ହୋମ୍‌ମେଡ୍‌ ଫେସ୍‌ଓ୍ବାଶ୍‌

ମୁହଁ ଫ୍ରେଶ୍‌ ଓ ସୁନ୍ଦର ଦେଖାଯିବାକୁ ହେଲେ ମହିଳା କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି କେମିକାଲ୍‌ ଫେସ୍‌ଓ୍ବାଶ ବ୍ୟବହାର କରିବା ଦ୍ୱାରା ତ୍ୱଚା ଲାଗି ଏହା କ୍ଷତିକାରକ ହୋଇଥାଏ। ଏଥିପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇବା ଦ୍ୱାରା ଏହା ତ୍ୱଚାର କୌଣସି କ୍ଷତି କରି ନ ଥାଏ। ଜାଣନ୍ତୁ ଏ ସମ୍ପର୍କରେ….

ଲେମ୍ବୁ ଓ ମହୁ ଫେସ୍‌ଓ୍ବାଶ୍‌
ମହୁ ଓ ଲେମ୍ବୁ ତ୍ୱଚା ପାଇଁ ଏକ ଆଣ୍ଟିସେପ୍ଟିକ୍‌ ଏବଂ ମଶ୍ଚରାଇଜର ପରି କାମ କରିଥାଏ। ଏହା ମୃତ କୋଶକୁ ଦୂର କରିଥାଏ। ଦୁଇଚାମଚ ମହୁରେ ଏକ ଚାମଚ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ପ୍ରଥମେ ହାତ ପାପୁଲିରେ ରଖି ମୁହଁ ଓ ବେକରେ ଲଗାନ୍ତୁ। ଏହା ଶୁଖିଗଲା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଆଲୋଭେରା ଫେସ୍‌ଓ୍ବାଶ
ଏକ ପାତ୍ରରେ ଆଲୋଭେରା ଜେଲ୍‌ ନିଅନ୍ତୁ। ଦୁଇ ଚାମଚ (ବଡ଼) ଗୋଲାପ ଜଳ,ଦୁଇ ଚାମଚ (ବଡ଼) ବାଦାମ ତେଲ ଓ ୫-୧୦ ଟୋପା ଲାଭେଣ୍ଡର ତେଲ ସହିତ ଭିଟାମିନ୍‌ ‘ଇ’ କ୍ୟାପ୍‌ସୁଲ୍‌ ମିଶାଇ ଏକ ଏୟାର ଟାଇଟ୍‌ କଣ୍ଟେନରରେ ଭର୍ତ୍ତି କରି ରଖି ଦିଅନ୍ତୁ। ଏହାକୁ ଲଗାଇବାକୁ ହେଲେ ପ୍ରଥମେ ମୁହଁକୁ ଧୋଇ ଦିଅନ୍ତୁ । ଏହାପରେ ଏଥିରୁ ଅଳ୍ପ କିଛି ନେଇ ମୁହଁରେ ହାଲ୍‌କା ମସାଜ୍‌ କରନ୍ତୁ। ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଫେସ୍‌ଓ୍ବାଶ ଲଗାଇବା ପୂର୍ବରୁ କଣ୍ଟେନରକୁ ଭଲଭାବେ ହଲାଇବାକୁ ଭୁଲନ୍ତୁ ନାହିଁ।
ନଡ଼ିଆତେଲ ଫେସ୍‌ଓ୍ବାଶ
ନିଜ ମୁହଁରେ ନଡିଆ ତେଲ କେଇବୁନ୍ଦା ଲଗାନ୍ତୁ। ଏହାକୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ମସାଜ୍‌ କରନ୍ତୁ। ମୁହଁରେ ଥିବା ପୋରସ୍‌କୁ ଖୋଲିବାକୁ ହେଲେ ଏକ ସଫା ଟାଓ୍ବେଲ ନେଇ ତାକୁ ଗରମ ପାଣିରେ ବୁଡାଇ ସାରିବା ପରେ ମୁହଁକୁ ଭଲଭାବେ କଭର କରନ୍ତୁ । ୧୫-୩୦ ସେକେଣ୍ଡ ପରେ ଟାଓ୍ବେଲ କାଢ଼ି ଦିଅନ୍ତୁ। ଏହା ପରେ ଓ୍ବେଟ ଟିସୁ ପେପର ସାହାଯ୍ୟରେ ମୁହଁକୁ ଭଲଭାବେ ପୋଛି ଦିଅନ୍ତୁ।
ଆପଲ ସାଇଡର ଓ ସିର୍‌କା ଫେସ୍‌ଓ୍ବାଶ
ଯଦି ଆପଣଙ୍କ ତ୍ୱଚା ସେନ୍‌ସିଟିଭ୍‌ ତେବେ ମୁହଁକୁ ଆପଲ ସାଇଡର ସିର୍‌କା ସହିତ ଧୋଇବାକୁ ଚେଷ୍ଟା କରନ୍ତୁ। ଆପଲ ସାଇଡର ସିର୍‌କା ଓ ପାଣି ୧:୨ ଭାଗରେ ମିଶାନ୍ତୁ। ଏହାକୁ ଭଲଭାବେ ଶେକ୍‌ କରି ଦିଅନ୍ତୁ। ଏବେ ଏହାକୁ ନିଜ ମୁହଁରେ ଲଗାନ୍ତୁ। କଟନ ବଲ କିମ୍ବା ନିଜ ଆଙ୍ଗୁଠି ସାହାଯ୍ୟରେ ଏହାକୁ ବ୍ୟବହାର କରନ୍ତୁ। ମୁହଁକୁ ଏବେ ଶୁଖିବାକୁ ଛାଡି ଦିଅନ୍ତୁ। ଯଦି ଆପଣଙ୍କୁ ଡ୍ରାଏ ଲାଗୁଥାଏ ତେବେ ଆପଣ ମଶ୍ଚରାଇଜର ଲଗାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri