ୟାମିଙ୍କୁ ପସନ୍ଦ ଏମିତି ଜୀବନସାଥି

ମୁମ୍ବାଇ: ବଲିଉଡ୍‌ ବିୟୁଟି ୟାମି ଗୌତମ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବିଶେଷ ଭାବେ ଏହି ଇଣ୍ଟରାକ୍ସନ ସମୟରେ ସେ କହିଛନ୍ତି ତାଙ୍କୁ କେମିତିକା ଜୀବନସାଥି ପସନ୍ଦ। ଯିଏ ଭଲ ରୋଷେଇ ଜାଣିଥିବେ ଓ ଭଲ ଆନନ୍ଦଦାୟକ କଥା କହିପାରୁଥିବେ ୟାମିଙ୍କୁ ସେମିତି ଜୀବନସାଥି ପସନ୍ଦ ବୋଲି ସେ କହିଛନ୍ତି। ୟାମିଙ୍କ ଜଣେ ପ୍ରଶଂସକଙ୍କ ଉତ୍ତରରେ ସେ ଏହା କହିଛନ୍ତି। ଏହାସହ ତାଙ୍କ ଜୀବନସାଥି ଜଣେ ଭଲ ହୃଦୟର ବ୍ୟକ୍ତି ହୋଇଥିବା ଜରୁରୀ ବୋଲି ୟାମି କହିଛନ୍ତି। କରୋନା ଭାଇରସ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ୟାମି ବର୍ତ୍ତମାନ କେମିତି ସମୟ କାଟୁଛନ୍ତି ତାହା ମଧ୍ୟ ସେ ଶେୟାର କରିଛନ୍ତି। ଘରେ ରହି ୟାମି ଯୋଗ କରିବା ସହ ରୋଷେଇ କରୁଛନ୍ତି, ପାଠ ପଢୁଛନ୍ତି, ଫିଲ୍ମ ଦେଖୁଛନ୍ତି ଓ ପରିବାର ଲୋକଙ୍କୁ ମନେ ପକାଉଛନ୍ତି ବୋଲି କହିଛନ୍ତି। ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମ ନେଇଥିବା ୟାମି ଗୌତମ ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବିକ୍କି ଡୋନର’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହା ପୂର୍ବରୁ ସେ ଚଣ୍ଡିଗଡ଼ରେ ଆଇନରେ ଡିଗ୍ରୀ କରିଛନ୍ତି। ଆଇଏଏସ୍‌ ହେବାକୁ ଚାହୁଁଥିବା ୟାମି ସମୟକ୍ରମେ ଅଭିନେତ୍ରୀ ହୋଇଯାଇଛନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ତେରୀ ଗଙ୍ଗା ମୈଲୀ ରୁ ହମ୍‌ ତୋ ଚଲେ ପରଦେଶ୍‌…

ମୁମ୍ବାଇ,୯।୨: ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ବଲିଉଡ୍‌ରେ ସେ ୧୯୮୩ରେ ଏକ ଜାନ୍‌ ହୈ...

କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ...

ଡ୍ୟାନି‌ଙ୍କ ପ୍ରେମରେ ପାଗଳ ଥିଲେ ଗାଓ୍ବା…

ମୁମ୍ବାଇ: ବଲିଉଡ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗପାଙ୍କୁ ଗୁରୁବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଫେବୃୟାରୀ ୨୫ରେ ସେ ସିକିମ୍‌ର ଗ୍ୟାଙ୍ଗଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ...

ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ...

ଦିଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ୨୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡ୍‌ ନାୟକ ଟାଇଗର ଶ୍ରଫ ତାଙ୍କ ଗର୍ଲ ଫ୍ରେଣ୍ଡକୁ...

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର!

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର! ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଜନ୍ମଦିନ ପୂର୍ବରୁ ଏକ ଖୁସି ଖବର ଆସିଛି। ଆମିର ପୁଣିଥରେ...

ଗୋଟିଏ ପରେ ଗୋଟିଏ କଥାରେ ଟ୍ରୋଲ ହେଉଛନ୍ତି ରାନୁ ମଣ୍ଡଳ

ଦିନେ ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ତାଙ୍କର କଥାବାର୍ତ୍ତା...

ରବୀନାଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ରେ ଧୂମ ମଚାଇବେ ଡାଏନା

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଖାନଦାନୀ ଶଫାଖାନା’ରେ ଦେଖିବାକୁ ମିଳିବ।...

BGU
Play 250+ Trending Games
Archives

Model This Week

Why Dharitri