Posted inପୁରୀ

ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ପୁରୀ ଅଫିସ,୨୪ା୩:
ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ କରୋନା ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଛି। ମାଛ, ମାଂସକୁ ନେଇ ଗୁଜବ, ପୁରୀର ହୋଟେଲ ଶିଳ୍ପରେ ତାଲା ଝୁଲିବା ଏବଂ ଗାଡ଼ି ଉପରେ କଟକଣା ପାଇଁ ସେମାନଙ୍କ ହାତ ଏକପ୍ରକାର ବାନ୍ଧି ହୋଇଯାଇଛି। ଯଦିଓ ଅଳ୍ପ କେତେଜଣ ମତ୍ସ୍ୟଜୀବୀ ପେଟପାଟଣା ପାଇଁ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି କିନ୍ତୁ ବିକ୍ରି ଠିକ୍‌ ଭାବେ ହୋଇପାରୁ ନାହିଁ। ଗୋଟିଏ ପଟେ କରୋନା ନେଇ ସରକାରଙ୍କ କଟକଣା ଏବଂ ଅନ୍ୟପଟେ ସେମାନଙ୍କ ଜୀବିକା ଏଭଳି ଘଡ଼ିସନ୍ଧିି ମୁହୂର୍ତ୍ତରେ ସେମାନେ କ’ଣ କରିବେ ଚିନ୍ତାରେ ପଡ଼ିିଛନ୍ତି। ନା କାହାକୁ କିଛି କହିପାରୁଛନ୍ତି ନା ପେଟର ଜ୍ୱାଳାକୁ ସହିପାରୁଛନ୍ତି ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମତ୍ସ୍ୟଜୀବୀ ପରିବାର।
ପେଣ୍ଠକଟା ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ରହିଛନ୍ତି, ଯେଉଁମାନଙ୍କ ମୁଖ୍ୟ ବେଉସା ହେଉଛି ମାଛ ମାରିବା। ଅନେକ ମତ୍ସ୍ୟଜୀବୀ ଡଙ୍ଗା ନେଇ ସମୁଦ୍ରକୁ ଯାଇ ମାଛ ମାରି ଫେରିବା ପରେ ବିକ୍ରି କରିଥାନ୍ତି। ଫିସୋରୀରେ ମଧ୍ୟ ମାଛ ଦେଇଥାନ୍ତି। ମାତ୍ର ବାତ୍ୟା ଫନୀରେ ଏମାନଙ୍କ ଡଙ୍ଗା, ଜାଲ ନଷ୍ଟ ହୋଇଯାଇଥିଲା। ପ୍ରାୟ ସମସ୍ତଙ୍କ ଘର ଭାଙ୍ଗିଥିଲା। ଧୀରେ ଧୀରେ ଏମାନେ ଅଣ୍ଟା ସଳଖି ପୁଣି ନିଜ ବେଉସାକୁ ଆପଣାଇଥିଲେ। ହେଲେ ଏବେ କରୋନା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିିଛନ୍ତି। ମତ୍ସ୍ୟଜୀବୀ ନେତା ଈଶ୍ୱର ରାଓ କହିଛନ୍ତି, ସମୁଦ୍ରରୁ ମାଛ ମାରିଲେ ଆମ ସମସ୍ତଙ୍କ ଘରେ ଚୁଲି ଜଳେ। ହେଲେ କରୋନା ପାଇଁ ଏବେ ଆମ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଯଦିଓ ମାଛ, ମାଂସ ବିକ୍ରି ଉପରେ କଟକଣା ଲାଗିନାହିଁ କିନ୍ତୁ ଏହାକୁ ନେଇ ନାନା ଗୁଜବ ସୃଷ୍ଟି ହୋଇଛି। ମାଛ ଖାଇବା ପାଇଁ ଅନେକ ପସନ୍ଦ କରୁନାହାନ୍ତି। ପୁରୀର ହୋଟେଲ, ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯାଇଛି। ଗାଡ଼ିି ଚଳାଚଳ ଉପରେ କଟକଣା ଯୋଗୁ ବରଫ ଠିକ୍‌ ଭାବେ ଆସୁନାହିଁ। ବାହାରୁ ମାଛ ନେବାକୁ ଗାଡ଼ିି ଆସୁ ନ ଥିବାବେଳେ ଟ୍ରେନ ଚଳାଚଳ ବି ବନ୍ଦ ରହିଛି। ବ୍ୟବସାୟୀମାନେ କରୋନା ଭୟରେ ବସ୍ତିକୁ ଆସୁନାହାନ୍ତି। ତେଣୁ ଅନେକ ମତ୍ସ୍ୟଜୀବୀ ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନ୍ୟଜଣେ ମତ୍ସ୍ୟଜୀବୀ ଚନ୍ଦ୍ରଶେଖର ରେଡ୍ଡୀ ସମାନ ମତ ରଖି ଏଭଳି ସ୍ଥିତିରେ ସରକାର ସେମାନଙ୍କ ପାଇଁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି। କେବଳ ଏହି ଦୁଇଜଣ ନୁହଁନ୍ତି ସମସ୍ତ ମତ୍ସ୍ୟଜୀବୀଙ୍କ ମୁହଁରେ ଏବେ କରୋନା ଦୁଃଖର କାହାଣୀ। ତଥାପି ସମସ୍ତେ ସରକାରଙ୍କ ପଦକ୍ଷେପକୁ ଠିକ୍‌ ବୋଲି କହିଛନ୍ତି। ଆଗକୁ ନୂଆବର୍ଷ ଉଗାଦି ଥିବାରୁ ଗଁାରୁ ଫୋନ ଆସୁଛି। ସେମାନେ ଆନ୍ଧ୍ରପ୍ରଦେଶର ନିଜ ନିଜ ଗାଁକୁ ଯିବା ପାଇଁ ଚାହୁଁଥିଲେ ବି ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଯାଇପାରୁନାହାନ୍ତି ବୋଲି ଈଶ୍ୱର ରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?