ହାଣ୍ଡିଶାଳରୁ ହୋଟେଲ:ପିଆଜ ଉଭାନ

କଟକ ଅଫିସ,୬।୧୨:ଆକାଶଛୁଅଁା ପିଆଜର ଦର। ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ଟଙ୍କାରେ ବିକ୍ରି ହେଉଛି। ଆଉ କିଛିଦିନ ଗଲେ ଏହି ଦର ଦେଢଶହ ଟପିବ ବୋଲି ଆଶା କରାଯାଉଛି। ଅତ୍ୟଧିକ ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରୁ ହୋଟେଲ ପର୍ଯ୍ୟନ୍ତ ପିଆଜ ଉଭାନ ହୋଇଯାଇଛି। ବଜାରରେ ବିକ୍ରି ହେଉଥିବା ଫାଷ୍ଟଫୁଡ ଖାଦ୍ୟରେ ବି ପିଆଜର ବ୍ୟବହାର ପୂର୍ବଭଳି ହେଉନାହିଁ। ରାଜ୍ୟର ପ୍ରମୁଖ ପରିବା ହାଟ ଛତ୍ରବଜାରରେ ପିଆଜ ସଙ୍କଟ ଦେଖାଦେଇଛି। ଆମଦାନୀ ପୂର୍ବଭଳି ହେଉନାହିଁ। ମହାରାଷ୍ଟ୍ରର ନାସିକ୍‌ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜ ଏବେ ବନ୍ଦ ହେବାକୁ ବସିଲାଣି। ଏହି ଦୁଇଟି ସ୍ଥାନରେ ପିଆଜ ଉତ୍ପାଦନରେ ପ୍ରଭାବ ପଡ଼ିବା ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ରାଜ୍ୟରେ ଦେଖାଦେଇଛି। ଏହାଛଡ଼ା ଛତ୍ରବଜାରର ପିଆଜ ଗୋଦାମଗୁଡ଼ିକରେ ମଧ୍ୟ ଅଧିକ ପିଆଜ ମହଜୁଦ ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଜାନୁୟାରୀରେ କମିବ ପିଆଜ ଦର
ଜାନୁୟାରୀ ୧୦ପରେ ପିଆଜ ଦର ହ୍ରାସ ପାଇବ ବୋଲି ଛତ୍ରବଜାରର ବ୍ୟବସାୟୀମାନେ ଦୃଢୋକ୍ତିର ସହ କହିଛନ୍ତି। ଛତ୍ରବଜାରରେ ପିଆଜ କେଜି ୧୨୦ଟଙ୍କା ଓ ଖୁଚୁରା ବ୍ୟବସାୟୀମାନେ ୧୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏବେ ଆମଦାନୀ ହ୍ରାସ ପାଇଥିବାରୁ ପିଆଜ ଦର କ୍ରମଶଃ ବୃଦ୍ଧି ପାଇପାରେ। ହେଲେ ନାସିକ୍‌ ଓ ଆନ୍ଧ୍ରପ୍ରଦେଶର ବଡ଼ ବ୍ୟବସାୟୀଙ୍କ ସହ କଥାବାର୍ତ୍ତା ଶେଷ ହୋଇଛି। ଅମଳ ହେବାକୁ ଥିବା ନୂଆ ପିଆଜ ଆସିଲେ ବର୍ତ୍ତମାନର ଦରଠାରୁ ଢେର କମ୍‌ ରହିବ ବୋଲି ଛତ୍ରବଜାରର ଜଣେ ପିଆଜ ଗୋଦାମ ମାଲିକ କହିଛନ୍ତି।
୪ଟନ୍‌ ମେଣ୍ଟାଉଛି ୧୫୦ଟନ୍‌ର ଆବଶ୍ୟକତା
ଛତ୍ରବଜାରରେ ଏଭଳି ପରିସ୍ଥିତି ପୂର୍ବରୁ କେବେ ଦେଖିବାକୁ ମିଳିନି ବୋଲି ବ୍ୟବସାୟୀ କହିଛନ୍ତି। ପ୍ରତିଦିନ ଛତ୍ରବଜାରରେ ୧୫୦ଟନ୍‌ ପିଆଜ ପହଞ୍ଚେ। କଟକ ଜିଲା ସମେତ ଆଖପାଖ ପ୍ରାୟ ୧୦ଟି ଜିଲାର ବ୍ୟବସାୟୀ ଏଠାରୁ ପିଆଜ କିଣନ୍ତି। ଏଣୁ ନିୟମିତ ଆବଶ୍ୟକତା ୧୫୦ଟନ୍‌ ବୋଲି କୁହାଯାଇପାରିବ। ହେଲେ ଏବେ ଅତିବେଶିରେ ୪ଟନ ପିଆଜ ଛତ୍ରବଜାରକୁ ଆସୁଛି। ୧୫୦ଟନ୍‌ର ଆବଶ୍ୟକତା ୪ଟନ୍‌ରେ ପୂରଣ ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri