ହାତୀ ଆକ୍ରମଣରେ ଜଣେ ମୃତ: ଉତ୍ତେଜନା, ବନ ବିଭାଗ ଗାଡ଼ି ଭଙ୍ଗାରୁଜା

ବନ୍ତଳା, ୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ନୂଆଁଭୂଇଁ ସାହିର କାଳିଆ ବେହେରା (୩୦)ଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ସୁମିତ୍ରା ପାହାଡ ତଳେ ଥିବା ମିରିଗେଇ ଜଙ୍ଗଲକୁ ସକାଳେ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ଦନ୍ତା ହାବୁଡରେ ପଡିଯାଇଥିଲେ।  ଖବର ଜଣାପଡିବା ପରେ ସ୍ଥାନୀୟ ଗ୍ରାମବାସୀ ସେଠାରେ ପହଞ୍ଚିବା ସହ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ବନ୍ତଳା ରେଞ୍ଜର ବିନ୍ଦୁ ପ୍ରସାଦ ପ୍ରଧାନ, ଦୁଇ ଜଣ ଫରେଷ୍ଟର, ଗାର୍ଡ, ଓ୍ବାଚରଙ୍କ ସହିତ ବନ୍ତଳା ଥାନା ଏଏସଆଇ ଏସ ବି ଥେମେରିଆ ଓ ପୋଲିସ କର୍ମଚାରୀ ପହଞ୍ଚିଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକେ ବଚସା କରିବା ସହ ବନ ଓ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା, ବନ ବିଭାଗର ଦୁଇଟି ଗାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଅନୁଗୋଳରୁ ପୋଲିସ ଫୋର୍ସ ପହଞ୍ଚି ମୃତଦେହ ଜବତ କରିବା ସହ ରେଞ୍ଜର ଓ ପୋଲିସ ଅଧତ୍କାରୀଙ୍କୁ ଉଦ୍ଧାର କରିଥିଲେ।  ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମସ୍ତ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ନାବାଳିକା ଗଲେ ବାଳାଶ୍ରମ: ୮ ଦିନ ହେଲା ଥିଲେ ପ୍ରେମିକ ଘରେ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ...

ଫସି ରହିଥିବା ପରିବାର ଶେଷରେ ଘରକୁ ଗଲେ

ସମ୍ବଲପୁର, ୭।୫ (ବ୍ୟୁରୋ): ଲକ୍‌ ଡାଉନ୍‌ ଯୋଗୁ ସମ୍ବଲପୁର ଫାଟକଠାରେ ଫସି ରହି ଯାଇଥିବା ବରଗଡ ଜିଲା ଭଟଲିର ଏକ ପରିବାର ଶେଷରେ ଘରକୁ ଫେରିଛନ୍ତି।...

ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ: ଠିକ୍‌ ସମୟରେ ରୋଗୀଙ୍କୁ ମିଳୁନି

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ନ ଥିବାରୁ ଠିକ୍‌ ସମୟରେ ରୋଗୀଙ୍କୁ ସେବା ମିଳିପାରୁନି। ଏଥିଯୋଗୁ...

ଅଟକିଲା କଟକ

କଟକ ଅଫିସ,୨୨।୩: କଟକ ସହରରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ଟାରୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ...

ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର

କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା...

କେନ୍ଦୁପତ୍ର ସହ କାଠ ଜବତ: ୩ ଗିରଫ

ବାଙ୍ଗିରିପୋଷି,୯ା୬(ଡି.ଏନ୍‌.ଏ.)- ରାତି ପାଟ୍ରୋଲିଂ ବେଳେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ ୩ଟି ମଟର ସାଇକେଲ ସହ କେନ୍ଦୁପତ୍ର ଓ କାଠପଟା ଜବତ କରିଛି। ଏହି...

ଓଏଏସ୍‌ ପରୀକ୍ଷା: ୫୧ ର଼୍ୟାଙ୍କରେ ନାରାୟଣ

ପୁରୁଷୋତ୍ତମପୁର,୮ା୧(ଡି.ଏନ.ଏ.):-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ଚିଙ୍ଗୁଡିଆପଦର ସାହିର ନାରାୟଣ ବେହେରା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୧ ର଼୍ୟାଙ୍କରେ ରହିଛନ୍ତି। ତାଙ୍କ ବାପାଙ୍କ ନାମ...

ମାଲକାନଗିରି ଜିଲାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି

ମାଲକାନଗିର,୧୯।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି...

Coronavirus Update


Archives

Model This Week

Why Dharitri