ହୋଇନି ୩ ହଜାର ଗାଈ, ମଇଁଷିଙ୍କ ଟ୍ୟାଗିଂ

ବ୍ରହ୍ମପୁର ଅଫିସ,୧୯ା୯-ବ୍ରହ୍ମପୁର ସହରରେ ବୁଲା ଗୋରୁ, ମଇଁଷି ବିଶେଷ ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସେମାନଙ୍କୁ ରାସ୍ତାରୁ ଉଠାଇବା ଦିଗରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟରାସ୍ତାରେ ଅବାଧ ବିଚରଣ କରୁଥିବା ଗାଈ, ମଇଁଷିଙ୍କୁ ସ୍ବତନ୍ତ୍ର ଗାଡିରେ ଉଠାଯାଇ ସ୍ଥାନୀୟ ଅଞ୍ଚଳର କୃଷକଙ୍କୁ ଦାନ କରାଯାଉଥିବା ବିଏମ୍‌ସି ପକ୍ଷରୁ କୁହାଯାଉଛି ା ତଥାପି ସମସ୍ୟା ସୁଧୁରିବା ନାଁ ଧରୁନି। ମୁଖ୍ୟରାସ୍ତା ବୁଲା ଗୋରୁ, ମଇଁଷିଙ୍କ ଗୁହାଳ ପାଲଟିଛି ା ସହରରେ ଗୋରୁଙ୍କ ଅବାଧ ବିଚରଣକୁ ରୋକିବା ପାଇଁ ପ୍ରାଣୀଧନ ଚିକିତ୍ସା ବିଭାଗ ସହଯୋଗରେ ଜୁଲାଇ ଓ ଅଗଷ୍ଟରେ ମାଲିକ ଥିବା ଗାଈ, ମଇଁଷିଙ୍କ ଟ୍ୟାଗିଂ କରାଯାଇଥିଲା। ଗତ ସପ୍ତାହରୁ ବିଏମ୍‌ସି ପକ୍ଷରୁ ମାଲିକ ବିହୀନ ଗାଈ, ମଇଁଷିଙ୍କୁ ରାସ୍ତାରୁ ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ା
ତଥାପିି ସହରର ଅନେକ ଅଞ୍ଚଳର ମୁଖ୍ୟରାସ୍ତା ବୁଲା ଗୋରୁଙ୍କ କବ୍‌ଜାରେ ରହିଛି ା ଏପରିକି ମୁଖ୍ୟରାସ୍ତାରେ ଗୋରୁଙ୍କୁ ବାନ୍ଧି ରଖାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ା ୨୩ ନଂ. ୱାର୍ଡ ଖାଲାସି ସାହି ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଛି ା ପୁରୁଣା ବସଷ୍ଟାଣ୍ଡଠାରୁ ବ୍ରହ୍ମପୁର ଷ୍ଟାଡିୟମ ରୋଡ, ଖାଲାସି ସାହି ଦେଇ ରୁକ୍ମିଣୀ ହଲ୍‌ ଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ବୁଲାଗୋରୁଙ୍କ ଗୁହାଳ ପାଲଟିଛି ା ଯାହାଦ୍ୱାରା ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି ା ଏହାବ୍ୟତୀତ ଅନେକ ଅଞ୍ଚଳରେ ବିନା ଟ୍ୟାଗିଂର ଗୋରୁ ମଧ୍ୟ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି ା ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରାଣୀ ଚିକିସତ୍ା ଅଧିକାରୀ (ସିଡିଭିଓ) ଡା. ତ୍ରିନାଥ ନାୟକଙ୍କ ସୂଚନା ପ୍ରକାରେ, ସହର ମଧ୍ୟରେ ରହିଥିବା ୭,୫୦୦ ଗାଈ, ମଇଁଷିଙ୍କ ମଧ୍ୟରୁ ମାଲିକ ଥିବା ୪,୫୩୪ ଗାଈ, ମଇଁଷିଙ୍କ ଟ୍ୟାଗିଂ କରାଯାଇଛି ା ଆହୁରି ୩ ହଜାର ଗାଈ, ମଇଁଷି ଓ ମାଲିକ ବିହୀନ ବୁଲା ଷଣ୍ଢଙ୍କ ଟ୍ୟାଗିଂ ହୋଇପାରିନି ା
ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ନ ମିଳିବାରୁ ୨୪ ନଂ. ୱାର୍ଡର ବିଜିପୁର, କାଳୁଆ ସାହି, କେନାଲ ସାହି, ସୁନାରି ବନ୍ଧ ସାହିର ପ୍ରାୟ ୬୦୦ ଗାଈ, ମଇଁଷିଙ୍କ ଟ୍ୟାଗିଂ ହୋଇପାରିନି। ସେହିପରି ୨୩ ନଂ ୱାର୍ଡର ଖାଲାସି ସାହିରେ ମଧ୍ୟ ଅନେକ ଗାଈ, ମଇଁଷିଙ୍କ ଟ୍ୟାଗିଂ ସମ୍ଭବ ହୋଇପାରି ନାହିଁ ା ଅନ୍ୟପକ୍ଷରେ ୨୫, ୯, ୧୮, ୨୦, ୨୭ , ୩୨, ୩୬ ନଂ ୱାର୍ଡର ମଧ୍ୟ ବହୁ ଅଞ୍ଚଳରେ ବି ଏହି କାର୍ଯ୍ୟ ହୋଇନି ା ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟ୍ୟାଗିଂ ପ୍ରକ୍ରିୟା ଆରମ୍ଭ ହେବ ା
ବଳକା ଗାଈ, ମଇଁଷି ଓ ବୁଲା ଷଣ୍ଢଙ୍କୁ ଟ୍ୟାଗିଂ କରାଯିବ ବୋଲି ସିଡିଭିଓ ସୂଚନା ଦେଇଛନ୍ତି ା ସେପଟେ ବିଏମସି ପକ୍ଷରୁ ବୁଲା ଗୋରୁଙ୍କୁ ରାସ୍ତାରୁ ଉଠାଇବା ପ୍ରକ୍ରିୟା ଚାଲିଛି ା ବର୍ତ୍ତମାନ ନିୟୋଜିତ ଭ୍ୟାନ ଦ୍ୱାରା ଦିନକୁ ଅତିକମରେ ୧୦ରୁ ୧୨ଟି ଗାଈ ଉଠାଇବା ସମ୍ଭବ ହୋଇପାରୁଛି ା
ଆଗକୁ ସହରର ସମସ୍ତ ଅଞ୍ଚଳରୁ ବୁଲା ଗୋରୁଙ୍କୁ ହଟାଯିବା ସହ ରାସ୍ତାକୁ ଗୁହାଳ ଭାବେ ବ୍ୟବହାର କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୧୫୧ହାଇସ୍କୁଲ ହେବ ୫ଟି ରୂପାନ୍ତରିତ

