ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ବାନ୍ଧିହେଲେ ଶ୍ରୋତା

ଭୁବନେଶ୍ୱର,୬।୯(ବ୍ୟୁରୋ):ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ୩ ଶିଳ୍ପୀ। ବଂଶୀ, ଜେମ୍ବେ ଓ ତବଲାର ମୂର୍ଚ୍ଛନା ମଞ୍ଚରେ ସୃଷ୍ଟି କରିଥିଲା ନିଆରା ପରିବେଶ। ଅବସର ଥଲା ସୃଜନ ପକ୍ଷରୁ ଆୟୋଜିତ ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ସୋମବାର ରବୀନ୍ଦ୍ରମଣ୍ଡପରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ କିମ୍ବଦନ୍ତୀ କଥକ ସଙ୍ଗୀତାଚାର୍ଯ୍ୟ ପଣ୍ଡିତ ବିର୍‌ଜୁ ମହାରାଜଙ୍କୁ ଉତ୍ସର୍ଗୀକୃତ କରାଯାଇଛି। ପଣ୍ଡିତ ରୋନୁ ମଜୁମଦାରଙ୍କ ବଂଶୀଶ୍ୱନରୁ ଆରମ୍ଭ ହୋଇଥିଲା ସାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିସହ ମଞ୍ଚରେ ଉପସ୍ଥିତ ଥିବା ୩ ଶିଳ୍ପୀ ଜଣକ ପରେ ଜଣେ ଭେଟି ଦେଉଥିଲେ ହିନ୍ଦୁସ୍ତାନୀ ବାଦ୍ୟଯନ୍ତ୍ରର ସୁଶୀତଳ ଅନୁଭବ, ଯାହାର ଝଙ୍କାର ଶ୍ରୋତାଙ୍କ ମନକୁ ଶାନ୍ତି ପ୍ରଦାନ କରୁଥିଲା। ବଂଶୀଶ୍ୱନ ସହ ଓସ୍ତାଦ୍‌ ତୋଫିକ୍‌ କୁରେଶଙ୍କ ଜେମ୍ବେ ଓ ଇଶାନ ଘୋଷଙ୍କ ତବଲା ବାଦନର ସମ୍ମିଶ୍ରଣ ସମସ୍ତଙ୍କୁ ଆନମନା କରିଥିଲା। ମଜୁମଦାରଙ୍କ ବାଦ୍ୟସଙ୍ଗୀତ କାନ, ମନ ଓ ଆତ୍ମାକୁ ଶାନ୍ତି ଦେଇଥିବାବେଳେ ଆଫ୍ରିକୀୟ ଯନ୍ତ୍ରାଂଶ ଜେମ୍ବେକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିପ୍ରେକ୍ଷୀରେ ସଞ୍ଚାଳନ କରି ସେ ବେଶ୍‌ ପରିଚିତ ଥିବା କୁରେଶ ତାଙ୍କ ବାଦ୍ୟ ମାଧ୍ୟମରେ ଏକ ନୂତନ ଧାରା ଓ ଭିନ୍ନ ଶୈଳୀ ଉପସ୍ଥାପନା କରିଥିଲେ। ସେମାନଙ୍କ ଦ୍ୱାରା ପ୍ରଥମେ ରାଗ ଜୟ ଜୟବନ୍ତି ପରେ ଆଲାପ ଓ ବନ୍ଦିଷ ପରିବେଷିତ ହୋଇଥିଲା। ଦେବୀପ୍ରସାଦ ମିଶ୍ରଙ୍କ ଆଲୋକ ପରିକଳ୍ପନା ଏବଂ ସି. ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ଦ୍ୱାରା କଳାକାରମାନେ ତାଙ୍କର କଳା ପ୍ରଦର୍ଶନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଉଦ୍‌ଘାଟନ କରି କହିଲେ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓଡ଼ିଶାର କଳା, ସଂସ୍କୃତି ସହ ସମ୍ପୃକ୍ତ। କଳା କାଳଜୟୀ। କଳାର ବିଲୟ ନାହିଁ କି କ୍ଷୟ ନାହିଁ। ଏହା ବିକାଶର ସ୍ବପ୍ନ ଦେଖାଏ। ଓଡ଼ିଶୀ ସଙ୍ଗୀତ, ନୃତ୍ୟର ପ୍ରଚାର ପ୍ରସାର କରିବାରେ ଗୁରୁ କେଳୁଚରଣ ମହାପାତ୍ର ଅଗ୍ରଗଣ୍ୟ ଥିଲେ ବୋଲି ସେ କହିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ, କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟର ବଡ଼ ହସ୍ତୀ ଥିଲେ। ଓଡ଼ିଶୀକୁ ବିଶ୍ୱବିଦିତ କରିବାରେ ସେ ଅନନ୍ୟ। ତାଙ୍କ ପାଇଁ ବର୍ତ୍ତମାନ ଓଡ଼ିଶୀ ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାରର ଆବଶ୍ୟକତା ପଡ଼ୁନାହିଁ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. ଆର୍‌ . ଶର୍ମା, ଏମ୍‌ଜିଏମ୍‌ ମିନେରାଲ୍ସର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଅନୁଷ୍ଠାନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଣୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିବାବେଳେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂକଳ୍ପିତ ତଥା ପରିକଳ୍ପିତ ଏହି ଉତ୍ସବକୁ ଡ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ଏହା ୫ଦିନ ଧରି ଚାଲିବ। ଅନ୍‌ଲାଇନ୍‌ ମାଧ୍ୟମରେ ଦର୍ଶକମାନେ ସୃଜନର ଫେସ୍‌ବୁକ୍‌ ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଷ୍ଟ୍ରିମ୍‌ ଦେଖିପାରିବେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ ସହଯୋଗ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହାର ମିଡିଆ ପାର୍ଟନର ରହିଛନ୍ତି।
ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ ସୁଶ୍ରୀ ସୃଷ୍ଟି ସ୍ବରୂପା ମିଶ୍ର। ତାଙ୍କୁ ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ବାଇଁ ଓ ବେହେଲାର ସୁରମଣି ରମେଶ ଚନ୍ଦ୍ର ଦାସ ସହାୟତା କରିବେ। ଏହାପରେ ଭାରତନାଟ୍ୟମ୍‌ ପରିବେଷଣ କରିବେ ବିଦୂଷୀ ଗୀତା ଚନ୍ଦ୍ରନ ଓ ନାଟ୍ୟ ବିକାଶ ଡ୍ୟାନ୍ସ କଲେକ୍ଟିଭ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଇକୋ ରିଟ୍ରିଟ୍‌ ମହୋତ୍ସବରେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ

କୋଣାର୍କ,୧୬ା୧(ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗର ସାହୁଖଣତାଠାରେ ଅନୁଷ୍ଠିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥଳୀରେ ବୁଧବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତରାୟନ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ...

ସିଲ୍‌ ହେଲା ୭ ମଦ ଦୋକାନ

ଭୁବନେଶ୍ୱର, ୩୦।୬ (ବ୍ୟୁରୋ):କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦୋକାନ ଖୋଲି ମଦ ବିକ୍ରି ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର। କେବଳ ଅନ୍‌ଲାଇନ୍‌ରେ ମଦ ଯୋଗାଣକୁ ଅନୁମତି...

୧୮ରୁ ଉଚ୍ଚ ବିଦ୍ୟାଳୟରେ ଖାତାଦେଖା

ଅନୁଗୋଳ ଅଫିସ୍‌, ୩।୩ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ପରୀକ୍ଷା ସୋମବାର ଶେଷ ହୋଇଛି। ତେବେ ଶେଷ ଦିନରେ ପରୀକ୍ଷାରେ କପି...

ପେଣ୍ଠକଟାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ପୁରୀ ଅଫିସ, ୮।୯:  ପୁରୀ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସଜଡ଼ା ଯିବ। ସେମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା...

୧୫ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ଅନୁକୂଳ ପରିବେଶ ମଧ୍ୟ ସୃଷ୍ଟି ହୋଇ ନାହିଁ। ରାଜ୍ୟକୁ ମୌସୁମୀ...

ଗାଈ ଗୋଠରେ ବଜ୍ରପାତ: ଗଲା ୨୫ ଗୋରୁଙ୍କ ଜୀବନ

ନାକଟିଦେଉଳ,୩୦।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ...

ଯୁକ୍ତ୨ ପରୀକ୍ଷା ପଦ୍ଧତି ବଦଳିବ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ମାଟ୍ରିକ ଭଳି ଯୁକ୍ତ୨ ପରୀକ୍ଷା ପଦ୍ଧତିରେ ବି ପରିବର୍ତ୍ତନ ଅଣାଯିବ। ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ। ଏଥିସହ ଇଣ୍ଟରନାଲ୍‌ ଆସେସମେଣ୍ଟ ହେବ।...

ବିଜେଡି କର୍ମୀଙ୍କୁ ହତ୍ୟା

ଭଦ୍ରକ ଅଫିସ/ଧାମନଗର, ୨୩ା୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ହିଂସା ଉଗ୍ରରୂପ ଧାରଣ କରିଛି। ସୋମବାର ରାତିରେ ଜଣେ ବିଜେଡି...

Advertisement
Archives

Model This Week