ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ପରଲୋକ: ଶେଷ ସମ୍ମାନ ଜଣାଇଲେ ଆର୍ମି ଏଡି କଲେଜ ଯବାନ

ଗୋପାଳପୁର,୨୫ା୬: ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନଙ୍କ ରବିବାର ସକାଳେ ହୃତ୍‌ଘାତରେ ପରଲୋକ ଘଟିଛି। ସେ ହେଲେ ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର ପି. ରାମାରାଓ ରେଡ୍ଡୀ (୪୨)। ରାମାରାଓ ମହାରାଷ୍ଟ୍ର ପୁନେର ପୁଲଗାଁଓ ସିଏଡିରେ କାର୍ଯ୍ୟ କରୁଥିଲେ। ସୋମବାର ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚତ୍ବାପରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜର ୧୮ ଜଣ ଯବାନ ଏଥିରେ ଶୋଭାଯାତ୍ରାରେ ସାମିଲ ହୋଇ ଗାର୍ଡ ଅଫ ଅନର ସହ ଶେଷ ସମ୍ମାନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ରାମାରାଓ ପୁନେ ପୁଲଗାଁଓରେ କାର୍ଯ୍ୟ କରୁଥିଲେ। ଶନିବାର ଡ୍ୟୁଟି ସାରି କ୍ୱାର୍ଟରକୁ ଆସି ଖାଇସାରି ଶୋଇଥିଲେ। ରବିବାର ସକାଳୁ ନ ଉଠିବାରୁ ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ସେନା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ରାମାରାଓଙ୍କୁ ମୃତ ଘୋଷଣା କରିଥିଲେ। ସେ ୧୯୯୬ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଘୁମୁସର ବନଖଣ୍ଡ ଜଳୁଛି

ଭଞ୍ଜନଗର,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଦୁର୍ଗାପ୍ରସାଦ ଏବଂ ମୁଜାଗଡ ସେକ୍ସନର ଏକାଧିକ ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଗାପ୍ରସାଦ...

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ଥାନା ସିଦ୍ଧନଈ ପଞ୍ଚାୟତ ବଣବାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର...

ଅଗ୍ନିକାଣ୍ଡରେ ୧୦ ବଖରା ଜଳିଗଲା

ଭଞ୍ଜନଗର,୧୫ା୪(ଡି.ଏନ୍‌.ଏ.): ଭଞ୍ଜନଗର ତହସିଲ ଅନ୍ତର୍ଗତ ବାରୁଡ଼ାରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାରଗୁଡିକ ହେଲେ ରାଜୁ ନାଇକ, ସୁରେଶ...

ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା: ଜଣ୍ଡିସ୍‌କୁ ଡାକୁଛି ଗୋଳିଆପାଣି

ବ୍ରହ୍ମପୁର ଅଫିସ୍‌,୨୬ା୭- ସ୍ବଚ୍ଛ ପାଣି ଯୋଗାଇବାରେ ଜନସ୍ବାସ୍ଥ୍ୟ ବିଭାଗର ବିଫଳତାକୁ ନେଇ ଏବେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଦୁଇ ଦିନ ହେଲା ପାଇପ୍‌ରେ କେବଳ ଗୋଳିଆ...

ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ

ଛତ୍ରପୁର,୭।୩(ଡି.ଏନ.ଏ.) – ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ର୍ରିୟା ଚାଲିଛି  । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ...

ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଗେଟବଜ଼ାର ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଷ୍ଣୁ ପ୍ରଧାନ(୩୭)ଗୁରତର ହୋଇଥିଲେ। ତେବେ ଏମ୍‌କେସିଜି ମେଡିକଲରେ...

ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବଜାର, ମଲ

ବ୍ରହ୍ମପୁର ଅଫିସ,୨୧ା୩ ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ହିଁ ଏକମାତ୍ର ପନ୍ଥା ା ଭିଡ଼ରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ...

ଚେନ୍‌ ଟାଣି ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଇଗଲେ ୪୧୩ ପ୍ରବାସୀ ଓଡିଆ

ଖଲିକୋଟ,୨୮ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ରେଲ୍‌ୱେ ଷ୍ଟେଶନରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଏକ ଶ୍ରମିକ ସ୍ପେଶାଲ ଟ୍ରେନର ଚେନ୍‌ ଟାଣି ୪୩୧ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇ...

Advertisement
Archives

Model This Week