ହେଲମେଟ୍‌ ନାହିଁ ତ ଚା’ ନାହିଁ

କେନ୍ଦୁଝର, ୧୪ା୯(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକଠାରେ ଥିବା ଏକ ଚା’ ଦୋକାନ ଆଗରେ ଝୁଲୁଛି ଏକ ବ୍ୟାନର। କୌଣସି ବାଇକ ଆରୋହୀ ହେଲ୍‌ମେଟ ପିନ୍ଧି ନ ଥିଲେ ତାଙ୍କୁ ଚା’ ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ହେଲମେଟ ସଚେତନତା ଲାଗି ଜଣେ ଚା’ ଦୋକାନୀଙ୍କ ଏଭଳି ପ୍ରୟାସ ଅଞ୍ଚଳରେ ଚର୍ଚ୍ଚାକୁ ଆସିଛି।
ବ୍ୟାନର ଝୁଲୁଥିବା ଚା’ଦୋକାନ ସ୍ପଞ୍ଜ ଛକରେ ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି। ସରାସକୋଲା ଗ୍ରାମର ଅନାଦି ଚରଣ ପ୍ରଧାନ ଏହି ଦୋକାନ ଚଳାଛନ୍ତି। ତାଙ୍କ ପସ୍ତୁତ ଚା’ର ସ୍ବାଦ ନିଆରା ହୋଇ ଥିବାରୁ ରାସ୍ତାରେ ଯାଉଥିବା ଅଧିକାଂଶ ଦୁଇଚକିଆ ଯାନ ଆରୋହୀ ଅଟକି ଚା’ ପିଇଥାନ୍ତି। ସଡକ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଥିବା ପରିପ୍ରେକ୍ଷୀରେ ସେ ନିଜକୁ ଅଭିନବ ଉପାୟରେ ଏଥିରେ ସାମିଲ କରିଛନ୍ତି । କେହି ହେଲମେଟ୍‌ ପିନ୍ଧି ନ ଥିଲେ ଅନାଦି ତାଙ୍କୁ ଚା’ ଦେବାକୁ ରୋକଠୋକ୍‌ ମନା କରି ଦେଉଛନ୍ତି। ଅନାଦି କହିଛନ୍ତି, ଆଜିର ଯୁବପିଢି ସମାଜସେବା ଭଳି କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ସେ ମଧ୍ୟ ଏ ଦିଗରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ନିଜକୁ ସମାଜସେବାରେ ନିୟୋଜିତ କରି ଅସହାୟ ଲୋକଙ୍କୁ ସେବା ଯୋଗାଇଥାନ୍ତି। ୪୯ବର୍ଷୀୟ ଅନାଦି ଅବିବାହିତ। ନମ୍ର ସ୍ବଭାବ ଓ ଆଚରଣ ତାଙ୍କୁ ଅଞ୍ଚଳରେ ଲୋକପ୍ରିୟ କରିଛି। ସ୍ଥାନୀୟ ଇଲାକାରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ସେ ନିୟମିତ ଭାଗ ନେଉଛନ୍ତି । ସେ ଦିନକୁ ରେଡକ୍ରସ ବାବଦରେ ୨୦ ଟଙ୍କା ଲେଖାଏଁ ଜମା ରଖି ୪ମାସରେ ଥରେ ପ୍ରଶାସନ ନିକଟରେ ଜମା କରି ଆସୁଥାନ୍ତି। ଏହାବାଦ୍‌ ଗରିବ ଓ ଭିକାରି ତାଙ୍କ ଚା’ ଦୋକାନକୁ ଆସିଲେ ସେ ମାଗଣାରେ ଚା’ ଓ ବିସ୍କୁଟ ଦେଇଥାନ୍ତି ବୋଲି କହିିଛନ୍ତି। ସେହିପରିି ଦରକାର ହେଲେ ସେ ରୋଗୀଙ୍କୁ ଗରମ ପାଣି ଯୋଗାଇବା ସହ ଆବଶ୍ୟକ ସାହାଯ୍ୟ କରିଥାନ୍ତି। ନିଜ ଅଞ୍ଚଳରେ ରାସ୍ତା ଦୁର୍ଘଟଣା ଘଟିଲେ ସେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହାଛଡା ସେ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କୁ ରକ୍ତ ଯୋଗାଇଥାନ୍ତି। ଏଥିଲାଗି ରେଡକ୍ରସ ସୋସାଇଟିରେ ସେ ଆଜୀବନ ସଦସ୍ୟ ହୋଇ ପାରିଛନ୍ତି। ଏଭଳି ସମାଜସେବା କାର୍ଯ୍ୟ ଲାଗି ଚଳିତବର୍ଷ ଜାନୁୟାରୀ ୨୬ ତାରିଖ ସଧାରଣତନ୍ତ୍ର ଦିବସରେ ସେ ତତ୍କାଳୀନ ଏସ୍‌ପି ଜେ.ଏନ୍‌. ପଙ୍କଜଙ୍କ ନିକଟରୁ ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂରକ୍ଷିତ ଜଙ୍ଗଲରେ ମଦ୍ୟପାନ କଲେ ଜରିମାନା

