ଭୁବନେଶ୍ୱର,୬।୯(ବ୍ୟୁରୋ):ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ୩ ଶିଳ୍ପୀ। ବଂଶୀ, ଜେମ୍ବେ ଓ ତବଲାର ମୂର୍ଚ୍ଛନା ମଞ୍ଚରେ ସୃଷ୍ଟି କରିଥିଲା ନିଆରା ପରିବେଶ। ଅବସର ଥଲା ସୃଜନ ପକ୍ଷରୁ ଆୟୋଜିତ ୨୮ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ସୋମବାର ରବୀନ୍ଦ୍ରମଣ୍ଡପରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ କିମ୍ବଦନ୍ତୀ କଥକ ସଙ୍ଗୀତାଚାର୍ଯ୍ୟ ପଣ୍ଡିତ ବିର୍ଜୁ ମହାରାଜଙ୍କୁ ଉତ୍ସର୍ଗୀକୃତ କରାଯାଇଛି। ପଣ୍ଡିତ ରୋନୁ ମଜୁମଦାରଙ୍କ ବଂଶୀଶ୍ୱନରୁ ଆରମ୍ଭ ହୋଇଥିଲା ସାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିସହ ମଞ୍ଚରେ ଉପସ୍ଥିତ ଥିବା ୩ ଶିଳ୍ପୀ ଜଣକ ପରେ ଜଣେ ଭେଟି ଦେଉଥିଲେ ହିନ୍ଦୁସ୍ତାନୀ ବାଦ୍ୟଯନ୍ତ୍ରର ସୁଶୀତଳ ଅନୁଭବ, ଯାହାର ଝଙ୍କାର ଶ୍ରୋତାଙ୍କ ମନକୁ ଶାନ୍ତି ପ୍ରଦାନ କରୁଥିଲା। ବଂଶୀଶ୍ୱନ ସହ ଓସ୍ତାଦ୍ ତୋଫିକ୍ କୁରେଶଙ୍କ ଜେମ୍ବେ ଓ ଇଶାନ ଘୋଷଙ୍କ ତବଲା ବାଦନର ସମ୍ମିଶ୍ରଣ ସମସ୍ତଙ୍କୁ ଆନମନା କରିଥିଲା। ମଜୁମଦାରଙ୍କ ବାଦ୍ୟସଙ୍ଗୀତ କାନ, ମନ ଓ ଆତ୍ମାକୁ ଶାନ୍ତି ଦେଇଥିବାବେଳେ ଆଫ୍ରିକୀୟ ଯନ୍ତ୍ରାଂଶ ଜେମ୍ବେକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିପ୍ରେକ୍ଷୀରେ ସଞ୍ଚାଳନ କରି ସେ ବେଶ୍ ପରିଚିତ ଥିବା କୁରେଶ ତାଙ୍କ ବାଦ୍ୟ ମାଧ୍ୟମରେ ଏକ ନୂତନ ଧାରା ଓ ଭିନ୍ନ ଶୈଳୀ ଉପସ୍ଥାପନା କରିଥିଲେ। ସେମାନଙ୍କ ଦ୍ୱାରା ପ୍ରଥମେ ରାଗ ଜୟ ଜୟବନ୍ତି ପରେ ଆଲାପ ଓ ବନ୍ଦିଷ ପରିବେଷିତ ହୋଇଥିଲା। ଦେବୀପ୍ରସାଦ ମିଶ୍ରଙ୍କ ଆଲୋକ ପରିକଳ୍ପନା ଏବଂ ସି. ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ଦ୍ୱାରା କଳାକାରମାନେ ତାଙ୍କର କଳା ପ୍ରଦର୍ଶନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଉଦ୍ଘାଟନ କରି କହିଲେ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓଡ଼ିଶାର କଳା, ସଂସ୍କୃତି ସହ ସମ୍ପୃକ୍ତ। କଳା କାଳଜୟୀ। କଳାର ବିଲୟ ନାହିଁ କି କ୍ଷୟ ନାହିଁ। ଏହା ବିକାଶର ସ୍ବପ୍ନ ଦେଖାଏ। ଓଡ଼ିଶୀ ସଙ୍ଗୀତ, ନୃତ୍ୟର ପ୍ରଚାର ପ୍ରସାର କରିବାରେ ଗୁରୁ କେଳୁଚରଣ ମହାପାତ୍ର ଅଗ୍ରଗଣ୍ୟ ଥିଲେ ବୋଲି ସେ କହିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ, କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟର ବଡ଼ ହସ୍ତୀ ଥିଲେ। ଓଡ଼ିଶୀକୁ ବିଶ୍ୱବିଦିତ କରିବାରେ ସେ ଅନନ୍ୟ। ତାଙ୍କ ପାଇଁ ବର୍ତ୍ତମାନ ଓଡ଼ିଶୀ ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାରର ଆବଶ୍ୟକତା ପଡ଼ୁନାହିଁ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. ଆର୍ . ଶର୍ମା, ଏମ୍ଜିଏମ୍ ମିନେରାଲ୍ସର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଅନୁଷ୍ଠାନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଣୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିବାବେଳେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂକଳ୍ପିତ ତଥା ପରିକଳ୍ପିତ ଏହି ଉତ୍ସବକୁ ଡ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ଏହା ୫ଦିନ ଧରି ଚାଲିବ। ଅନ୍ଲାଇନ୍ ମାଧ୍ୟମରେ ଦର୍ଶକମାନେ ସୃଜନର ଫେସ୍ବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମ୍ ଦେଖିପାରିବେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ ସହଯୋଗ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହାର ମିଡିଆ ପାର୍ଟନର ରହିଛନ୍ତି।
ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ ସୁଶ୍ରୀ ସୃଷ୍ଟି ସ୍ବରୂପା ମିଶ୍ର। ତାଙ୍କୁ ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ବାଇଁ ଓ ବେହେଲାର ସୁରମଣି ରମେଶ ଚନ୍ଦ୍ର ଦାସ ସହାୟତା କରିବେ। ଏହାପରେ ଭାରତନାଟ୍ୟମ୍ ପରିବେଷଣ କରିବେ ବିଦୂଷୀ ଗୀତା ଚନ୍ଦ୍ରନ ଓ ନାଟ୍ୟ ବିକାଶ ଡ୍ୟାନ୍ସ କଲେକ୍ଟିଭ୍।
‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ
ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…
ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ
କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…
ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର
ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….
ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…
ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…
ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…
ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…
ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…
ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି
ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…
Archives

