ହେଲାନି କରୋନା ପଞ୍ଜୀକରଣ, ୫ ବିଦେଶୀଙ୍କୁ ଛାଡ଼ିଦେଲା ପୋଲିସ

କେନ୍ଦ୍ରାପଡା ଅଫିସ/ ମହାକାଳପଡା (ଡି.ଏନ.ଏ.)୨୦।୩: କେନ୍ଦ୍ରାପଡା ଜିଲାରେ ଅନୁପ୍ରବେଶକୁ ଜିଲା ପୋଲିସ ଗୁରୁତ୍ୱ ଦେଉନାହିଁ। ଏପରି କି କରୋନା ଭୂତାଣୁ ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ ଜାରି ହୋଇଥିବା କଟକଣାକୁ ଜିଲା ପୋଲିସ ବେଖାତିର କରିଛି। ଏପରି ଘଟଣା ଏହି ଜିଲା ଅନ୍ତର୍ଗତ ଜମ୍ବୁ ସାମୁଦ୍ରିକ ଥାନାରେ ଦେଖିବାକୁ ମିଳିଛି। ଗତ ୩ ଦିନ ପୂର୍ବେ ଥାନା ଅଧୀନ ରାମନଗର ପଞ୍ଚାୟତ ପିତାପାଟ (ନଳଗୋଠ) ଗ୍ରାମର ଶ୍ରୀପଦ ମଣ୍ଡଳ ଓ ଧନଞ୍ଜୟ ମଣ୍ଡଳଙ୍କ ଘରେ ଦୁଇ ବାଂଲାଦେଶୀ ପରିବାର ଆସି ରହୁଛନ୍ତି। ଏନେଇ ପୂର୍ବାହ୍ନରେ ଜିଲା ପୋଲିସକୁ ସୂଚନା ମିଳିବା ପରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ସମ୍ପୃକ୍ତ ଦୁଇ ବାଂଲାଦେଶୀ ପରିବାରର ୫ ସଦସ୍ୟଙ୍କୁ ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚରା ପରେ ଛାଡିଦେଇଛି। ଏପରିକି ସେମାନଙ୍କୁ କରୋନା ପଞ୍ଜୀକରଣ କରାଯାଇନାହିଁ। ସେମାନେ ହେଲେ ବାଂଲାଦେଶ ସତକିରା ଜିଲା ଶାମନଗର ଥାନା ସତକିରାର ସୁଧାଂଶୁ ମଣ୍ଡଳ (୬୯), ସ୍ତ୍ରୀ ସବିତା ମଣ୍ଡଳ (୬୮) ଓ ସତକିରା ଜିଲା ଶାମନଗର ଥାନା ସୋନମୁଗରା ଗ୍ରାମର ସନ୍ଦୀପ ମଣ୍ଡଳ (୩୬), ସ୍ତ୍ରୀ ଅନିତାରାଣୀ ମଣ୍ଡଳ ଓ ୬ ବର୍ଷର ପୁଅ। ଏହି ଦୁଇ ପରିବାର ଭାରତକୁ ଗତ ଫେବୃୟାରୀ ୨୪ ଓ ମାର୍ଚ୍ଚ ୨ରେ ପ୍ରବେଶ କରିଛନ୍ତି। ଇତିମଧ୍ୟରେ ସେମାନେ କଲିକତା ଓ ପୁରୀ ପରେ ପିତାପାଟ ଗ୍ରାମରେ ରହି ଆସୁଛନ୍ତି। ରାଜ୍ୟରେ କରୋନା ପାଇଁ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଖୋଲାମେଲାରେ ବାଂଲାଦେଶୀଙ୍କ ଏଠାରେ ରହଣିକୁ ସ୍ଥାନୀୟ ଅଞ୍ଚଳରେ ସହଜରେ ଗ୍ରହଣ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରୋଜଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ କଲା ଏସ୍‌ଆଇଟି: ମା’ ଓ ଭଉଣୀଙ୍କୁ ଛାଡ଼ିଲା

ନୟାଗଡ଼ ଅଫିସ,୨୦ା୧୨: ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଯଦୁପୁର ଗାଁର...

ଜି.ଉଦୟଗିରିରେ ଶୀତ ଲହର ଜାରି

ଜି.ଉଦୟଗିରି,୧୬ା୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରହିଥିବା...

ଟ୍ରେନ୍‌ ଧକ୍କାରେ ଛାତ୍ର ମୃତ: ବିଦ୍ୟାଳୟ ଫାଟକ ବନ୍ଦ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାରିପଦା ଅଫିସ,୩୦।୧୧: ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟ ମଛପଦା ଲେବଲ କ୍ରସିଂ ନିକଟରେ ଶନିବାର ଭୋର ସମୟରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ...

ମଣ୍ଡିରେ ପଡ଼ିରହିଛି ଧାନ, ମିଲରଙ୍କ ଦେଖା ନାହିଁ

ଭଣ୍ଡାରିପୋଖରୀ,୨୦।୧(ସ୍ବ.ପ୍ର.): ଚାଷୀମାନେ ମଣ୍ଡିରେ ଧାନ ଦେଇ ସାରିବା ପରେ ଠିକ୍‌ ସମୟ ମଧ୍ୟରେ ମିଲର ଧାନ ଉଠାଉ ନାହାନ୍ତି। ଧାନ କ୍ରୟ ଦିନରେ ମିଲ୍‌ ଗାଡ଼ି...

ଜାତୀୟ ପତାକାକୁ ଅସମ୍ମାନ ପ୍ରସଙ୍ଗ: ଦୋଷୀଙ୍କୁ ଦୋଷମୁକ୍ତ କଲେ ବିଇଓ

କୋରୁକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ଗତ ଫେବୃୟାରୀ ୧୮ରେ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଶାରଦାଗୁଡ଼ା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା।...

ଶରୀରଦାନ ସତ୍ୟପାଠ କ୍ଷେତ୍ରରେ ନୂଆ ରେକର୍ଡ

କଟକ ଅଫିସ, ୨ା୧୧: ଏସ୍‌ସିବି ମେଡିକାଲ କଲେଜଠାରେ ଶରୀର ତତ୍ତ୍ବ ବିଭାଗକୁ ଶୁକ୍ରବାର ଭାରତ ଶରୀର ଓ ଅଙ୍ଗଦାନ ସମିତି(ବଡି) ପକ୍ଷରୁ ୭୫୦ଟି ଶରୀର ଦାନ...

୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ୪ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୧ା୩: ଅବକାରୀ କମିଶନର ଆଶିଷ ସିଂ ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଟିମ୍‌ ଶୁକ୍ରବାର...

ଭୁବନ ଥାନାରେ ପଶିଲା କରୋନା : ୮ କର୍ମଚାରୀ ପଜିଟିଭ ଚିହ୍ନଟ

ଭୁବନ,୧୨।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ଭୁବନ ଥାନାର ୮ ଜଣ କର୍ମଚାରୀ ଶନିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଜଣେ କନେଷ୍ଟବଳ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଥାନାର...

Advertisement
Archives

Model This Week