ହାତୀ ଖାଇଗଲେ ପରିବା ଫସଲ

ପାଟଣା,୨୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦେଇପଶି ବିଟ୍‌ ଅନ୍ତର୍ଗତ ସାନ ଗମ୍ଭାରିଆ ଗ୍ରାମରେ ବୁଧବାର ରାତିରେ ୧୩ଟିକିଆ ବଣୁଆ ହାତୀ ଚାଷୀଙ୍କ ବାଡ଼ିରେ ପଶି ବ୍ୟାପକ ପନିପରିବା ଖାଇଯାଇଛନ୍ତି। ଉକ୍ତଗ୍ରାମର ପ୍ରଦୀପ ମହାନ୍ତ, ଶରତ ମହାନ୍ତ ଓ କୈଳାସ ମହାନ୍ତଙ୍କ ବାଡ଼ିରେ ପଶି ଫୁଲ କୋବି, ବନ୍ଧା କୋବି, ବିନ ,ବିଲାତି ସହ ଖଳାରେ ଥିବା ଧାନ ମଧ୍ୟ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି। ଏହି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ ଦାବି କରିଛନ୍ତି। ଏହି ହାତୀ ପଲ ଗୁରୁବାର ସକାଳୁ ଶ୍ୟାମସୁନ୍ଦରପୁର ଦେଇ ସଦର ରେଞ୍ଜ ରଘୁନାଥପୁର ବିଟ୍‌କୁ ଚାଲି ଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ-ବାଇକ୍‌ ମୁହାଁମୁହିଁ: ୪ ଗୁରୁତର

ଆନନ୍ଦପୁର,୧୧। ୯(ସ୍ବ.ପ୍ର.)- ଆନନ୍ଦପୁର ୧୩ ନଂ ଓ୍ବାର୍ଡ଼ ସୁଡୁସୁଡିଆ ରାସ୍ତାରେ ବାଇକ୍‌ ଓ ଅଟୋ ମୁହାଁମୁହିଁ ହେବା ଫଳରେ ୪ ଜଣ ଗୁରୁତର ହେବା ସହିତ...

କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା

ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ...

ପଲିଥିନ୍‌ ତଲେ ଅସାହା ଜୀବନ୍‌ ଘଟନା : ପଁଚେତ୍‌ ଆଘେ ଅନଶନରେ ଗରିବ୍‌ ପରିବାର

  ପାଇକମାଳ,୨୯ା୧୦ (ଡି.ଏନ୍‌.ଏ.)- ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁ। ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଦାବିରେ ସୋମବାରନୁ...

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୧୦ ଯାତ୍ରୀ ଆହତ

କୋରାପୁଟ,୧୯।୭(ସ୍ବ.ପ୍ର): କୋରାପୁଟ ଜିଲା ୨୬ନଂ ଜାତୀୟ ରାଜପଥର ପଟାଙ୍ଗି ଥାନା ଅନ୍ତର୍ଗତ ଶୁଣ୍ଢି ପୁଙ୍ଗାର ନିକଟରେ ମଙ୍ଗଳବାର ସକାଳୁ ଏହି ବସ ଦୁର୍ଘଟଣା ଘଟିଛି। ଏଥିରେ...

ବାଇକ୍‌କୁ ଧକ୍କା ଦେଲା କାର୍‌: ୨ ଗୁରୁତର

ରାୟଗଡ଼ା ଅଫିସ,୧।୧: ରାୟଗଡ଼ା ସହରର ସିରିଗୁଡ଼ା ନିକଟରେ ଥିବା ଜୟଗୁରୁ ମନ୍ଦିର ସମ୍ମୁଖରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ (ଓଡି୧୮ଡି ୭୭୪୭) କୋରାପୁଟ...

ଆଜିଠାରୁ ଦଶମ ଶ୍ରେଣୀ ଏସ୍‌ଏ-୧ ପରୀକ୍ଷା

କଟକ ଅଫିସ, ୨୩ା୧୧: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ (ଏସ୍‌ଏ-୧) ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ।...

ବନ୍ଦର ଘରୋଇକରଣକୁ ବିରୋଧ

ପାରାଦୀପ,୨୫।୯ (ସ୍ବ.ପ୍ର.):ଦେଶର ବୃହତ ବନ୍ଦରଗୁଡ଼ିକର ଘରୋଇକରଣକୁ ଶୁକ୍ରବାର ବିରୋଧ କରାଯାଇଛି। ଏନେଇ ପାରାଦୀପରେ ୧୧ଟି ଶ୍ରମିକସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ପାରାଦୀପ ବନ୍ଦର ପ୍ରଶାସନିକ ଭବନ...

ହୋମିଓପାଥିକ କଲେଜ

ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ମୟୂରଭଞ୍ଜ ଜିଲା। ଏହି ଜିଲାର ବାରିପଦାଠାରେ କେତେଜଣ ସାମାଜିକ କର୍ମୀ ଓ ହୋମିଓପାଥିକ ଔଷଧ ସେବନକୁ ଭଲ ପାଉଥିବା...

Advertisement
Archives

Model This Week