ପାଟଣା,୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ନିହ୍ନୁଆଁ ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବାକୁ ଗ୍ରାମବାସୀ ଏକ ଚେତାବନୀ ପୋଷ୍ଟର ଲାଗାଇଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଏବେ...

ଜଳଭଣ୍ଡାରରେ ଲୀନ ହେବ ଅଷ୍ଟାଦଶ ଶତାବ୍ଦୀର ମନ୍ଦିର

କେନ୍ଦୁଝର, ୧୩ା୯ (ସ୍ବ.ପ୍ର.)-କୁହାଯାଉଛି ଏହା ଅଷ୍ଟାଦଶ ଶତାବ୍ଦୀର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର। ବିଚ୍ଛନ୍ନାଞ୍ଚଳ ଷଢେଇକଳା ଗଡଜାତ ଅଞ୍ଚଳର ସୁରମ୍ୟ ବଣପାହାଡ ପରିବେଷ୍ଟିତ ଅଞ୍ଚଳରେ ନିର୍ମିତ...

ହୃଷୀଙ୍କ ଯୋଗଦାନ କଂଗ୍ରେସକୁ ସୁଦୃଢ କରିବ: ନିରଞ୍ଜନ

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କଲ୍ୟାଣ ମଣ୍ଡପରେ ଗୁରୁବାର ପାଟଣା ନିର୍ବାଚନ ମଣ୍ଡଳସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ...

ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ: ଉପଜିଲାପାଳ

ହାଟଡିହୀ,୬।୩(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି। କେତେକ ପଞ୍ଚାୟତରେ ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୋଷ ଦେଖାଦେଇଛି l ଅନୁସାରେ, ଶଢା...

ଲାଇସେନ୍ସ ଅବଧି ସରିବା ପରେ ବି ଚାଲିଛି ଲୋଡିଂ

କେନ୍ଦୁଝର, ୧୪।୯ (ସ୍ବ.ପ୍ର.): ଲାଇସେନ୍ସ ଅବଧି ସରିବା ପରେ ମଧ୍ୟ ଝୁମ୍ପୁରା ବ୍ଲକ ନୟାଗଡ଼ ରେଳ ସାଇଡିଂରେ ଲୋଡିଂ କାମ ଚାଲିଛି। ଏଭଳି ଅଭିଯୋଗ ଆସିବା...

ଧାନ ବସ୍ତା ରଖି ରାଜପଥ ଅବରୋଧ

ପାଟଣା,୨୪।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ସାହାରପଡା ବ୍ଲକରେ ଧାନ ମଣ୍ଡିରେ ଧାନ ବକ୍ରିକୁ ନେଇ ଅବ୍ୟବସ୍ଥା ଦେଖାଦେଇଛି। ଏହାର ପ୍ରତିବାଦରେ ୬୦ରୁ ଉଦ୍ଧର୍‌ବ ଚାଷୀ ରବିବାର ପାଟଣା ସାହାରପଡା...

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା: ୨ ଅଟକ

ହାଟଡିହୀ, ୨୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ପ୍ରାୟ ୧ ମାସ ପୂର୍ବେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଲକ୍ଷାଧିକ ଟଙ୍କା...

ସ୍ତ୍ରୀକୁ ପନିକିରେ ହାଣି ଗିରଫ ହେଲା ସ୍ବାମୀ

ଆନନ୍ଦପୁର,୧୬।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ ପନିକିରେ ହାଣିବାରୁ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଆନନ୍ଦପୁର ଥାନା ଖଡିପାଳ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ...

Advertisement
Archives

Model This Week