କରୋନା ଆତଙ୍କ : ବଢ଼ିଲା ଖୁଚୁରା ସାମଗ୍ରୀ ଦର

ଖୋର୍ଦ୍ଧା ଅଫିସ,୨୪ା୩ : କରୋନା ଆତଙ୍କ ଯୋଗୁ ଖୋର୍ଦ୍ଧା ସହରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ପୂର୍ବଦର ଅପେକ୍ଷା, ଦ୍ୱିଗୁଣ ଦରରେ ବିକ୍ରି ହେଉଥିବା ମଙ୍ଗଳବାର ନଜରକୁ ଆସିଛି। କରୋନା ଆତଙ୍କକୁ ନେଇ କେତେଜଣ ଅସାଧୁ ବ୍ୟବସାୟୀ ଚଢାଦରରେ ଜିନିଷପତ୍ର ବିକ୍ରି କରୁଥିବାରୁ ଏହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ପରିବା ଦର ଗତ ୪ଦିନ ତଳେ ଯାହା ଥିଲା ସେଥିରେ ବୃଦ୍ଧି ପାଇଛି ବାଇଗଣ ୪୦ରୁ ୫୦, ଟମାଟୋ ୫୦ରୁ ୬୦, କଲରା ୪୦ରୁ ୫୦, ଝୁଡଙ୍ଗ ୫୦, ଭେଣ୍ଡି ୪୦, କୋବି ଗୋଟିଏ ୩୦ରୁ ୪୦ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ପାଉଁରୁଟି ୧୦ଟଙ୍କା ଜାଗାରେ ୨୦ ଟଙ୍କା ବିକ୍ରି କରାଯାଉଛି। ସେହିପରି ଆଳୁ ଓ ପିଆଜ ଦର ୨୫ରୁ ୩୦ ଟଙ୍କା ବିକ୍ରି ହେଉଛି। ଏ ନେଇ ଭୁବନେଶ୍ୱର ପାତ୍ରପଡାସ୍ଥିତ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କୁହନ୍ତି, ଦୈନିକ ୩୫୦ଟନ ଆଳୁ ଓ ୨୫୦ ଟନ ପିଆଜ ଆସିଥାଏ। ବର୍ତ୍ତମାନ ସୁଦ୍ଧା ୫୦୦ ଟନ ଆଳୁ ଆମଦାନୀ କରାଯାଇଛି। ଏହା ସତ୍ତ୍ୱେ ଖୁଚୁରା ବଜାରରେ ଆଳୁ ଓ ପିଆଜ ଦର ବୃଦ୍ଧି ଘଟୁଥିବା ଅଭିଯୋଗ ଆସିଛି। ଖୁଚୁରା ଦର ନିୟନ୍ତ୍ରଣ ଉପରେ ପ୍ରଶାସନିକ ଅବହେଳା ଦାୟୀ ଏ ନେଇ ଜିଲାପାଳ ସିତାଂଶୁ ରାଉତଙ୍କୁ ପଚାରିବାରେ ଏ ନେଇ ପ୍ରଶାସନ ପାଖରେ ଖବର ପହଂଚିଛି ଧାର୍ଯ୍ୟ ଦରଠାରୁ କେହି ବ୍ୟବସାୟୀ ଚଡା ଦରରେ କୌଣସି ଜିନିଷ ବିକ୍ରି କଲେ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବଜାର ଦର ଉପରେ ନିୟନ୍ତ୍ରଣ ଲାଗି ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ସମସ୍ତ ବିକ୍ରି ସାମଗ୍ରୀର ଦର ଲଗାଯିବା ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଲର ଧକ୍କାରେ ପିକ୍‌ଅପ୍‌ ଚାଳକ, ହେଲପର ମୃତ

ନିରାକାରପୁର,୨୭ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଟ୍ରେଲର ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ପିକ୍‌ଅପ୍‌ ଚାଳକ ଓ ହେଲପର ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ...

ଅପରାଜିତାଙ୍କୁ ଅଟକାଇବାକୁ ବଡ଼ ଚାଲ୍ ଚଲାଇଲା ବିଜେଡି, ଏବେ କଠିନ ହୋଇପାରେ ବିଜୟ ରାସ୍ତା

ଭୁବନେଶ୍ୱର,୨୭।୩: ବିଧାନସଭା ଏବଂ ଲୋକ ସଭା ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ ଲୋକ...

ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା !

ଭୁବନେଶ୍ୱର,୨୭।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ...

ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର

ଖୋର୍ଦ୍ଧା,୨୪ା୩(ପ୍ରଭାତ ପାଣିଗ୍ରାହୀ): ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଭୋଟରମୁହାଁ ହେଲେଣି ନେତା। ଜନତାଙ୍କ ନିକଟତର ହେବାଲାଗି ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଚାର ମଇଦାନରେ ନେତା।...

ପ୍ରସନ୍ନଙ୍କୁ ରଘୁ ସମର୍ଥକଙ୍କ ବିରୋଧ

ଖୋର୍ଦ୍ଧା,୨୩ା୩ (ପ୍ରଭାତ ପାଣିଗ୍ରାହୀ): ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲା ଚିଲିକା...

ବିଜେଡିରେ ଅଧିକ ଆଶାୟୀ

ଗମ୍ଭାରୀମୁଣ୍ଡା,୧୯ା୩ (ଦିଲୀପ ସ୍ବାଇଁ):ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଖୋର୍ଦ୍ଧା ଜିଲା ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଓ ବିରୋଧୀ ଦଳର ଏକାଧିକ ଆଶାୟୀ...

ପ୍ରୋତ୍ସାହନ ରାଶି ମିଳିବା ଦାବିରେ ଓ୍ବାର୍ଡସଭ୍ୟଙ୍କର ଭୋଟ୍‌ ବର୍ଜନ ଧମକ

ନିରାକାରପୁର,୧୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଚଳିତମାସ ଗତ ୧୨ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବଢ଼ାଇଛନ୍ତି। ହେଲେ...

କାର୍ଯ୍ୟର ୧୦ଦିନ ପରେ ରାସ୍ତାରୁ ଉଠିଲା ପିଚୁ

ବେଗୁନିଆ,୧୫।୩(ହର ପ୍ରସନ୍ନ ପଣ୍ଡା): ପଥଚାରୀଙ୍କ ସୁରକ୍ଷିତ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନାରେ ରାସ୍ତା ମରାମତି ଓ ନୂତନ ନିର୍ମାଣ କାର୍ଯ୍ୟ କରାଯାଉଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri