ହାତୀ ଶାବକର ମୃତଦେହ ଉଦ୍ଧାର

ସାତମାଇଲ, ୫।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ରାସୋଳ ସେକ୍ସନ ଅଧୀନ ବାଲିସାହି ନିକଟ ମୁଣ୍ଡିଆରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୨ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ହାତୀ ଛୁଆର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ଅଞ୍ଚଳବାସୀଙ୍କ କହିବା କଥା, ଜରଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମାସେ ହେଲା ଏକ ପଲରେ ୧୫ଟି ହାତୀ ଉତ୍ପାତ ସୃଷ୍ଟି କରିଚାଲିଛନ୍ତି। ସପ୍ତାହେ ହେଲା ଉକ୍ତ ହାତୀପଲ ବାଲିକିଆରୀ ଅଞ୍ଚଳରେ ଘରଦ୍ୱାର ନଷ୍ଟ କରିବା ସହ ଧାନଚାଉଳ ଖାଇଯାଉଛନ୍ତି। ବାଡ଼ି ବଗିଚାରେ ପଶି ଫସଲ କ୍ଷତି କରୁଛନ୍ତି। ଉକ୍ତ ହାତୀ ପଲରେ ୩ ଶାବକ ଥିଲେ। ସେଥିରୁ ଗୋଟିଏ ହେଉଛି ଉକ୍ତ ମୃତ ଶାବକ। ଦୁଇଦିନ ତଳେ ମା’ହାତୀଠାରୁ ହାତୀଛୁଆ ଖାଦ୍ୟ ଖାଉଥିବା ଗ୍ରାମବାସୀ ଦେଖିଥିଲେ। ହଠାତ୍‌ ଶାବକର ମୃତ୍ୟୁ କିପରି ହେଲା ତାହା ସନ୍ଦେହ ଘେରରେ ରହିଛି।
ଗୁରୁବାର ସକାଳେ ମୁଣ୍ଡିଆରେ ହାତୀପଲ ଗର୍ଜନ କରୁଥିବା ଶୁଣି ଅଞ୍ଚଳବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ରେଞ୍ଜର ମଧୁସୂଦନ ପାତ୍ର, ଫରେଷ୍ଟର ସୁଦର୍ଶନ ଦେହୁରୀ, ଫରେଷ୍ଟ ଗାର୍ଡ ମୁକ୍ତିପ୍ରସାଦ ବେହେରା ପହଞ୍ଚତ୍ ଖୋଜାଖୋଜି କରିବା ବେଳେ ହାତୀଛୁଆ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ମା’ ମୃତ ଶାବକକୁ ଜଗି ରହିଥିଲା। ତେଣୁ ବନ କର୍ମଚାରୀ ପାଖ ମାଡ଼ିପାରି ନ ଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମା’ ହାତୀ ଜଙ୍ଗଲକୁ ପଳାଇଥିଲା। ଏହାପରେ ମୃତ ଶାବକକୁ ଉଦ୍ଧାର କରି ମୁଣ୍ଡିଆ ତଳକୁ ଅଣାଯାଇଥିଲା। ରାସୋଳ ପ୍ରାଣୀଧନ ଚିକିତ୍ସକ ଅଭିଷେକ ସାହୁ ହାତୀଟିର ବ୍ୟବଚ୍ଛେଦ କରିବା ପରେ ମୃତଦେହ ପୋତିଦିଆଯାଇଛି। ରିପୋର୍ଟ ଆସିବା ପରେ ହାତୀଛୁଆର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ିବ ବୋଲି ରେଞ୍ଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭୁବନ, ୪।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପତି(୪୦)ଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ରାସ୍ତାପାର୍ଶ୍ୱରୁ ଉଦ୍ଧାର କରିଛି। ମୃତକଙ୍କ ବାପା...

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କାମାକ୍ଷାନଗର,୧୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଟ୍ରକ୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍‌ ଆରୋହୀ ଆଳତୁମା...

ଝିଅଙ୍କୁ କପି ଦେବାକୁ ଯାଇ ସ୍କୁଲ ପାଚେରିରୁ ଖସିପଡ଼ିଲେ ବାପା, ନାକ ଫାଟିଲା

ପରଜଙ୍ଗ,୨୨।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ହାଇସ୍କୁଲରେ ଶନିବାର ମାଟ୍ରିକ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ କପି ଦେବାକୁ ଯାଇଥିବା...

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା।...

୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର...

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଏମିତି: ରୋଗୀଙ୍କୁ ଇଞ୍ଜେକ୍‌ଶନ ଦେଉଛନ୍ତି କର୍ମଚାରୀ, ଭିଡିଓ ଭାଇରାଲ

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ଓ୍ବାର୍ଡରେ ଜଣେ ମହିଳା ରୋଗୀଙ୍କୁ ଚିକିତ୍ସାଳୟର ଜଣେ ମହିଳା କର୍ମଚାରୀ ଇଞ୍ଜେକ୍‌ଶନ ଦେଉଥିବାର ଏକ ଭିଡିଓ...

ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ – ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା...

ଜଳିଗଲା ୨୩ ପରିବାରର ୪୭ ବଖରା

ପରଜଙ୍ଗ,୧୫ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୩ ପରିବାରର ୪୭ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଆଁ...

Advertisement
Archives

Model This Week