ହାଟରେ ଶତାଧିକ ଲୋକଙ୍କ ଭିଡ଼

ବନ୍ତଳା, ୨୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ସତ୍ତ୍ୱେ ଏହାକୁ ଲୋକେ ମାନୁ ନ ଥିବା  ଦେଖିବାକୁ ମିଳିଛି । ରବିବାର ଅନୁଗୋଳ ଛକଠାରେ ସାପ୍ତାହିକ ହାଟ ଥିବାରୁ ସେଠାରେ ଏକ ସଙ୍ଗରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ। ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବ୍ୟବସାୟୀ ପନିପରିବା, ରାଶନ ସାମଗ୍ରୀ ଓ ବିଭିନ୍ନ ସାମଗ୍ରୀ ହାଟକୁ ବିକ୍ରି ପାଇଁ ଆସିଥିଲେ।  ଫଳରେ ଜିନିଷ କିଣିବାକୁ ବହୁ ସଂଖ୍ୟାରେ ଲୋକେ ସେଠାରେ ପହଞ୍ଚି ଯାଇଥିଲେ।  କିଛି ସମୟରେ ପୋଲିସ ଫୋର୍ସ ସେଠାରେ ପହଞ୍ଚି ଭିଡ଼ ହଟାଇଥିଲା। ପୋଲିସକୁ ଦେଖି ଅନେକ ଲୋକେ ସେଠାରୁ ପଳାଇଯାଇଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ହାଟ ଗେଟ ବନ୍ଦ କରିଦେଇଥିଲା। ତେବେ ସାମାଜିକ ଦୂରତା ବଜାୟ ନ ରଖି ଲୋକେ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଏକାଠି ହୋଇ ଜିନିଷ ନ କିଣିବାକୁ ପୋଲିସ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ଅନେକେ ଏହାକୁ ମାନୁ ନ ଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବଢ଼ାଇଛି ଅତ୍ୟାଧୁନିକ କୌଶଳ

ଅନୁଗୋଳ ଅଫିସ, ୫।୧୨ ଶିଳ୍ପ ରାଜଧାନୀ ଅନୁଗୋଳରେ ପଥ ହୁଡ଼ିନି ଚାଷ। ଖଣି ଖାଦାନ ଭରା ଏହି ଜିଲାର ଚାଷୀ ଏବେ ବି ଭଲ ଲାଭ...

ଗ୍ୟାସ୍‌ ସିଲିଣ୍ଡରରେ ଗଞ୍ଜେଇ ଚାଲାଣ ୨୭ କେଜି ଗଞ୍ଜେଇ, ୨ ଗାଡ଼ି ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୋଇନ୍ଦା ପୋଲିସ ଶନିବାର ପୃଥକ ଭାବେ ଦୁଇଟି ଗାଡି ଓ ଗୋଟିଏ ଯାତ୍ରୀବାହୀ ବସ୍‌ରୁ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ କନ୍ଧମାଳରୁ ଭଞ୍ଜନଗର...

ସୁଦର୍ଶନ ପାଇବେ ସୂର୍ଯ୍ୟ ଦତ୍ତ ଜାତୀୟ ପୁରସ୍କାର

ପୁରୀ ଅଫିସ,୬ା୨: ସୂର୍ଯ୍ୟଦତ୍ତ ଜାତୀୟ ପୁରସ୍କାର ପାଇଁ ଅନ୍ତର୍ଜତେୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ଏ ନେଇ ପଟ୍ଟନାୟକ ରବିବାର ସୂଚନା...

ଶବ୍ଦ ପ୍ରଦୂଷଣ ଅଭିଯୋଗ, ୨ ଡିଜେ ଗାଡି ଜବତ ୪୪ ହଜାର ୫ ଶହ ଟଙ୍କା ଜରିମାନା

ଆସିକା,୭ା୯(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ବେଆଇନ ଭାବେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ୨ଟି ଡିଜେ ଗାଡିକୁ ଶୁକ୍ରବାର ପୋଲିସ ଜବତ କରିଛି। ଏ ନେଇ...

ଚମ୍ପୁଆ ରେଞ୍ଜରେ ୧୦୩ ହାତୀ

ଚମ୍ପୁଆ,୧୪ା୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ୬ଟି ଦଳରେ ୧୦୩ ହାତୀ ଉପଦ୍ରବ କରୁଛନ୍ତି। ହାତୀପଲ ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ପାଚିଲା ଧାନକ୍ଷେତରେ...

ବନ୍ଧୁକ ମୁନରେ ଡକାୟତି

କଟକ ଅଫିସ,୨୩।୨: ଜଗତପୁର ଥାନା ଅନ୍ତର୍ଗତ କେନାଲ ରୋଡ଼ ଘରୁ ଶନିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତିର ଶିକାର ହୋଇଥିବା ସୁଧାଂଶୁ କୁମାର ନାୟକ...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ଧାନ ବିକ୍ରିରୁ ବଞ୍ଚିତ ୯୭୪ ଚାଷୀ

ଚମ୍ପୁଆ, ୬।୪(ଡି.ଏନ୍‌.ଏ.) – କେନ୍ଦୁଝର ଜିଲା ଚମ୍ପୁଆ ଓ ଭଣ୍ଡା ଲ୍ୟାମ୍ପର ୯୭୪ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ୨୦୨୧-୨୨ର ଖରିଫ ଋତୁରେ...

Advertisement
Archives

Model This Week