Advertisement

ହାତୀ ଉଠାଇ ପାରି ନ ଥିଲା ଶିଳା

ଛେଣ୍ଡିପଦା, ୨୧ା୨(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତ ପୁରୁଣାଗଡସ୍ଥିତ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ ପାଳନ ହେବ ପ୍ରସିଦ୍ଧ ଜାଗର ଯାତ୍ରା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଏହି ଶୈବପୀଠ। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ସମସ୍ୟା, ପାନୀୟ ଜଳ, ଅନ୍ନପ୍ରସାଦ ବଣ୍ଟନ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ନେଇ ମନ୍ଦିର କମିଟିର ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି। ବିଶେଷ କରି ଯାତ୍ରାକୁ ବାହାରୁ ଆସୁଥିବା ଦୋକାନୀ ତଥା ଜନସାଧାରଣଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଯାତ୍ରା ପଡିଆକୁ ପଲିଥିନ ମୁକ୍ତ କରାଯିବା ପାଇଁ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ତେବେ ଏଠାରେ ଶୈବପୀଠକୁ ନେଇ ରହିଛି ରୋଚକ କିମ୍ବଦନ୍ତୀ ଯାହା ସ୍ଥାନୀୟ ବରିଷ୍ଠ ଲୋକଙ୍କଠାରୁ ଶୁଣିବାକୁ ମିଳେ। ଲୋକକଥା ଅନୁଯାୟୀ, ପ୍ରାୟ ୧୨୦୦ ଖ୍ରୀଷ୍ଟାବ୍ଦରେ ପୂର୍ବବରାଳ ନାମଧାରୀ ଜଣେ ଗାଈ ଜଗୁଆଳି ଗୋରୁ ଚରାଇବା ପାଇଁ ଜଙ୍ଗଲକୁ ଯାଉଥିଲେ। ଜଙ୍ଗଲରେ ଏକ କାଳୀ ଗାଈ ପଡ଼ିଥିବା ଶିଳାଖଣ୍ଡ ଉପରେ କ୍ଷୀର ଦେଉଥିବା ଦେଖି ଜଗୁଆଳି ଆଶ୍ଚର୍ଯ୍ୟ ହେବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଅନୁଗୋଳର ଅନୁକନ୍ଧ ରାଜା ପୁରୁଣାଗଡ ଗ୍ରାମକୁ ଆସି ହାତୀ ସାହାଯ୍ୟରେ ଉକ୍ତ ଶିଳାକୁ ଉଠାଇବା ପାଇଁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ସେବେଠାରୁ ସେଠାରେ ଜଗୁଆଳି ବରାଳଙ୍କ ନାମ ଯୋଡି ଉକ୍ତ ଶିଳାର ନାମ ବରାଳ ବାଲୁଙ୍କେଶ୍ୱରରେ ନାମିତ କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି। ପ୍ରତିବର୍ଷ ଶହଶହ ମାନସିକଧାରୀ ଏଠାକୁ ଆସି ମାନସିକ ପୂରଣ ନିମନ୍ତେ ପୂଜାର୍ଚ୍ଚନା କରିଥାନ୍ତି।
ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିରଞ୍ଚତ୍ ଗଡନାୟକଙ୍କ ତତ୍ତ୍ୱାବଧାନରେ ସରପଞ୍ଚ ସସ୍ମିତା ପ୍ରଧାନ, ମନ୍ଦିର ପୂଜକ, ବୋର୍ଡର ସଦସ୍ୟ ଓ ଗ୍ରାମ୍ୟ କମିଟିର ସଦସ୍ୟମାନେ ଯୋଗଦେଇ ପୂଜା ସୂଚାରୁ ରୁପେ ସମ୍ପାଦନ ଉପରେ ଏକ ବୈଠକରେ ଆଲୋଚନା କରିଥିଲେ। ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ପରିଷ୍କାର ପରିଚ୍ଛନ୍ନ ଓ ଭକ୍ତମାନଙ୍କ ନିମନ୍ତେ ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ୪ଟି ପ୍ରହର ପୂଜା ସରିବା ପରେ ରାତି ୩ଟାବେଳେ ମହାଦୀପ ଉଠାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ବରାଳ ବାଲୁଙ୍କେଶ୍ୱର ଟ୍ରଷ୍ଟ ବୋର୍ଡର ସଦସ୍ୟ ଶମ୍ଭୁ ପ୍ରଧାନ, ସୁଦାମ ଗଡନାୟକ, ସୁଧାକର ଗଡନାୟକ, ନାରଦ ବିଶ୍ୱାଳ, କେଦାର ସାହୁ, ଡିଲେଶ୍ୱର ସାହୁ, ତପନ କୁମାର ସାହୁ, ବାସୁଦେବ ବେହେରା, ମନ୍ଦିର ପୂଜକ ପ୍ରମୋଦ ମହାପାତ୍ର, ଶ୍ରୀବତ୍ସ ମହାପାତ୍ର ଏବଂ ଗ୍ରାମ୍ୟ କମିଟି ସଭାପତି ରୋହିତ କୁମାର ସାହୁ, ସମ୍ପାଦକ କେଶବ ଗଡନାୟକ, କୋଷାଧ୍ୟକ୍ଷ କରୁଣାକର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବନ୍ଧୁତ୍ୱ ଦିବସ: ଗଣତନ୍ତ୍ରର ଚାରି ସ୍ତମ୍ଭକୁ ସମ୍ମାନ

