ହାଣ୍ଡି, କଡ଼େଇ ଉଠାଇଆଣିଲା ପୋଲିସ

ଅନୁଗୋଳ ଅଫିସ, ୩।୪ – କରୋନା ସଂକ୍ରମଣ ଆଶଙ୍କା ସତ୍ତ୍ୱେ ଲୋକେ ଲକ୍‌ଡାଉନ୍‌କୁ ବେଖାତିର କରି ଭୋଜି କରିବା ଓ ତେଲଭାଜି ଦୋକାନ ଖୋଲିବା ଅନୁଗୋଳ ପୋଲିସର ଚିନ୍ତା ବଢ଼ାଇ ଦେଇଛି। ବୁଧବାର ସନ୍ଧ୍ୟାରେ ସହର ଉପକଣ୍ଠରେ ଏପରି କିଛି ଚାଲିଥିବା ଖବରପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ହାଣ୍ଡି, କଡ଼େଇ ସହ ସାମିଲ ଲୋକଙ୍କୁ ପୋଲିସ ଥାନାକୁ ଆଣିଥିଲା। ସୂଚନା ଅନୁଯାୟୀ, କେତେଜଣ ଯୁବକ ଏକ ସ୍ଥାନରେ ଭୋଜି କରୁଥିଲେ। ସେହିପରି ସହରର କେତୋଟି ସ୍ଥାନରେ ତେଲଭାଜି ଦୋକାନ ମଧ୍ୟ ଖୋଲା ରହିଥିଲା। ଜଳଖିଆ ଖାଇବାକୁ ସେଠାରେ ଲୋକେ ମଧ୍ୟ ରୁଣ୍ଡ ହୋଇଥିଲେ। ଏ ନେଇ ପୋଲିସକୁ ଖବର ମିଳିବା ମାତ୍ରେ ସେଠାରେ ଚଢାଉ କରାଯାଇଥିଲା। ଭୋଜି ଓ ତେଲଭାଜି ଛାଣୁଥିବା ଲୋକଙ୍କୁ ପୋଲିସ ଗିରଫ କରିବା ସହ କଡେଇ, ହାଣ୍ଡି ଜବତ କରିଥିଲା। ଥାନାକୁ ଆଣିଥିବା ଲୋକଙ୍କ ନାମରେ ମାମଲା ରୁଜୁ କରିବା ପରେ ସମସ୍ତଙ୍କୁ ନୋଟିସ୍‌ ଦେଇ ଛଡ଼ାଯାଇଥିଲା। କଟକଣା ପୁନର୍ବାର ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଭାରତ ବନ୍ଦ ଡାକରା ପ୍ରଭାବଶୂନ୍ୟ

ବାଲେଶ୍ୱର ଅଫିସ, ୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ବରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୁଧବାର ପୂର୍ବାହ୍ନ ୯ଟା ସମୟରେ...

ଖାସି ମୁଣ୍ଡ ପାଇଁ ଜୀବନ ହାରିଲେ ମହିଳା

ପାଟଣା,୫।୫(ସ୍ବ.ପ୍ର.)- ଖାସି ମୁଣ୍ଡ କିଣି ନ ଆଣିବାରୁ ରବିବାର ବିଳମ୍ବିତ ରାତିରେ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ...

ଯୌତୁକ ଜନିତ ବଧୂହତ୍ୟା ମାମଲା: ଧରମ ମା’, ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

କୁଜଙ୍ଗ,୫ା୩(ଡି.ଏନ.ଏ.): ଏକ ଯୌତୁକଜନିତ ବଧୂହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ଅତିରିକ୍ତ ଜିଲା ଓ ଦୌରାଜଜ ପ୍ରଣବ କୁମାର ରାଉତରାୟ ମାମଲାର ବିଚାର...

ଜବତ ୫୦ କୁଇଣ୍ଟାଲ ନକଲି ଚା’ପତି ପୋତାଗଲା

ଫୁଲନଖରା,୩।୯ (ଡି.ଏନ.ଏ.): କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମର ଏକ କାରଖାନାରୁ ଜବତ ହୋଇଥିବା ନକଲି ଚା’ପତିକୁ ଗୁରୁବାର କାଠଯୋଡୀ ନଦୀପଠାରେ ଗାତ ଖୋଳି...

ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ

କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...

୨୩ ଜିଲାରେ ଡେଙ୍ଗୁ

କଟକ ଅଫିସ, ୨୭ା୧୦: ରାଜ୍ୟର କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲାକୁ ବାଦ୍‌ ଦେଲେ ବାକି ୨୩ଟି ଜିଲାରୁ ଏସ୍‌ସିବି...

ପୋଖରୀରେ ବୁଡି ୨ ନାବାଳକ ମୃତ

ଜଗତସିଂହପୁର ଅଫିସ/ତିର୍ତ୍ତୋଲ ୧୫।୮- ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନାର ଖନ୍ଦୋଳ ଗାଁ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ...

ଉଜୁଡ଼ିଯିବ ରବିଧାନ ଫସଲ

ସମ୍ବଲପୁର,୧୧ା୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରି କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୩୦...

Advertisement


Archives

Model This Week