ୟୁପିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଏନ୍‌ଏସ୍‌ଏ

ଲକ୍ଷ୍ନୌ,୧୬ା୪: ଉତ୍ତରପ୍ରଦେଶରେ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଓ ପରିମଳ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ଏନ୍‌ଏସ୍‌ଏ(ଜାତୀୟ ସୁରକ୍ଷା ଆଇନ) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା ବୈଠକ ବେଳେ ସେ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଆକ୍ରମଣକାରୀଙ୍କଠାରୁ କ୍ଷୟକ୍ଷତି ଭରଣା କରିବା ଲାଗି କୁହାଯାଇଛି। ଅଭିଯୁକ୍ତ କ୍ଷତିପୂରଣ ଦେଇ ନ ପାରିଲେ, ତାଙ୍କ ସମ୍ପତ୍ତି ଜବତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କଲାବେଳେ ପୋଲିସ ସେମାନଙ୍କୁ ସାଙ୍ଗରେ ଯିବାକୁ କୁହାଯାଇଛି। ମୋରାଦାଦବାଦରେ ସ୍ବାସ୍ଥ୍ୟ ଓ ସଫେଇ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ପରେ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri