ହିଡ଼ରେ ଚାଲି ଯାଉଛନ୍ତି ସ୍କୁଲ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ତେଲିଅର୍ଶଳା ଗ୍ରାମର ତାମୁଡିଆ (ତନ୍ତୀ) ସାହିକୁ ସବୁଦିନିଆ ରାସ୍ତା ନାହିଁ ା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ସାହିର ଭାଗ୍ୟ ବଦଳୁ ନାହିଁ। ଏହି ଗ୍ରାମରେ ୪୦ ତନ୍ତୀ ଆଦିବାସୀ ପରିବାର ବହୁ ଦିନରୁ ରହି ଆସୁଛନ୍ତି। ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ପଞ୍ଚାୟତଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇସାରିଥିଲେ ହେଁ କେହି ଶୁଣୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଲ ହିଡ ହିଁ ସେମାନଙ୍କ ଯାତାୟାତ ପଥ ା ଫଳରେ ଉକ୍ତ ସାହିରେ ରହୁଥିବା ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଛୋଟ ଛୋଟ ପିଲା ସ୍କୁଲ ଯିବାଆସିବା କରିବା ଏବଂ ରୋଗୀଙ୍କୁ ଡାକ୍ତରଖାନା ନେବାଆଣିବା କରିବାକୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଉକ୍ତ ସାହିରେ ପାଣି ସୁବିଧା ନ ଥିବାରୁ ପ୍ରାୟ ଅଧ କି.ମି. ଦୂର ଅନ୍ୟ ଗ୍ରାମକୁ ଯାଇ ପାଣି ଆଣୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ନାଳ, ଚୁଆରୁ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ବିଲ ହିଡରେ ଯିବା ଆସିବା କରୁଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ବର୍ଷାଦିନରେ ରାସ୍ତା ଖସଡ଼ା ହୋଇଯାଉଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଚାଷ ସମୟରେ ଯିବାଆସିବା କରି ଅସୁବିଧାରେ ପଡୁଛନ୍ତି। ସାପ ଓ ଅନ୍ୟ ସରୀସୃପ ଭୟ ରହୁଛି ା ପିଲାମାନେ ବିଲ ହିଡରେ ଚାଲି ଚାଲି ଆସିବା ପରେ ଗ୍ରାମରୁ ସାଇକେଲରେ ଖେଣ୍ଡରା ଆଦର୍ଶ ବିଦ୍ୟାଳୟକୁ ପଢିବାକୁ ସବୁଦିନ ଯିବାଆସିବା କରୁଛନ୍ତି ବୋଲି ସାମାଜିକ କର୍ମୀ ଦିନେଶ କୁମାର ଟୁଡୁ କହିଛନ୍ତି। ରାସ୍ତା ନ ଥିବାରୁ ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାଆସିବା କରିପାରୁନାହାନ୍ତି। ଏଣୁ ଗ୍ରାମରୁ ଉକ୍ତ ସାହିକୁ ରାସ୍ତା ନିର୍ମାଣ କରାଗଲେ ସାହିବାସୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ମାସରେ ୯ ଦିନ ଉଡ଼ିବ ବିମାନ

ଭୁବନେଶ୍ୱର,୩ା୪(ବ୍ୟୁରୋ):  ଭୁବନେଶ୍ୱରରୁ-ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହକୁ ୨ଦିନ ଏବଂ ମାସକୁ...

ପୁରୀଠାରୁ ୫୧୦ କିଲୋମିଟର ଦୂରରେ ‘ଫନୀ’

ଭୁବନେଶ୍ୱର, ୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫନୀ’ ପୁରୀଠାରୁ ପ୍ରାୟ ୫୧୦ କିଲୋମିଟର ଦୂରରେ ରହିଛି। ଏହା ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ପୁରୀ ନିକଟରେ ଲାଣ୍ଡଫଲ...

ଲୁଟେରାଙ୍କ ଗୁଳିମାଡ଼ରେ ଟ୍ରକ୍‌ ଚାଳକ ଗୁରୁତର

ଟିକିରି/ରାୟଗଡ଼ା ଅଫିସ, ୧୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡ଼ୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଶନିବାର ରାତିରେ ବନ୍ଧୁକ ମୁନରେ ଜଣେ ଟ୍ରକ୍‌ ଚାଳକଙ୍କଠାରୁ ଲୁଟ୍‌...

‘ଗଣମାଧ୍ୟମ ମୁହଁରେ କଳା ବୋଳିଲେ’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ଫେକ୍‌ ଭିଡିଓ ଭାଇରାଲ ନେଇ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେଇ ଜେରା କରିବା ପରେ ଟୁଇଟର...

ଭାଜପା ସଫଳତାରେ ବ୍ରେକ୍‌ ଲାଗିପାରେ

ଯାଜପୁର ଅଫିସ,୮ା୧: ଯାଜପୁର ଜିଲାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ଭାଜପା ଯେଭଳି ସଫଳତା ପାଇଥିଲା ତାହା ଆଗାମୀ...

ଅମାନିଆଙ୍କୁ ଜରିମାନା

କୁଆମରା, ୬।୫(ଡି.ଏନ.ଏ.)-ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ବିନା ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ...

ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଶନିବାର ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା...

ୟୁବିଓଆଇର ନୂତନ କ୍ଷେତ୍ର ମହାପ୍ରବନ୍ଧକ

ଭୁବନେଶ୍ୱର,୧୪।୧୦: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ କ୍ଷେତ୍ର ମହାପ୍ରବନ୍ଧକ ଭାବେ ବରିଷ୍ଠ ବ୍ୟାଙ୍କର ସର୍ଭେଶ ରଞ୍ଜନ ନିକଟରେ...

Advertisement
Archives

Model This Week