ହୀରାକୁଦ ଡ୍ୟାମ୍‌:୨୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର,  ୧୧-୯ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମରୁ ମଙ୍ଗଳବାର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ପ୍ରତି ସେକେଣ୍ଡରେ ୩ଲକ୍ଷ ୪୧ ହଜାର ୮୭୬ କ୍ୟୁସେକ ପାଣି ଡ୍ୟାମରୁ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ଡ୍ୟାମକୁ ୩ଲକ୍ଷ ୪୧ ହଜାର ୮୭୬ କ୍ୟୁସେକ ପାଣି ପ୍ରବେଶ କରୁଛି । ପାୱାର ଚ୍ୟାନେଲରେ ୧୮ ହଜାର ୪୮୭, ବିଭିନ୍ନ କେନାଲରେ ୧ହଜାର ୫୧୯ ଓ ଶିଳ୍ପକୁ ୧୭୦ କ୍ୟୁସେକ ଜଳ ଛଡା ଯାଉଛି। ତଳ ମୁଣ୍ଡ ବେଲଗାଁରେ ୩୫ ହଜାର ୨୦୦, ପର୍ଥଲାରେ ୧ଲକ୍ଷ ୨ ହଜାର ୯୨୩, ଖଇରମାଲରେ ୫ଲକ୍ଷ ୮ ହଜାର, ବଡ଼ମୂଳରେ ୫ଲକ୍ଷ ୨୦ ହଜାର ୫୦୦ ଓ ମୁଣ୍ଡଳିରେ ୬ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଡ୍ୟାମ ଉପର ମୁଣ୍ଡରେ ବର୍ଷା ଅଧିକ ପରିମାଣରେ ହୋଇଛି। ଡ୍ୟାମରେ ଜଳସ୍ତର ୬୨୫.୩୯ ଘନଫୁଟ ରହିଛି ବୋଲି ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ବୁର୍ଲାରେ ୫.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୧.୭ ମି.ମି. ବର୍ଷା ରେକର୍ଡ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରୁ ଆସୁଥିଲା ଟଙ୍କା

କଟକ ଅଫିସ,୨୧।୯: ବାଲେଶ୍ୱର ଚାନ୍ଦିପୁରରୁ ଆଇଟିଆର ତଥ୍ୟ ଲିକ ମାମଲାରେ ୫ ଜଣ ଗିରଫ ହୋଇଥିଲେ। ତେବେ ସେମାନଙ୍କଠାରୁ ପ୍ରତିଦିନ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି।...

ସ୍ତ୍ରୀ ପଥର ମାଡରେ ସ୍ବାମୀ ଗୁରୁତର

  ଚନ୍ଦାହାଣ୍ଡି,୩୧।୧୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଗ୍ରାମରେ ଗୁରୁବାର ସ୍ତ୍ରୀର ପଥର ମାଡରେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ମନୁ ଜଗଳ...

ଦଇତାପତିଙ୍କର ହେବ କରୋନା ଟେଷ୍ଟ: ୨୭, ୨୮ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୬ା୫: ଦଇତାପତିମାନେ ସର୍ବଦା ମହାପ୍ରଭୁଙ୍କୁ ମିଳିତ ଭାବେ ସେବା ଯୋଗାଇ ଦେଇଥାନ୍ତି। ତେଣୁ ସେମାନଙ୍କର ସେବା ହେଉଛି ଗୋଷ୍ଠୀଗତ ସେବା। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ...

ସାଢ଼େ ୫ବର୍ଷରେ ସରକାର ଋଣ ନେଇଛନ୍ତି ୬୧୨୨୯.୫୮ କୋଟି ଟଙ୍କା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟ ସରକାର ମୋଟ ୮୩,୩୦୭.୧୯କୋଟି ଟଙ୍କା ଋଣ ନେଇଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୯-୨୦ ସେପ୍ଟେମ୍ବର ଶେଷସୁଦ୍ଧା ନେଇଥିବା ଋଣ...

୭୫ ମଣ୍ଡପରେ ବିରାଜିବେ ମା’କାଳୀ

କଟକ ଅଫିସ, ୨୭।୧୦: ରବିବାର ମଧ୍ୟ ରାତ୍ରିରୁ ଆରମ୍ଭ ହେବ କାଳୀପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ମା’ଙ୍କର ପୂଜାର୍ଚ୍ଚନା ଚାଲିଛି। ଏଥିରୁ ବାଦ ପଡିନି କଟକ...

ହାତୀପଲ ଖାଇଗଲେ ରାଶନ

ଢେଙ୍କାନାଳ ଅଫିସ, ୧୯।୭-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ପଲରେ ୧୬ ହାତୀ ଉପଦ୍ରବ ସୃଷ୍ଟି କରିଛନ୍ତି। ହାତୀଙ୍କ...

ଭୁବନେଶ୍ୱରରୁ ଆଜି ପୁଣି ୬୧ ପଜିିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି ବଢ଼ୁଛି ଲୋକାଲ କେସ୍‌

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୬୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୪୮...

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ; ଶତାଧିକ ଏକର ଚାଷ ଜମି ଜଳମଗ୍ନ

ଜୁନାଗଡ,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମୁଣ୍ଡରାଗୁଡା ପଞ୍ଚାୟତ ପଣ୍ଡରାପଲାରେ ବୁଧବାର ମଧ୍ୟାହ୍ନରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ଶତାଧିକ...

Advertisement


Archives

Model This Week