରେ ବରିଷ୍ଠ ଛାତ୍ରଙ୍କୁ ଏମାନେ ସାଲ୍ୟୁଟ୍‌ ମାରୁଥିବାର ଦୃଶ୍ୟ ଦେଖାଯାଇଛି। ତୃତୀୟ ଭିଡିଓରେ ଜଣେ ସୁରକ୍ଷାକର୍ମୀ ଛାତ୍ରଙ୍କ ପାଖରେ ଛିଡ଼ା ହୋଇଥିବାର ଦୃଶ୍ୟ ରହିଥିବାବେଳେ ଏଭଳି କାର୍ଯ୍ୟକୁ ବିରୋଧ କରି ନ ଥିଲେ। ଏହି ଭିଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର କୁଳପତି ଡ. ରାଜକୁମାର ଏନେଇ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ର଼୍ୟାଗିଂ ରୋକିବା ଲାଗି ସ୍ବତନ୍ତ୍ର ସ୍କ୍ବାଡ୍‌ ସହ ଏକ କମିଟି ଗଠନ କରାଯାଇଛି ।
ଏନେଇ ଛାତ୍ରମାନେ କମିଟି ଆଗରେ ଅଭିଯୋଗ କରିପାରିବେ ବୋଲି ସେ କହିଛନ୍ତି। ର଼୍ୟାଗିଂକୁ ନେଇ ପୂର୍ବରୁ ବହୁ ଛାତ୍ରଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ କୁଳପତି କହିଛନ୍ତି। ନବାଗତମାନେ ଏନେଇ ଡ଼ରିବାର କିଛି ନାହିଁ ବୋଲି ସେ ସାନ୍ତ୍ୱନା ଦେଇଛନ୍ତି। ପ୍ରକାଶଥାଉ କି, ସଇଫାଇ ହେଉଛି ଏସ୍‌ପି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂ ଯାଦବଙ୍କ ନିଜ ଗାଁ। ମୁଲାୟମ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ବିଶ୍ୱବିଦ୍ୟାଳୟ ଗଠନ କରାଯାଇଥିଲା। ଗତ ମାସରେ ହାଇଦ୍ରାବାଦର ଜଣେ ଛାତ୍ରଙ୍କୁ ଏଠାରେ ର଼୍ୟାଗିଂ କରାଯିବା ପରେ ସେ ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ। ଗତ ମାର୍ଚ୍ଚରେ ତାମିଲନାଡ଼ୁର ୨ ଛାତ୍ର ର଼୍ୟାଗିଂ ଲାଗି ଆତ୍ମହତ୍ୟା କରିଥିଲେ। ଏହାସତ୍ତ୍ୱେ ର଼୍ୟାଗିଂକୁ ରୋକାଯାଇ ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।...

‘ଦେଶର ପ୍ରତିଷ୍ଠା ବିପଦରେ, ଚାଇନା ଯିବେ ନିବେଶକ’

ନୂଆଦିଲ୍ଲୀ, ୧୦ା୩: ୨୦୧୮ ମସିହାର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର କୋ-ଲୋକେଶନ ଘଟଣାର ତଦନ୍ତରେ ମନ୍ଥରଗତିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଉପରେ କ୍ଷୁବ୍ଧ ହୋଇଛନ୍ତି...

ଗଗନ ମିଶନରେ ୩ ଭାରତୀୟ କରିବେ ଯାତ୍ରା: ଇସ୍ରୋ ସହିତ ବାୟୁସେନା କଲା ବୁଝାମଣା

ବେଙ୍ଗାଲୁର,୩୦।୫: ଭାରତ ମହାକାଶ ମାନବ ମିଶନରେ କାର୍ଯ୍ୟ ଜାରି ରଖିଛି। ଆସନ୍ତା ୨୦୨୧-୨୨ ସୁଦ୍ଧା ୩ ଭାରତୀୟ ଗଗନ ମିଶନରେ ସାମିଲ୍‌ ହେବେ। ଏଥିପାଇଁ ଭାରତୀୟ...

ଶପଥ ନେଲେ ହିମାଚଳ ରାଜ୍ୟପାଳ

ଶିମ୍‌ଲା,୧୨ା୯(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ବୁଧବାର ହିମାଚଳ ପ୍ରଦେଶର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌...

ପୁଣି ନିଜ ଦଳକୁ ସମାଲୋଚନା କଲେ ଆଜାଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଦଳର ହେବିଓ୍ବେଟ୍‌ ନେତା ଦଳୀୟ କାର୍ଯ୍ୟକୁ ସମାଲୋଚନା କରୁଥିବା ଦେଖାଯାଇଛି। ପୁଣିଥରେ ଦଳର ନେତୃତ୍ୱକୁ ପୁଣି...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌…

ଜୟପୁର,୨୯।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ସେ ନିଜ ଟୁଇଟର୍‌ ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଜଣାଇଛନ୍ତି।...

ସାନିଟାଇଜର ପିଇ ୭ ମୃତ

ୟବତମାଲ, ୨୫ା୪: ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁ ମଦ ଦୋକାନ ବନ୍ଦ ଥିବାବେଳେ ସାନିଟାଇଜର ପିଇ ୟବତମାଲ ଜିଲାର ୭ ଜଣଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସମସ୍ତଙ୍କ...

ଏକୁଟିଆ ଲଢିବ କଂଗ୍ରେସ

ପାଟନା,୨୨।୧୦: ବିବାହରରେ ମହାମେଣ୍ଟର ବ୍ରେକ ଅପ ଖବର ସାମ୍ନାକୁ ଆସିଛି।ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏହି ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ...

Advertisement
Archives

Model This Week