ଭଦ୍ରକ ଅଫିସ,୨୫।୮: ଭଦ୍ରକ ଜିଲା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ବନ୍ଧତ୍ୱ ଦିବସ ଓ ଦାଦି ପ୍ରକାଶମଣି ସ୍ମୃତି ଦିବସ ରବିବାର...

ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରୁ ପୋଲିସ ପରିଚୟ ଦେଇ ଭକ୍ତଙ୍କୁ ଉଠାଇନେଲେ ଅଜଣା ଲୋକ

ନିଶ୍ଚିନ୍ତକୋଇଲି,୪।୮(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଧିନସ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନିକଟରୁ ଜଣେ ଭକ୍ତଙ୍କୁ ପୋଲିସ ପରିଚୟ ଦେଇ ଏକ ସ୍କର୍ପିଓ ଗାଡ଼ିରେ ଉଠାଇ...

ଜିଲାର ୫୩୧ ବ୍ୟବସାୟୀଙ୍କୁ ମିଳିବ ସହାୟତା

ଢେଙ୍କାନାଳ ଅଫିସ, ୨୫।୧୨-କୋଭିଡ୍‌ ସମୟରେ ଜୀବନଜୀବିକା ପ୍ରଭାବିତ ହୋଇଥିବା ସହରାଞ୍ଚଳର ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ରାଜ୍ୟ ସରକାର ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ...

ଜାତୀୟ କୃମି ନାଶକ ଦିବସ : ଗଞ୍ଜାମ ଜିଲାରେ ୭ ଲକ୍ଷ ୩୪ ହଜାର ଶିଶୁ ଖାଇବେ ଔଷଧ

ବ୍ରହ୍ମପୁର ଅଫିସ,୮।୮: ଗଞ୍ଜାମ ଜିଲା ଗୋଳନ୍ଥରାସ୍ଥିତ ବିଜୁ ଆଦର୍ଶ ବିଦ୍ୟାଳୟଠାରେ ଗୁରୁବାର ଜିଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ...

ଆଜି ସାନି ମତଦାନ

ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ପୁନଃ ମତଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ...

ସାତ୍‌ସପନ ହେଇଛେ ପକାଘର:ଭଂଗା କୁରିଆରେ ବିତୁଛେ ୪ ପରାନୀର ଜୀବନ୍‌

ପୁରୁଣାକଟକ, ୯ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଲଘୁଚାପ ବରଷା ଲାଗିରହିଛେ। ବରଷାରେ ପୁରୁଣାକଟକ ଗଁାର ତଳସାହିର ବିଶ୍ୱନାଥ ବେହେରାକଁର ଘରର କଁାଥି ଭାଂଗିଯାଇଛେ। ହେଲେ...

ବାଉଁଶ ଖୁଣ୍ଟରେ ବିଲ୍‌ ଟାଙ୍ଗି ଚାଲି ଯାଉଛନ୍ତି କର୍ମଚାରୀ

ବାରିପଦା ଅଫିସ, ୧୨ା୩- ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ତାରଯୋଡି ଗ୍ରାମର ୮୧ ପରିବାର ଅନ୍ଧାରରେ ରାତି...

ଲକ୍‌ଡାଉନ୍‌କୁ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ

ବାଲେଶ୍ୱର ଅଫିସ, ୩୧।୩-ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ବାଇକ୍‌ରେ ବାହାରେ ବୁଲୁଥିବା...

Advertisement
Archives

Model This Week