Posted inଖେଳ

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି ହାର୍ଦ୍ଦିକ ଏ ନେଇ ଘୋଷଣା କରିଥିଲେ। ଟୁଇଟର, ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ଶେୟାର କରାଯାଇଥିବା ଫଟୋରେ କେତେଜଣ ପ୍ରଶଂସକ ବର୍ଣ୍ଣବୈଷମ୍ୟ ଭେଦଭାବ କରିଥିଲେ। ଜଣେ ୟୁଜର ଲେଖିଥିଲେ, ବ୍ରାଇଟନେସ୍‌ ବଢ଼ାଇଲେ ଭାଉଜ ଦେଖାଯିବେ ନାହିଁ, ଆଉ କମାଇଲେ ପାଣ୍ଡ୍ୟା ଗାଏବ। ଆଉ ଜଣେ ଲେଖିଛନ୍ତି, ମାଙ୍କଡ଼ ହାତରେ ଶାଳଗ୍ରାମ। ଏପରି କି ପାଣ୍ଡ୍ୟା ଓ ଷ୍ଟାନ୍‌କୋଭିକ୍‌ଙ୍କୁ ରସଗୋଲା ଓ ଗୋଲାପଜାମୁ ସହ ତୁଳନା କରିଛନ୍ତି। ଏଭଳି ଆହୁରି କିଛି କମେଣ୍ଟ ରହିଛି, ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ। ବର୍ଣ୍ଣବୈଷମ୍ୟ ଭେଦଭାବକୁ ବିରୋଧକରି ପାଣ୍ଡ୍ୟାଙ୍କୁ ସମର୍ଥନ କରିଛନ୍ତି ଅନ୍ୟ ଫ୍ୟାନ୍‌ମାନେ। ଜଣେ ଟୁଇଟ୍‌ କରି ଲେଖିଛନ୍ତି, ଲୋକେ ପାଣ୍ଡ୍ୟାଙ୍କୁ ନିର୍ବନ୍ଧ ଲାଗି ସମାଲୋଚନା କରୁଛନ୍ତି। କିନ୍ତୁ ସେ ଯେଉଁଠାରୁ ଏପର୍ଯ୍ୟନ୍ତ ଆସିଛନ୍ତି, ତାକୁ ଉତ୍ସାହିତ କରୁନାହାନ୍ତି। ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ସେ ସବୁ କିଛି ହାସଲ କରିଛନ୍ତି। ତାଙ୍କୁ ସମାଲୋଚନା କରିବା ବଦଳରେ ତାଙ୍କଠୁ କିଛି ଶିକ୍ଷା ନିଅ। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି, ମୁଁ ହାର୍ଦ୍ଦିକଙ୍କ ଫ୍ୟାନ୍‌ ନୁହେଁ। କିନ୍ତୁ ଜଣଙ୍କ ରଙ୍ଗକୁ କଟାକ୍ଷ କରିବା ଉଚିତ ନୁହେଁ। ସମାଲୋଚକଙ୍କୁ ସ୍କୁଲ ଶିକ୍ଷା ଆଉ ଥରେ ନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬୨ ବର୍ଷରେ ପାଦ ଦେଲେ କପିଲ୍‌ ଦେବ: ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଥିଲେ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୬।୧: ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବଙ୍କୁ ବୁଧବାର ୬୧ ବର୍ଷ ପୂରଣ ହୋଇଛି। ସେ ୬୨ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୯ ଜାନୁୟାରୀ...

କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା

ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍‌ ଚୟନ, ମିସ ଫିଲ୍ଡିଂ...

ସୁପର ଓଭରରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଅକ୍‌ଲାଣ୍ଡ, ୧୦।୧୧- ଗତ ବିଶ୍ୱକପ୍‌ ଫାଇନାଲ ଭଳି ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। ବର୍ଷା...

୨୦୨୩ ହକି ବିଶ୍ୱକପ ପ୍ରସ୍ତୁତି

ରାଉରକେଲା ଅଫିସ/ସୁନ୍ଦରଗଡ଼ (ଡି.ଏନ.ଏ), ୧୨।୧୨- ୨୦୧୮ରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ କ୍ରମାଗତ ଦ୍ୱିତୀୟ...

ସୋମବାରଠାରୁ ଭାରତୀୟ କୋଚ୍‌ଙ୍କ ପାଇଁ ଲିବେଲ ୧ କୋର୍ସ ଆରମ୍ଭ ହେବ

ନୂଆଦିଲ୍ଲୀ,୧୦।୫ (ପି.ଟି.): ହକି ଇଣ୍ଡିଆ ଭାରତୀୟ କୋଚ୍‌ମାନଙ୍କ ପାଇଁ ଲିବେଲ୧ କୋର୍ସ ସୋମବାରଠାରୁ ଆୟୋଜନ କରିବାକୁ ଯାଉଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସହ ମିଳିତ...

ମହିଳା ଫିଫା ବିଶ୍ୱକପ୍‌: କ୍ୱାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ

ପ୍ୟାରିସ,୨୩ା୬(ଏଏଫ୍‌ପି): ମହିଳା ଫିଫା ବିଶ୍ୱକପ୍‌ ଆୟୋଜକ ଫ୍ରାନ୍ସ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆମାଣ୍ଡିନେ ହେନ୍‌ରୀଙ୍କ ଗୋଲ ଯୋଗୁ...

୫୦ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳ ରଚିଥିଲା ଇତିହାସ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆକୁ ୨୫ ଅଗଷ୍ଟରୁ ହେଡିଙ୍ଗଲିରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବ। ଲର୍ଡସ ଟେଷ୍ଟ...

ସାଇର ନୂଆ ଲୋଗୋ ଉନ୍ମୋଚନ କଲେ ରିଜିଜୁ

ନୂଆଦିଲ୍ଲୀ,୧।୧୦(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ୧୯୮୨ରେ ସାଇ ପ୍ରତିଷ୍ଠା କରାଯାଇଥିଲା।...

Advertisement
Archives

Model This Week