ଛତ୍ରପୁର,୧୮।୭(ସନ୍ତୋଷ ପାଢ଼ୀ ): ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜ଼ିଲାର ଆଉ ୧୫୧ଟି ହାଇସ୍କୁଲ ୫ଟି ଆଧାରରେ ରୂପାନ୍ତରିତ କରାଯିବ। ମଙ୍ଗଳବାର ୫ଟି ସଚିବ ଭି. କେ...

ଏନ୍‌ଏସି ଖୋଲିନି, ଲୋକେ ଖୋଲିଲେ ଜଳଛତ୍ର

ଭଞ୍ଜନଗର,୨୯।୪(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳରେ ବିଗତ କିଛିଦିନ ହେବ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହୁଛି। ଫଳରେ ଲୋକେ ଗରମରେ ଛଟପଟ ହେଉଛନ୍ତି। ସହରର ପ୍ରମୁଖ ରାସ୍ତା ଜନଶୂନ୍ୟ...

ମୃତକଙ୍କ ପରିବାରକୁ ଭେଟିଲେ ଚିକିଟି ବିଧାୟିକା

ଗୋପାଳପୁର,୧୧ା୨-ଗୋଳନ୍ଥରା ଥାନା ମେଣ୍ଢରାଜପୁର ଛକରେ ସିଲ୍‌କ ସିଟି ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରବିବାର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର...

ରେଡ୍‌ ଜୋନରେ ଗଞ୍ଜାମର ୪୫୨ଗାଁ: ଡରାଉଛନ୍ତି ଏସବୁ ବ୍ଲକ

ଛତ୍ରପୁର,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଦୈନିକ ୨୦୦ ରୁ ୩୦୦ କରୋନା ପଜିଟିଭ ଚିହ୍ନଟ...

ଅଳିଆ ଆବର୍ଜନା ସଂଗ୍ରହ କରି : ମହିଳା ହେଉଛନ୍ତି ସ୍ବାବଲମ୍ବୀ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଉଭୟ ସହରାଞ୍ଚଳଓ ଗ୍ରାମାଞ୍ଚଳରେ ମହିଳା ସଶକ୍ତୀକରଣ ଆଉ ପାଦେ ଆଗେଇଛି । ସହରାଞ୍ଚଳ ପରେ ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ୱ ନେବା...

୨୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୨୪ା୭: ନିଜକୁ କାଳିଆ ଏଜେଣ୍ଟ ପରିଚୟ ଦେଇ ଏଟିଏମ୍‌ ବଦଳାଇ ୨୦ ହଜାର ଟଙ୍କା ଜଣେ ଯୁବକ ଲୁଟ୍‌ କରିଛନ୍ତି। ଲୁଟର ଶୀକାର...

ମହିଳାଙ୍କ ବେକରୁ ଦୁର୍ବୃତ୍ତ ଝାମ୍ପିନେଲେ ୨ ସୁନା ଚେନ୍‌

ହିଞ୍ଜିଳିକାଟୁ,୩୦।୧୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିିଞ୍ଜିଳିକାଟୁ ମାଣିକ ନଗରଠାରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ବେକରୁ ବାଇକ୍‌ରେ ଆସି ୨ ଜଣ ଦୁର୍ବୃତ୍ତ ପ୍ରାୟ ୪...

ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍‌’ ରକ୍ତ ଦେଲେ ରାଉରକେଲା ଯୁବକ

ବ୍ରହ୍ମପୁର ଅଫିସ୍‌,୨୦ା୧୦- ଠିକ୍‌ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି...

Advertisement
Archives

Model This Week